ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀର ଏକ କୃଷି କାର୍ଯ୍ୟକ୍ରମରେ ଚାଷୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା
Posted On:
12 OCT 2025 6:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ-ରାମ-ରାମ !
ଚାଷୀ-ରାମ ରାମ ! ଜୀ, ମୁଁ ହେଉଛି ହରିୟାଣା ହିସାର ଜିଲ୍ଲାର। ମୁଁ କାବୁଲି ଚଣା ବୁଣି ଚାଷ ଆରମ୍ଭ କରିଥିଲି। ତ ପ୍ରଥମେ ଟିକେ …
ପ୍ରଧାନମନ୍ତ୍ରୀ- କେତେ ବର୍ଷ ଆଗରୁ ଏହି କାମ କରିଥିଲେ ଆପଣ ?
ଚାଷୀ-ଚାରି ବର୍ଷ ହୋଇଗଲାଣି ଜୀ। କାବୁଲି ଚଣା ଚାଷରୁ ମତେ ଏକର ପିଛା ୧୦ କ୍ୱିଣ୍ଟାଲ ମିଳେ।
ପ୍ରଧାନମନ୍ତ୍ରୀ-ଏମିତି ଆଉ କେଉଁ ଚାଷ ଥିବ, ଯାହା ମଧ୍ୟରେ ଆପଣ ଚଣା ବୁଣି ଦିଅନ୍ତି ତ ଡାଲି ମିଳିଯାଏ।
ଚାଷୀ-ହଁ
ପ୍ରଧାନମନ୍ତ୍ରୀ-ତ ଆଉ ଏକ ଅତିରିକ୍ତ ରୋଜଗାର ହୁଏ, ଟିକେ ପରିଶ୍ରମ କରିବାକୁ ପଡ଼େ। ଅନ୍ୟ ଚାଷୀମାନଙ୍କୁ ଲାଗେ କି ଚାଲ ଆମେ ବି ଡାଲି ଆଡ଼କୁ ଯିବା, ନିଜ ଜମି ପୁଣି ଥରେ ଜୀବନ୍ତ ହୋଇ ଉଠିବ ?
ଚାଷୀ-ହଁ ସେମିତି ଲାଗେ ଜୀ । ଏପରି ଭାବନ୍ତି, ମୁଁ ଏହା ଚାଷୀଙ୍କୁ ବତାଏଁ ଯେ, ମେ ମାସରେ ଆମେ ଡାଲିଜାତୀୟ ଫସଲ ଚଣା ବୁଣିବା, ତ ଆମକୁ ଏହି ଫସଲ ତ ଯେମିତି ହେଲେ ମିଳିବ ଏବଂ ଆଗାମୀ ଫସଲ ପାଇଁ ମଧ୍ୟ ଆମ ବିଲରେ ହୋଇଥିବା ଚଣା ବା ଅନ୍ୟ ଯେକୌଣି ଡାଲି ଜାତୀୟ ଫସଲ ଆମ ଜମିରେ ଯବକ୍ଷାରଜାନ ଛାଡ଼ିବ। ଏପରି ହେଲେ ଆଗାମୀ ଚାଷ ମଧ୍ୟ ଭଲ ହେବ।
ଚାଷୀ- ଜୀବନରେ ଏପରି ପ୍ରଥମ ଥର ସୁଯୋଗ ମିଳିଛି ଯେ, ଆମେ ପ୍ରଧାମନ୍ତ୍ରୀଙ୍କୁ ଭେଟି ପାରିଛୁ। ବହୁତ ଭଲ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ସହ, ସାଧାରଣ ଲୋକ ସହିତ ସେ ସଂପର୍କ ରଖନ୍ତି।
ଚାଷୀ-ମୁଁ ଏବେ ଚାଷୀ ସଂଗଠନରେ ଅଛି ସାର୍। ମୁଁ ଏଥିରେ ସିଏ ଅଛି ଏବଂ ମୁଁ ଡାଲି ଜାତୀୟ ସାମଗ୍ରୀ ଚାଷ ବି କରେ। ଆମ ଘରର ୧୬ ବୀଘା ଜମି ଅଛି। ମୁଁ ଚଣା ଚାଷ କରେ ଜୀ। ଗାଁରେ ଆମେ ମହିଳାଙ୍କୁ ନେଇ ୨୦-୨୦ ଜଣିଆ ଗ୍ରୁପ ତିଆରି କରିଛୁ। ଆମେ ସେମାନଙ୍କଠାରୁ ଚଣା-ରସୁଣ-ପାପଡ଼ ଉତ୍ପାଦନ କରୁ। କାହିଁକି ନା ଆମର ଯେଉଁ … (ଅଡିଓ ସ୍ପଷ୍ଟ ନାହିଁ) … ସେଥିରେ ରସୁଣ …
ପ୍ରଧାନମନ୍ତ୍ରୀ-ଆଚ୍ଛା ସେଠାରେ ଆପଣ ତାର ଉତ୍ପାଦ ମଧ୍ୟ କରି ଦିଅନ୍ତି ?
ଚାଷୀ-ହଁ ହଁ ହଁ ।
ପ୍ରଧାନମନ୍ତ୍ରୀ- ତ ଏମିତି କୌଣସି ଉତ୍ପାଦର ନାଁ ରଖିଛନ୍ତି କି ଆପଣ ?
ଚାଷୀ-ଜୀ, ଆମର ଗାଁର ନାଁ ହେଉଛି ଦୁଗାରୀ ସାର୍, ଗାଁର ନାଁ ଅନୁସାରେ ଆମେ ବ୍ରାଣ୍ଡର ନାଁ ରଖିଛୁ, ଦୁଗାରୀ ବାଲେ ।
ପ୍ରଧାନମନ୍ତ୍ରୀ-ଆଚ୍ଛା
ଚାଷୀ-ହଁ, ଚଣା – ରସୁଣ-ପାମ୍ପଡ଼, ଦୁଗାରୀ ବାଲେ ଚଣା-ରସୁଣ-ପାମ୍ପଡ଼।
ପ୍ରଧାନମନ୍ତ୍ରୀ-ତ ଲୋକେ, ଲୋକେ ନେଇ ଯାଆନ୍ତି?
ଚାଷୀ-ଜୀ ସାର୍, ଆମର ଏକ ଜିଇଏମ୍ ବି ଅଛି, ସରକାରୀ ପୋର୍ଟାଲ ହେଉଛି ଜିଇଏମ୍,ସେଥିରେ ପଂଜୀକୃତ ହୋଇଛି। ସେନାବାହିନୀର ଲୋକେ ସେହି ପୋର୍ଟାଲରୁ କିଣି ନିଅନ୍ତି।
ପ୍ରଧାନମନ୍ତ୍ରୀ- ତ ଏହାକୁ ପୂରା ରାଜସ୍ଥାନରେ ଜାଣନ୍ତି କି ?
ଚାଷୀ-ସାର୍, ଅଲ୍ ଇଣ୍ଡିଆରେ ସାର୍, ସାରା ଦେଶରେ ବିକ୍ରି ହେଉଛି।
ପ୍ରଧାନମନ୍ତ୍ରୀ-ଆଚ୍ଛା
ଚାଷୀ-ହଁ
ପ୍ରଧାନମନ୍ତ୍ରୀ-ଅନ୍ୟ ଲୋକ ବି ଏହା ତିଆରି କରନ୍ତି କି ?
ଚାଷୀ-ସେମାନେ ନେଇ କରି ଆସନ୍ତି। ଆହୁରି ଲୋକେ ତିଆରି କରୁଥିବେ ସାର୍। ଆମର ଯେଉଁ, ଆମର ଯେଉଁ ମହିଳା ଚାଷୀ ଅଛନ୍ତି,ସେମାନେ …
ପ୍ରଧାନମନ୍ତ୍ରୀ- ଆପଣଙ୍କୁ ଏହା ସମସ୍ତଙ୍କୁ ଖୁଆଇବାକୁ ପଡ଼ିବ?
ଚାଷୀ-ହଁ ନିଶ୍ଚିତ ସାର୍, ନିଶ୍ଚିତ ।
ଚାଷୀ-ଆପଣଙ୍କ ସହିତ କେମିତି ସାକ୍ଷାତ ହେବ, ତାକୁ ନେଇ ମୋ ଦେହରେ ଶିହରଣ ଖେଳି ଯାଇଥିଲା ସାର୍। ଆପଣ ଯେମିତି ଆସିଲେ, ଆପଣଙ୍କ ଚମକ ଦେଖି ମୁଁ ଶବ୍ଦ ପାଉ ନାହିଁ, ମୁଁ ଏବେ କଣ କହିବି। ଏକଦମ୍ ସ୍ୱତନ୍ତ୍ର ଥିଲା ସେ ମୁହୂର୍ତ୍ତ।
ଚାଷୀ-ମୁଁ ବି ଡାଲି ଜାତୀୟ ସାମଗ୍ରୀ ଚାଷ କରେ ଜୀ। ମୁଁ ୨୦୧୩-୧୪ରୁ ଗୋଟିଏ ଏକରରୁ ଚାଷ ଆରମ୍ଭ କରିଥିଲି। ଏବେ ମୁଁ ୧୩-୧୪ ଏକର ଚଣା ଚାଷ କରୁଛି ଜୀ।
ପ୍ରଧାନମନ୍ତ୍ରୀ-ହଁ। ପ୍ରଥମେ ଗୋଟିଏ ଏକରରେ ଚଣା ଚାଷ କଲେ, ବାକି ଜମିରେ ଅଲଗା ଚାଷ କରୁଥିଲେ କି ?
ଚାଷୀ- ହଁ ଜୀ, ଅଲଗା ଚାଷ କରୁଥିଲି
ପ୍ରଧାନମନ୍ତ୍ରୀ-ଏବେ ଧୀରେ ଧୀରେ ଧୀରେ ତାକୁ ଆପଣ ବୃଦ୍ଧି କରିଛନ୍ତି।
ଚାଷୀ-ହଁ ତାକୁ ମୁଁ ୧୩ରୁ ୧୪ ଏକରକୁ ନେଇ ଆସିଛି ଜୀ ଏବଂ ମୁଁ …
ପ୍ରଧାନମନ୍ତ୍ରୀ-ଆପଣଙ୍କ ଆୟରେ ଫରକ୍ ଆସିଲା ?
ଚାଷୀ-ଆୟରେ ତ … ଜୀ ଭଲ ବିହନ ବାଛିଲି, ପ୍ରତ୍ୟେକ ବର୍ଷ ଉତ୍ପାଦନ ବଢ଼ି ଚାଲିଲା।
ପ୍ରଧାନମନ୍ତ୍ରୀ- ଯେଉଁମାନେ ଶାକାହାରୀ ବ୍ୟକ୍ତି, ସେମାନଙ୍କୁ ତ ଡାଲିରୁ ପ୍ରୋଟିନ ମିଳିଥାଏ ?
ଚାଷୀ-ଜୀ ସାର୍ ।
ପ୍ରଧାନମନ୍ତ୍ରୀ-ଏପରି ପରିସ୍ଥିତିରେ ଆପଣଙ୍କୁ ଲାଗେ କି ଯେତେବେଳେ ଆପଣ ଡାଲି ଜାତୀୟ ପଦାର୍ଥର ଚାଷ କରୁଛନ୍ତି, ଆପଣ କେବଳ ନିଜ ପକେଟ ଗରମ କରୁ ନାହାନ୍ତି, ଆପଣ ସମାଜର ମଧ୍ୟ ବହୁତ ବଡ଼ ଭଲ କାମ କରୁଛନ୍ତି।
ଚାଷୀ-ଠିକ୍।
ପ୍ରଧାନମନ୍ତ୍ରୀ – ଆମର ବିଲଗୁଡ଼ିକ ଛୋଟ ଛୋଟ। ଏହି କାରଣରୁ କିଛି ବି ପ୍ରୟୋଗ କଲେ, ବିଚରା ତାହା ଏକାକୀ ପଡ଼ି ଯାଏ। କିନ୍ତୁ ଧରନ୍ତୁ ଆପଣ ୨୦୦ ଚାଷୀଙ୍କୁ ଏକାଠି କଲେ।
ଚାଷୀ-ହଁ
ପ୍ରଧାନମନ୍ତ୍ରୀ-ଏବଂ ସ୍ଥିର କଲେ ଯେ, ଭାଇମାନେ ଆମର ୨୦୦ ଚାଷୀଙ୍କ ଯେତେ ବି ଜମି ଅଛି, ୪୦୦ ବୀଘା, ୫୦୦ ବୀଘା, ଯାହା ବି ଅଛି। ଗୋଟିଏ, ଗୋଟିଏ ବା ଦୁଇଟି ଯାହା ବି ନିଷ୍ପତ୍ତି ନିଅନ୍ତି, ତାହା କରିବେ। ଏବଂ ତାର ବହୁତ ବଡ଼ ମାର୍କେଟିଂ କରିବେ। ଏପରି କଲେ କଣ ଚାଷୀଙ୍କୁ ଅଧିକ ଲାଭ ମିଳିବ କି ?
ଚାଷୀ-ନିଶ୍ଚିତ ହୁଏ ସାର୍। ଆମେ ପ୍ରାୟ ୧୨୦୦ ଏକରରେ କାବୁଲିକୁ ନେଇ ରେସିଡ୍ୟୁ ଫ୍ରି ଫାର୍ମିଂ କରୁଛୁ। ଆଗରୁ ଆମେ ଯେଉଁ ସାମଗ୍ରୀ ବିକ୍ରି କରୁଥିଲୁ, ସେଥିରେ ସେମାନଙ୍କୁ ବହୁତ ଲାଭ ମିଳୁଥିଲା।
ପ୍ରଧାନମନ୍ତ୍ରୀ-ଅର୍ଥାତ ସବୁ ଚାଷୀ ଏବେ ମାନିଗଲେଣି, ସେଥିପାଇଁ ଆପଣଙ୍କୁ କମ୍ ପରିଶ୍ରମ ମଧ୍ୟ କରିବାକୁ ପଡୁଥିବ?
ଚାଷୀ-କାହିଁକିନା ଆମେ ସେପରି ଏକ ବ୍ୟବସ୍ଥା ତିଆରି କରିଦେଇଛୁ।
ଚାଷୀ-ମୁଁ ହେଉଛି ବୀରା ଜିଲ୍ଲାର।
ପ୍ରଧାନମନ୍ତ୍ରୀ-କେଉଁଠୁ ? ବୀରା ଜିଲ୍ଲା । ସେଠାରେ ପାଣିର ସମସ୍ୟା ରହେ ?
ଚାଷୀ-ସେଥିପାଇଁ ଆପଣ ଏବେ ଯେଉଁ ଧନ-ଧାନ୍ୟ ଯୋଜନା ଲାଗୁ କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ପ୍ରଧାନମନ୍ତ୍ରୀ-ଚାଲନ୍ତୁ ଧନ୍ୟବାଦ। ଯେପରି ଆମେ ମିଲେଟ୍ ପାଇଁ ଲାଗିଥିଲୁ, ପ୍ରତ୍ୟେକ ସ୍ଥାନରେ, ଯେଉଁ ଆମର ପ୍ରାଚୀନ ପରମ୍ପରା ଥିଲା, ବାଜରା ହେଉ କି ଯଅ ହେଉ, ଏସବୁ ଜିନିଷ। ଏବେ ଦୁନିଆରେ ସେହି ସବୁ ସାମଗ୍ରୀର ବହୁତ ବଡ଼ ବଜାର ହେବାକୁ ଯାଉଛି। ଏବଂ ଯେଉଁଠି ପାଣି ନାହିଁ, ସେପରି ମାଟିରେ ମଧ୍ୟ ଚାଷୀ ରୋଜଗାର କରିପାରିବ।
ଚାଷୀ-ମିଲେଟ ଯୋଗୁଁ
ପ୍ରଧାନମନ୍ତ୍ରୀ- ହଁ, ମିଲେଟ ଚାଷ ବି କରନ୍ତି ?
ଚାଷୀ-ମିଲେଟ ଚାଷ ବି କରେ।
ପ୍ରଧାନମନ୍ତ୍ରୀ- ସେଥିରେ କେଉଁ କେଉଁ ଚାଷ କରନ୍ତି?
ଚାଷୀ-ବାଜରା ଅଛି, ଯଅ ଅଛି, ତା ସହିତ ମାଣ୍ଡିଆ ବି ଅଛି।
ପ୍ରଧାନମନ୍ତ୍ରୀ-ଅର୍ଥାତ ଏବେ ବି ଲୋକ ଖାଉଛନ୍ତି ?
ଚାଷୀ-ଖାଆନ୍ତି ନା ,ସମସ୍ତେ ଖାଆନ୍ତି।
ପ୍ରଧାନମନ୍ତ୍ରୀ-ଆଚ୍ଛା
ଚାଷୀ-ତା ସହିତ ଯେତେବେଳେ ଆମେ ଗ୍ରାହକଙ୍କୁ ଦେଉ, ସେ ବମ୍ୱେରେ ରହନ୍ତି ।
ଚାଷୀ-ସେ ଏତେ କଥାବାର୍ତ୍ତା ହେଲେ ଯେ, ଆମକୁ ଲାଗିଲା ଯେ କୌଣସି ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ଆମ ପରିବାର ଜଣେ ଭଳି ଲାଗିଲେ।
ଚାଷୀ-ଆମ ଅଞ୍ଚଳରେ ଆମେ ହରଡ଼ ଡାଲି ଚାଷ କରୁ। ଯୁବକମାନଙ୍କୁ କହିବି ଯେ, ଆପଣ ଏତେ ଆଗ୍ରହ ଦେଖାନ୍ତୁ ଯେ, ଚାଷୀଙ୍କୁ ମଧ୍ୟ ଲାଭ ହେବ, ଆପଣଙ୍କର ମଧ୍ୟ ବ୍ୟବସାୟ କରିବାର ଇଚ୍ଛା ହେବ।
ଚାଷୀ-ମୁଁ ଏକ ଗୋଷ୍ଠୀ ସହିତ ଯୋଡ଼ି ହୋଇଥିବା ମହିଳା। ମୁଁ ୨୦୨୩ରେ ଏହି ଗୋଷ୍ଠୀରେ ଯୋଗ ଦେଇଥିଲି। ମୋର ୫ ବୀଘା ଜମି ଅଛି, ସେଥିରେ ମୁଁ ମୁଗ ଚାଷ କରୁଛି। ସାହେବ, ଆପଣଙ୍କର ଯେଉଁ ପିଏମ୍ ସମ୍ମାନ ନିଧି ଯୋଜନା ଅଛି, ତାହା ତ ଆମ ପାଇଁ ବରଦାନ ହେଲା, ଆମ ପାଇଁ ବହୁତ ବଡ଼ ବରଦାନ। ଆପଣଙ୍କଠାରୁ ବର୍ଷକୁ ଯେଉଁ ୬୦୦୦ ଟଙ୍କା ମିଳେ, ତାହା ଦ୍ୱାରା ଆମକୁ ବହୁତ ସହଜ ହୋଇଯାଏ। ଯେପରିକି ବେଳେ ବେଳେ ଆମେ ସେହି ପଇସାରେ ବିହନ କିଣୁ, କ୍ଷେତରେ ହଳ କରୁ। ତେଣୁ ତାହା ଆମ ପାଇଁ ବହୁତ ବଡ଼ ବରଦାନ।
ପ୍ରଧାନମନ୍ତ୍ରୀ-ଆଚ୍ଛା ଧୀରେ ଧୀରେ ସାର ବ୍ୟବହାର କମ୍ କରିବାକୁ କେବେ କେବେ ମନରେ ଇଚ୍ଛା ହୁଏ କି ନାହିଁ।
ଚାଷୀ-ଜୀ, ଆମେ ତ ମହିଳମାନଙ୍କୁ …
ପ୍ରଧାନମନ୍ତ୍ରୀ-କାହିଁକି ନା କେତେବେଳେ ତ ଆମେ ଭାବିବା ଉଚିତ ଜୀ, ଏହା ହେଉଛି ଆମର ମାଆ। ସେଇ ମାଆକୁ ଯଦି ଆମେ ଏପରି ଜିନିଷ ଖାଇବାକୁ ପିଇବାକୁ ଦେବା, ତେବେ ସେ କେତେ ଦିନ ବଞ୍ଚିବ ?
ଚାଷୀ-ଠିକ୍ କଥା ।
ପ୍ରଧାନମନ୍ତ୍ରୀ-ଚାଷୀଙ୍କ ମଧ୍ୟରେ ଏହି କଥା ହୁଏ ?
ଚାଷୀ-ହଁ ।
ପ୍ରଧାନମନ୍ତ୍ରୀ-ଯେତେବେଳେ ଚାଷୀର ମୁଣ୍ଡରେ ଏହା ପଶିଯାଏ ଯେ, ଭାଇ ମତେ ପିଲାମାନଙ୍କୁ ଠିକ ଜମି ଦେବାର ଅଛି, ଏମିତି ସେମିତି କ୍ଷେତ ଦେବାର ନାହିଁ। ଅର୍ଥାତ ବିଲକୁଲ ଧନ-ଧାନ୍ୟରେ ପରିପୂର୍ଣ୍ଣ ବଢ଼ିଆ ଜମି ଦେବାର ଅଛି। ତାହେଲେ ତାକୁ ଲାଗିବ ଯେ, ନା ମୁଁ କ୍ଷତି କରିବି ନାହିଁ। ଆପଣ ଚାଷୀମାନେ ଗୋଟିଏ ସାହାଯ୍ୟ କରି ପାରିବେ। ଯେମିତିକି ଆପଣ ଧରି ନିଅନ୍ତୁ, ଆପଣଙ୍କ ପାଖରେ ୪ ବୀଘା ଜମି ଅଛି।
ଚାଷୀ-ହଁ
ପ୍ରଧାନମନ୍ତ୍ରୀ-ଆପଣ ତାକୁ ପୂରାପୂରି ପ୍ରାକୃତିକ ଚାଷ କହିବେ, ଏପରି ସାହସ ହେବ ନାହିଁ।
ଚାଷୀ- ହେବ ନାହିଁ।
ପ୍ରଧାନମନ୍ତ୍ରୀ-ଭୋକରେ ପଛେ ମରିଯିବି। କିନ୍ତୁ ଏପରି କହିବି, ଭାଇ ଠିକ୍ ଅଛି। ମୋର କଥା ମାନନ୍ତୁ ନାହିଁ। ତାକୁ ୪ ଭାଗ କରନ୍ତୁ। ଏକ-ଏକ ବୀଘାରେ ମୁଁ ଯାହା କହୁଛି, ତାହା କରନ୍ତୁ, ଆପଣ ଯାହା କରୁଥିଲେ, ତିନି ବୀଘା ଜମିରେ ସେପରି ଚାଷ କରନ୍ତୁ।
ଚାଷୀ-ଠିକ୍ ଅଛି।
ପ୍ରଧାନମନ୍ତ୍ରୀ-୨ ବର୍ଷ ଯାଏ ମୋ ସହିତ ଚାଲନ୍ତୁ। ତା ହେଲେ ତାକୁ ସଫଳତା ମିଳିବ। ପୁଣି ସେ ଏକକୁ ଦେଢ଼ କରିବ, ଦେଢ଼କୁ ଦୁଇ କରିବ, ତା ପରେ ତାଙ୍କର ବିଶ୍ୱାସ ଆସିଲା। ମୁଁ ହଠାତ କହିବି ନାହିଁ, ୪ ବୀଘା ବନ୍ଦ କରି ଦିଅନ୍ତୁ, ଆଉ ଏହା କରନ୍ତୁ। ଏହା ସମ୍ଭବ ନୁହେଁ। ସେ ଖାଇବ କଣ? ସେ ଡରୁଛି।
ଚାଷୀ-ମୁଁ ଚଣା, ମସୁର ଡାଲି ଓ ଗୁଆଁର ଚାଷ କରେ ସାର୍। ସେମିତି ତ ମୋ ପାଖରେ ବହୁତ କମ୍ ଜମି ଅଛି। ୨ ଏକରରୁ ଅଧିକ ହେବ ନାହିଁ। କିନ୍ତୁ ଟିକେ ଟିକେ କରି ଠିକ୍ ସମୟରେ କରିନିଏ।
ପ୍ରଧାନମନ୍ତ୍ରୀ-ଦେଖନ୍ତୁ, ଚାଷୀ ୨ ଏକର ଜମିରେ ମଧ୍ୟ ଚମତ୍କାର କରିଦିଏ।
ଚାଷୀ- ଅଳ୍ପ ଅଳ୍ପ କରି …
ପ୍ରଧାନମନ୍ତ୍ରୀ-ତାଙ୍କର ଜମି କେତେ ବି ଛୋଟ ହେଉ, ବଡ଼ ନ ହେଉ, ତାଙ୍କର ବୁଦ୍ଧି ବହୁତ ବଡ଼ ହୋଇଥାଏ, ସାହସ- ବହୁତ ବଡ଼ ହୋଇଥାଏ।
ଚାଷୀ-ଜୀ
ପ୍ରଧାନମନ୍ତ୍ରୀ-ଆଚ୍ଛା ଆପଣ ମନରେ କେବେ ଏହି ବିଚାର ଆସିଛି, ଚାଲନ୍ତୁ ହିଡ଼ରେ ବାଡ଼ ଲଗାଇବା ? ପଡ଼ୋଶୀ ଆସିବେ ନାହିଁ। ସେ ମଧ୍ୟ ବାଡ଼ ଦିଏ ଏବଂ ମୋର ଦେଢ଼-ଦୁଇ ମିଟର ଜମି ଖରାପ ହୋଇଯାଏ। ଯଦି ମିଳିମିଶି ସେଠାରେ ସୋଲାର୍ ବାଡ଼ ଲଗାଇ ଦିଆଯିବ, ତାଙ୍କର ସୋଲାର ତାଙ୍କ ଆଡ଼କୁ ଢଳିବ, ଆପଣଙ୍କର ସୋଲାର ଏପଟେ ଢଳି କରି ରହିବ। ଆପଣଙ୍କ ବିଜୁଳି ଖର୍ଚ୍ଚ କମ୍ କରି ତାକୁ ଆପଣ ବିକି ଦେବେ, ସେ ତାଙ୍କର ବିଜୁଳି ବିକି ଦେବେ।
ଚାଷୀ-ବହୁତ ବଢ଼ିଆ, ଏପରି ହୋଇପାରିବ …
ପ୍ରଧାନମନ୍ତ୍ରୀ-ହଁ, ଏହା ଏପରି ଦିଗରେ ଯିବା ଉଚିତ। ବର୍ତ୍ତମାନ ସରକାର ଏଥିପାଇଁ ପଇସା ଦେଉଛନ୍ତି। ସେ ଦିଗରେ ଯିବା ଉଚିତ।
ଚାଷୀ-ଲୋକମାନେ ନେଉଛନ୍ତି, ଭଲ ଫାଇଦା ଉଠାଉଛନ୍ତି।
ପ୍ରଧାନମନ୍ତ୍ରୀ-ଦ୍ୱିତୀୟରେ ମତେ ଲାଗେ, ରିଚାର୍ଜିଂ କୂଅ ଆଡ଼କୁ ଯିବା ଉଚିତ। ଯେଉଁ ବର୍ଷା ପାଣି ଆସେ, ତାହା କିପରି ଭୂତଳକୁ ଯିବ, ସେଥିପାଇଁ ଆମେ ଚେଷ୍ଟା କରିବା ଉଚିତ। ଏହା ଦ୍ୱାରା ଭୂତଳ ଜଳସ୍ତର ଉପରକୁ ଆସେ। ଏହାର ବହୁତ ଫାଇଦା ମିଳେ।
ଚାଷୀ-ହଁ।
ପ୍ରଧାନମନ୍ତ୍ରୀ-ବହୁତ ଭଲ ଲାଗିଲା, ଆପଣମାନେ ହେଉଛନ୍ତି ବହୁତ ସାହସୀ ଚାଷୀ, ଏବଂ ବହୁତ ପରିଶ୍ରମ କରିବା ଲୋକ। କିନ୍ତୁ ପ୍ରୟୋଗ କରୁଛନ୍ତି, ମତେ ବହୁତ ଖୁସି ଲାଗିଲା। କାହିଁକିନା ମୋର ବାପା ମଧ୍ୟ ଏପରି କରୁଥିଲେ, ମୋର କାକା ମଧ୍ୟ ଏପରି କରୁଥିଲେ, ମୁଁ ବି ଏପରି କରିବି। ଏପରି ଚିନ୍ତାଧାରାରୁ ଯୁବକମାନଙ୍କୁ ବାହାର କରିବାର ଅଛି।
ଚାଷୀ-ପ୍ରାଣୀ ସଂପଦ ମନ୍ତ୍ରାଳୟ ତରଫରୁ ଆମକୁ ୫୦ ପ୍ରତିଶତ ସବ୍ସିଡି ମିଳୁଛି। ଆଗରୁ ମୋ ପାଖରେ କିଛି ଗାଈ ଥିଲେ, ଏବେ ମୋ ପାଖରେ ୨୫୦ରୁ ଅଧିକ ଗିର୍ ଗାଈ ଅଛନ୍ତି। ଆଗରୁ ୨୦୧୦ରେ ମୁଁ ହୋଟେଲ ବୟ ଥିଲି। ଏବେ ମୋ ପାଖରେ କୋଟି କୋଟି ଟଙ୍କାର ଗୋଶାଳା ଅଛି। ଭାରତ ସରକାର ବହୁତ ବଢ଼ିଆ ସହଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ- ସେ ରୁମ୍ ବୟରୁ ଏଠାକୁ କେମିତି ପହଞ୍ଚିଗଲେ ଭାଇ ?
ଚାଷୀ-ଏହା ହେଉଛି ସରକାରଙ୍କ ସଫଳତା, ସାର୍।
ପ୍ରଧାନମନ୍ତ୍ରୀ-ଆପଣଙ୍କ ପାଖରେ ଏତେ ଗାଈ ଅଛନ୍ତି, ସବୁ ଗାଈ ଆପଣ ନିଜେ ରଖନ୍ତି କି ଅନ୍ୟ ଲୋକଙ୍କୁ ମଧ୍ୟ ଦେଇ ଦିଅନ୍ତି।
ଚାଷୀ-ଯେଉଁ ଆଦିବାସୀ ମହିଳା ଅଛନ୍ତି, ଯେଉଁମାନେ ଜୈବିକ ଚାଷ କରନ୍ତି ଓ ଗରିବ ଅଟନ୍ତି, ସେମାନଙ୍କୁ ମୁଁ ୬୩ଟି ବାଛୁରୀ ଉପହାର ଦେଇଛି।
ପ୍ରଧାନମନ୍ତ୍ରୀ-ହଁ, ଦେଖନ୍ତୁ ମୁଁ ହେଉଛି କାଶୀର ସାଂସଦ। ମୁଁ ଏକ ପ୍ରୟୋଗ କରୁଛି। ସେଠାକାର ପ୍ରାୟ ୧୦୦ ପରିବାରକୁ ମୁଁ ଗିର୍ ଗାଈ ଦେଇଛି। ସେମାନଙ୍କ ପାଇଁ ମୁଁ ଏକ ସର୍ତ୍ତ ରଖିଛି, ପ୍ରଥମ ବାଛୁରୀକୁ ସେମାନେ ମତେ ଫେରାଇ ଦେବେ। ସେମାନେ ଯେଉଁ ବାଛୁରୀକୁ ମତେ ଫେରାନ୍ତି, ମୁଁ ତାକୁ ଆଉ ଏକ ପରିବାରକୁ ଦେଇଦିଏ।
ଚାଷୀ-୨୦୨୦ରେ ଯେତେବେଳେ ସାରା ଦୁନିଆରେ ଲକ୍ଡାଉନ୍ ହୋଇଥିଲା, ତା ପରେ ମୁଁ ଟିକେ ଗବେଷଣା କଲି, ଟିକେ ଆଉ ପଢ଼ାପଢ଼ି କଲି। ତା ପରେ ହରିଦ୍ୱାରରେ ଥିବା ବିଭାଗୀୟ କାର୍ଯ୍ୟାଳୟକୁ ଗଲି। ସେଠାରୁ ମୁଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ସଂପର୍କରେ ଜାଣିଲି। ମତେ ଏପରି ଲାଗେ ସାର୍, ମୋ ପାଇଁ ତାହା ହେଉଛି ଜୀବନ ବଦଳାଇ ଦେବା ଭଳି ଯୋଜନା। ସେଠାରୁ ମତେ ସବ୍ସିଡି ଭାବେ ଯେଉଁ ସହାୟତା ମିଳିଲା, ମତେ ବହୁତ ସାହାଯ୍ୟ ମିଳିଲା।
ପ୍ରଧାନମନ୍ତ୍ରୀ-ଆପଣ କେତେ ଲୋକଙ୍କୁ କାମ ଦେଇଛନ୍ତି ?
ଚାଷୀ-ପ୍ରାୟ ୨୫ ଜଣ ଯୁବକ ମୋ ପାଖରେ କାମ କରନ୍ତି। ଉତ୍ତରାଖଣ୍ଡର ମୋ ଗାଁ ଆଖପାଖରେ ଥିବା ଥିବା ଛୋଟ ଛୋଟ ଗାଁର ସେମାନେ। ଏଠାକୁ ଆସି ସେମାନେ ବହୁତ କିଛି ଶିଖିପାରିଛନ୍ତି ସାର୍।
ପ୍ରଧାନମନ୍ତ୍ରୀ-ଆଚ୍ଛା
ଚାଷୀ-ଅଲଗା ଅଲଗା ସ୍ଥାନକୁ ସେମାନେ ଚାଲିଗଲେଣି। ଟିକେ ଟିକେ ନିଜର କାମ କରୁଛନ୍ତି ସେମାନେ।
ଚାଷୀ-ମୋର ଆକ୍ୱାକଲଚର୍।
ପ୍ରଧାନମନ୍ତ୍ରୀ-ଆଚ୍ଛା, ଆକ୍ୱାକଲଚର୍।
ଚାଷୀ-ଉତ୍ତର ପ୍ରଦେଶରେ ପ୍ରଥମେ ମୁଁ ଆରମ୍ଭ କରିଥିଲି, ସାର୍।
ପ୍ରଧାନମନ୍ତ୍ରୀ-ହଁ ହଁ । କିପରି କରୁଛନ୍ତି ଆପଣ, କେଉଁଠୁ ଆପଣ ଟ୍ରେନିଂ ନେଲେ,କଣ କଣ କରୁଛନ୍ତି?
ଚାଷୀ-ସାର୍ ମୁଁ ପିଏଚ୍ଡି କରିଛି। ଏହା ହେଉଛି ମୋର ବିଷୟ। ତେଣୁ ମୁଁ ଭାବିଲି ଚାକିରି କରିବା ଲୋକ ବଦଳରେ ଚାକିରି ଦେବା ଲୋକ ହେବି। ତା ପରେ ମୁଁ ଏହା ଆରମ୍ଭ କଲି। (ଜାଗାର ନାଁ ସ୍ପଷ୍ଟ ନାହିଁ। )
ପ୍ରଧାନମନ୍ତ୍ରୀ-ବିଶ୍ୱରେ ଆକ୍ୱାକଲଚରରେ ବହୁତ କାମ ହୁଏ।
ଚାଷୀ- ଜୀ ଜୀ ।
ପ୍ରଧାନମନ୍ତ୍ରୀ-ଭାରତରେ ବହୁତ କିଛି ସ୍ୱତନ୍ତ୍ରତା ବି ଅଛି। ଆମେ ଯଦି ସେପଟେ ଧ୍ୟାନ ଦେବା ତ ସେପଟେ ବହୁତ ବଡ଼ ବଜାର ଅଛି।
ଚାଷୀ-ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଏକ ଷ୍ଟାର୍ଟଅପ୍ ଚାଷୀ ପାଇଁ ବହୁତ ବଡ଼ ଆଶା ଅଟେ।
ଚାଷୀ-ଆପଣଙ୍କର ଯେଉଁ ସ୍ୱପ୍ନ ଅଛି, ଯଦି ଗାଁ ସମୃଦ୍ଧ ହେବ ତ ଦେଶ ବି ସମୃଦ୍ଧ ହେବ। ମୁଁ ସରାୟକେଲାର ହାତୀମରା ଗାଁର ୧୨୫ ଗରିବ ଜନଜାତି ପରିବାରକୁ ପୋଷ୍ୟ କରି ନେଇଛି ଏବଂ ସେଠାରେ ମୁଁ ସମନ୍ୱିତ କୃଷି ଆରମ୍ଭ କରି ଦେଇଛି।
ପ୍ରଧାନମନ୍ତ୍ରୀ-ଆପଣ ଏ ସଂପର୍କିତ ପାଠ ପଢ଼ିଛନ୍ତି ନା ଆଗରୁ କେଉଁଠୁ ଟ୍ରେନିଂ ନେଇଛନ୍ତି, ଏଥିପ୍ରତି ଆପଣଙ୍କର ମନ କେମିତି ହେଲା?
ଚାଷୀ-ସାର୍ ଆପଣ ହେଉଛନ୍ତି ମୋର ଆଦର୍ଶ।
ପ୍ରଧାନମନ୍ତ୍ରୀ-ଆରେ ଭାଇ।
ଚାଷୀ-ଆପଣ ସାରା ଦେଶକୁ ଆହ୍ୱାନ ଦେଇଥିଲେ, ଚାକିରି ଖୋଜିବା ବ୍ୟକ୍ତି ବଦଳରେ ଚାକିରି ପ୍ରଦାନ କରିବା ଲୋକ ହୁଅନ୍ତୁ। ସାରା ଦୁନିଆରେ ଟାଟା ଷ୍ଟିଲ ନିଜର ଉତ୍ପାଦ ବିକ୍ରି କରିଥାଏ। ମୋର ଉତ୍ପାଦକୁ ଟାଟା ଷ୍ଟିଲ ବିକ୍ରି କରିଥାଏ।
ପ୍ରଧାନମନ୍ତ୍ରୀ-ବାଃ, ବଢ଼ିଆ
ଚାଷୀ-ସାର୍, ଆପଣ ହେଉଛନ୍ତି ମୋର ପୂଜନୀୟ, ମୋର ପ୍ରେରଣାର ଉତ୍ସ, ମୋର ଗୁରୁ ଓ ମୋର ପୂରା ଜୀବନରେ ଆପଣଙ୍କର ପ୍ରଭାବ ପଡ଼ିଛି। ଆପଣଙ୍କ ଛୋଟ ଛୋଟ ଉପଦେଶ, ଆପଣଙ୍କ ଛୋଟ ଛୋଟ କଥାକୁ ନେଇ ମୁଁ ପରିବର୍ତ୍ତିତ ହୋଇଛି।
ଚାଷୀ-ଜୀ ମୁଁ ସଖୀ ସଂଗଠନରେ ଜଡ଼ିତ। ଆମର ଯାତ୍ରା ୨୦ ଜଣ ମହିଳାଙ୍କଠାରୁ ଆରମ୍ଭ ହୋଇ ଆଜି ୯୦ ହଜାର ମହିଳା ଆମ ସଂଗଠନରେ ଅଛନ୍ତି।
ପ୍ରଧାନମନ୍ତ୍ରୀ- ୯୦ ହଜାର।
ଚାଷୀ-ଜୀ ସାର୍। ୯୦ ହଜାର ମହିଳା କାମ କରୁଛନ୍ତି ଏବଂ ସେମାନେ କ୍ଷୀର ବିକି ଭଲ ରୋଜଗାର କରୁଛନ୍ତି। ଆମେ ଆଜି ପର୍ଯ୍ୟନ୍ତ ୧୪୦୦୦ରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ।
ପ୍ରଧାନମନ୍ତ୍ରୀ-ଆପଣ ତ ପୂରା ଚମତ୍କାର କଥା କହୁଛନ୍ତି।
ଚାଷୀ-ମୋ ପାଖରେ ସେଠାରେ ବହୁତ ବଢ଼ିଆ ମାଛ ଚାଷ ହୁଏ।
ପ୍ରଧାନମନ୍ତ୍ରୀ-ହଁ ।
ଚାଷୀ-ମାଛ ଚାଷ ହୁଏ । ଏବେ ଆପଣଙ୍କର ଯୋଜନା ପାଇଁ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ପାଇଁ ଆଇସ୍ ପ୍ଲାନିଂ ହୋଇଛି। …
ପ୍ରଧାନମନ୍ତ୍ରୀ-ଆପଣଙ୍କ ସହିତ କେତେ ଲୋକ କାମ କରନ୍ତି?
ଚାଷୀ -ମୋ ସହିତ ୧୦୦ ଲୋକ କାମ କରନ୍ତି।
ପ୍ରଧାନମନ୍ତ୍ରୀ-ଆଚ୍ଛା, ଆଉ କାହା କାହା ମନରେ ଏପରି ଚିନ୍ତାଧାରା ଆସୁଛି ?
ଚାଷୀ-ଜୀ ସାର୍। ଆମର କେତେକ ଲୋକ ଏବେ ଆଣ୍ଡାମାନ ଯାଇଥିଲେ। ସେତେବେଳେ ଆମକୁ ମାଛ ବୋର୍ଡ ସଂପର୍କରେ କିଛି ଜଣାନଥିଲା। …
ପ୍ରଧାନମନ୍ତ୍ରୀ-ହଁ
ଚାଷୀ-ଆପଣଙ୍କର ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଯୋଗୁଁ ଏବେ ବୋର୍ଡ ବି ଚାଲୁଛି, ବରଫ ମଧ୍ୟ ମିଳୁଛି ସାର୍। ଏଠାରେ ମାଛ ରଖିବାକୁ ମଧ୍ୟ ଜାଗା ମିଳିଥାଏ ସାର୍।
ପ୍ରଧାନମନ୍ତ୍ରୀ-ଓହୋ
ଚାଷୀ-ସାର୍, ମୁଁ କାଶ୍ମୀରରୁ ଆସିଛି। ମୁଁ ଏକ କାର୍ଯ୍ୟକ୍ରମରେ ଆପଣଙ୍କର ଯୋଜନା ପିଏମ୍ଏମ୍ଏସ୍ଓ୍ୱାଇ ବିଷୟରେ ଶୁଣିଥିଲି । ସେଠାକୁ ଯାଇ ଏହି ଯୋଜନା ସଂପର୍କରେ ଜାଣିଲି, ତା ପରେ ଏହି କଲଚର୍ ଆରମ୍ଭ କଲି। ପ୍ରଥମେ ୩ ଜଣ କର୍ମଚାରୀ ଥିଲେ ଏବଂ ୧୪ ଜଣ କାମ କରୁଛନ୍ତି।
ପ୍ରଧାନମନ୍ତ୍ରୀ-ଓହୋ
ଚାଷୀ-୧୪ କର୍ମଚାରୀ ଅଛନ୍ତି ଏବଂ ବର୍ଷକ ମୋର ୧୫ ଲକ୍ଷ ଟଙ୍କାର ଲାଭ ହେଉଛି। ବହୁତ ବଢ଼ିଆ ବଜାର ମିଳିଛି ଏବଂ ଏହା ସହିତ ଅନ୍ୟମାନଙ୍କୁ ମଧ୍ୟ ଫାଇଦା ମିଳିଛି, କାହିଁକିନା …
ପ୍ରଧାନମନ୍ତ୍ରୀ-ଏବେ ତ ଟ୍ରେନରେ ମଧ୍ୟ ଆପଣଙ୍କର ଜିନିଷପତ୍ର ଯାଉଛି, ତ ବହୁତ ଶୀଘ୍ର ତାହା ପହଞ୍ଚିବ?
ଚାଷୀ-ବହୁତ ବିକାଶ ହେଉଛି। ସେସବୁ ଆପଣଙ୍କ ପାଇଁ ହେଉଛି, ମତେ ଲାଗୁ ନାହିଁ ଏସବୁ କାମ ଅନ୍ୟ କେଉଁ ପ୍ରଧାନମନ୍ତ୍ରୀ କରିପାରିଥାନ୍ତେ।
ପ୍ରଧାନମନ୍ତ୍ରୀ- ନା ନା, ଜାମ୍ମୁ କାଶ୍ମୀରର ଯୁବବର୍ଗରବହୁତ ଶକ୍ତି ଅଛି ଭାଇ।
ଚାଷୀ-କାଶ୍ମୀରରେ ଆପଣଙ୍କ ସମୟରେ, ଆପଣଙ୍କ ଶାସନ ସମୟରେ, ସରକାର ସମୟରେ ହୋଇଛି। ମୁଁ କହୁନାହିଁ ଯେ ଅନ୍ୟ କୌଣସି କାରଣରୁ ତାହା ହୋଇଥିବ।
ଚାଷୀ-ତାଙ୍କୁ ଭେଟି ମାନେ ଯେଉଁ ଥେରାପି ଆମେ ପୁରା ଗାର୍ଡେନିଂ କରି, ପୁରା ଆକ୍ୱାକଲଚର୍ ଫାର୍ମିଂ କରି ଯାହା ମିଳିନଥିଲା, ତାହା ଆଜି ଆପଣଙ୍କୁ ଭେଟି, ଆପଣଙ୍କ ସହିତ କଥା ହୋଇ ମିଳିଗଲା। ଏଥିପାଇଁ ବହୁତ ଭଲ ଲାଗୁଛି। ଏକ ପ୍ରାକୃତିକ ଥେରାପି ମିଳିଗଲା।
ଚାଷୀ-ନମସ୍କାରମ୍
ପ୍ରଧାନମନ୍ତ୍ରୀ-ନମସ୍କାରମ୍
ଚାଷୀ-ସାର୍, ମୁଁ ପ୍ରକୃତରେ ୨୦୧୪ରେ ଆମେରିକାରୁ ଫେରି ଆସିଥିଲି।
ପ୍ରଧାନମନ୍ତ୍ରୀ- ଏବଂ ଆପଣ ଆମେରିକା ଛାଡ଼ି ଦେଲେ ?
ଚାଷୀ-ହଁ ସାର୍, ମୁଁ ଆମେରିକା ଛାଡ଼ି ଦେଲି। ମୁଁ ଚାହୁଁଥିଲି ନିଜର ଲୋକଙ୍କୁ କାମ ଦେବି। ମୁଁ ପ୍ରଥମେ ଛୋଟ ଆକାରରେ ୧୦ ଏକରରୁ ଚାଷ ଆରମ୍ଭ କରିଥିଲି। ଏବେ ମୁଁ ୩୦୦ ଏକରରୁ ଅଧିକ ଜମିରେ ଚାଷ କରୁଛି। ତା ସହିତ ମୋର ଏକ ହେଚରି ଅଛି। ଆମେ ୧୦,୦୦୦ ହେକ୍ଟର୍ ଚାଷ ପାଇଁ ବିହନ ଉତ୍ପାଦନ କରୁଛୁ। ମୁଁ FIDF ରୁ ସହାୟତା ନେଇଛି ଏବଂ ମାତ୍ର ୭ ପ୍ରତିଶତ ସୁଧରେ ଏହି ସହାୟତା ମିଳିଛି। ଏହି କାରଣରୁ ମୁଁ ବ୍ୟବସାୟକୁ ଅଧିକ ବଢ଼ାଇ ପାରିଲି। ଏବେ ମୋର ୨୦୦ କର୍ମଚାରୀ ଅଛନ୍ତି।
ପ୍ରଧାନମନ୍ତ୍ରୀ-ଓ୍ୱାଃ ! ବହୁତ ବଢ଼ିଆ !
ଚାଷୀ-ନରେନ୍ଦ୍ର ମୋଦୀ ଆମ ଆଡ଼କୁ ଚାଲି ଚାଲି ଆସୁଥିଲେ। ଏହା ମୋ ଜୀବନର ଏକ ଅପୂର୍ବ ମୁହୂର୍ତ୍ତ। ଏହା ଗୋଟିଏ ଚମତ୍କାର ଭଳି ମୁହୂର୍ତ୍ତ ଥିଲା।
ପ୍ରଧାନମନ୍ତ୍ରୀ-ନମସ୍ତେ ଭାଇ।
ଚାଷୀ-ମୁଁ ଗୁଜରାଟରୁ, ଅମ୍ବେରେଲୀ ଜିଲ୍ଲାର ଧାରୀ ଏଫ୍ପିଓରୁ ଆସିଛି। ମୋର ନାଁ ହେଉଛି ଭାବନା ଗୋନ୍ଦବିୟା ଓ ମୋର ଏଫ୍ପିଓରେ ୧୭୦୦ ଚାଷୀ ଅଛନ୍ତି। ଆଉ ଆମେ ସାର୍, ଲଗାତର ୪ ବର୍ଷ ହେଲାଣି ୨୦ ପ୍ରତିଶତ …
ପ୍ରଧାନମନ୍ତ୍ରୀ-୧୭୦୦ ଚାଷୀ
ଚାଷୀ-ଜୀ ସାର୍।
ପ୍ରଧାନମନ୍ତ୍ରୀ-ସବୁ ମିଶାଇଲେ କେତେ ଜମି ହେବ ?
ଚାଷୀ-ସାର୍ ଆମେ ୧୫୦୦ ଏକର ଜମିରେ ଚାଷ କରୁଛୁ। ୪ ବର୍ଷ ହେଲା ପ୍ରତି ବର୍ଷ ୨୦ ପ୍ରତିଶତ ଲାଭ ହେଉଛି। ୨୦୦ କୋଟିରୁ ଅଧିକ …
ପ୍ରଧାନମନ୍ତ୍ରୀ-ସେମାନଙ୍କର ଅଲଗା ଅଲଗା ଫସଲ ନିଅନ୍ତି କି ? ନା ଆପଣ ନିଷ୍ପତ୍ତି ନେଇଛନ୍ତି, ସେମାନେ ଚାଷ କରି ଦିଅନ୍ତି ?
ଚାଷୀ-ଏମ୍ଏସ୍ପିର କାମ ମଧ୍ୟ ସେଥିରେ ଆମ କରିଥାଉ। ଏହା ସହିତ ସେଥିରେ ଆମର ସବୁଠାରୁ ବଡ଼ ସଫଳତା ହେଲା ଭାରତ ସରକାରଙ୍କ ସେହି ଗ୍ୟାରେଣ୍ଟିବାଲା ଯେଉଁ ଯୋଜନା ଅଛି, ଯେତେବେଳେ ଆମ ଏଫ୍ପିଓ ପାଖରେ ପଇସା ନ ଥିଲା, ସେତେବେଳେ ଆମକୁ ୨ କୋଟି ଟଙ୍କା ବିନା ଗ୍ୟାରେଣ୍ଟିରେ ମିଳିଥିଲା। ଏହା ଦ୍ୱାରା ଆମର ବହୁତ ବଡ଼ କାମ ହୋଇଗଲା।
ଚାଷୀ-ନମସ୍କାର ପ୍ରଧାନମନ୍ତ୍ରୀ ଜୀ, ମୋ ନାଁ ହେଉଛି ସୁନୀଲ କୁମାର। ମୁଁ ହେଉଛି ରାଜସ୍ଥାନ ଜୈସଲମରର। ଆମେ ଅଧିକ କାମ ଆଇପିଏମ୍ ଜିରାରେ କରିଥାଉ। ଇଣ୍ଟିଗ୍ରେଟେଡ୍ ପେଷ୍ଟ ମେନେଜମେଣ୍ଟ ଅର୍ଗାନିକ ଜିରା ।
ପ୍ରଧାନମନ୍ତ୍ରୀ-ଆଚ୍ଛା
ଚାଷୀ-ମୋର ଏଫ୍ପିଓ ଅଧୀନେର ୧୦୩୫ ଚାଷୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ସାର୍ …
ପ୍ରଧାନମନ୍ତ୍ରୀ-ସମସ୍ତେ ଜୀରା ବାଲା ।
ଚାଷୀ-ଜୀରା ଓ ଇସବ୍ଗୋଲ ।
ପ୍ରଧାନମନ୍ତ୍ରୀ-ଜୀରାର ବଜାର କେଉଁଠି ଅଛି ?
ଚାଷୀ-ସାର୍, ଏବେ ଯାହା ଆମେ ପଠାଉଛୁ, ଗୁଜରାଟ ଭିତରେ ଅଲଗା ଅଲଗା ରପ୍ତାନୀକାରୀଙ୍କୁ ଦେଉଛୁ। ସେମାନେ ପୁଣି ନେଇ କରି ଯାଆନ୍ତି।
ପ୍ରଧାନମନ୍ତ୍ରୀ-କେବେ କିଏ ଇସବଗୋଲର ଆଇସ୍କ୍ରିମ୍ ତିଆରି କରିଛି କି ?
ଚାଷୀ- ନା – ନା ।
ପ୍ରଧାନମନ୍ତ୍ରୀ- ଭାବନ୍ତୁ। ଏହାର ବହୁତ ବଡ଼ ବଜାର ହୋଇପାରିବ।
ଚାଷୀ-ଯେମିତି ସେ ଭ୍ୟାଲୁ ଆଡିସନ ସଂପର୍କରେ କହିଲେ। ସେ ଯେପରି ଏକ ଛୋଟ କଳ୍ପନା କରି କହିଲେ। ତାଙ୍କ ମୁଣ୍ଡକୁ ଏହା କେଉଁଠୁ ଆସିଲା। ଆଇସକ୍ରିମ୍, ଆଜି ଯାଏ ଆମେ ବି ଏହା କଳ୍ପନା କରିନଥିଲୁ। ପ୍ରଥମ ଥର ଭାବୁଛୁ। ଏହା ଉପରେ ଅଧିକ ଭାବିବୁ ଓ ନିଶ୍ଚିତ କିଛି କରିବୁ।
ଚାଷୀ-ସାର୍ ମୁଁ ହେଉଛି ଧର୍ମେନ୍ଦ୍ର କୁମାର ମୌର୍ଯ୍ୟ, ମିର୍ଜାପୁରର। ଆପଣଙ୍କ ସଂସଦୟ କ୍ଷେତ୍ର ବାରାଣସୀକୁ ଲାଗି ରହିଥିବା ଜିଲ୍ଲା । ଆମେ ମିଲେଟ୍ ଉପରେ କାମ କରୁଛୁ।
ପ୍ରଧାନମନ୍ତ୍ରୀ-ମିଲେଟ୍ସ ଉପରେ।
ଚାଷୀ-ଜୀ ସାର୍। ଯେଉଁଥିରେ …
ପ୍ରଧାନମନ୍ତ୍ରୀ-ଆପଣ ପ୍ୟାକେଜିଂ ଆଦି କରି, ବ୍ରାଣ୍ଡିଂ କରି ବିକ୍ରି କରନ୍ତି।
ଚାଷୀ-ସାର୍ ଆମେ ସେନାବାହିନୀକୁ, ଏନ୍ଡିଆର୍ଏଫ୍କୁ ମଧ୍ୟ ଏହା ଯୋଗାଇ ଥାଉ। ସେମାନଙ୍କ ସହିତ ଆମର ଏମ୍ଓୟୁ ଅଛି ସାର।
ଚାଷୀ- ମୋର ନାଁ ହେଉଛି ଫୟାଜ ଅହମଦ, ମୁଁ କାଶ୍ମୀରର। ଆମେ ସେଓ ଚାଷ କରିଥାଉ।
ପ୍ରଧାନମନ୍ତ୍ରୀ-ଆପଣ ସେଓ ଚାଷୀ ଅଟନ୍ତି?
ଚାଷୀ- ସେଓ ଚାଷୀ ।
ପ୍ରଧାନମନ୍ତ୍ରୀ-ଏବେ ତ ଆପଣଙ୍କୁ ସେଓ ନେବା ଆଣିବା ପାଇଁ ଗାଡ଼ି ମିଳି ଯାଇଛି। ?
ଚାଷୀ-ହଁ, ଗାଡ଼ି ତ ମିଳି ଯାଇଛି।
ପ୍ରଧାନମନ୍ତ୍ରୀ- ଆପଣଙ୍କର ୬୦ ହଜାର ଟନ୍ ର ଫଳ, ପନିପରିବା ଓ ଫୁଲ ଟ୍ରେନରେ ଦିଲ୍ଲୀ ପହଞ୍ଚି ଯାଇଛି।
ଚାଷୀ-ଏଠାରେ ଦିଲ୍ଲୀରେ ପହଞ୍ଚି ଯାଇଛି, ବାକି ଜାଗାରେ ବି ପହଞ୍ଚି ଯାଇଛି।
ପ୍ରଧାନମନ୍ତ୍ରୀ-ଏହା ବହୁତ ବଡ଼ କାମ ହୋଇଛି ଜୀ।
ଚାଷୀ-କିନ୍ତୁ ।
ପ୍ରଧାନମନ୍ତ୍ରୀ-ଟ୍ରକରେ ବହୁତ ସମୟ ଲାଗୁଥିଲା।
ଚାଷୀ-ମୋ ନାଁ ରୌଶିକ ସୁଖଲାମ୍ (ସ୍ପଷ୍ଟ ନାହିଁ )। ମୁଁ ମଧ୍ୟପ୍ରଦେଶ ଜବଲପୁରର। ସାର୍ ଆମେ ମେରୋପୋନିକ୍ସ ଜରିଆରେ ଆଳୁ ବିହନ ତିଆରି କରୁ।
ପ୍ରଧାନମନ୍ତ୍ରୀ-ଏମିତି କଥା।
ଚାଷୀ-ହଁ ସାର୍। ଏହା ହେଉଛି ଭର୍ଟିକାଲ ଫାର୍ମିଂ, ହରିଜୋଣ୍ଟାଲ କରୁଛୁ। ସାର୍ ଏହା ହେଉଛି ଆଳୁ ବିହନ। ସାର୍ ଏହି ଆଳୁରୁ ତ ସୁନା ତିଆରି କରୁନା, କିନ୍ତୁ ଏହା ହେଉଛି ସୁନା ପରି ଆଳୁ। କାରଣ ଏହାକୁ ଆମେ ଜମିରେ ମଲ୍ଟିପ୍ଲାଏ କରୁ, ଏବଂ ଚାଷୀ ନିଜର …
ପ୍ରଧାନମନ୍ତ୍ରୀ-ଅର୍ଥାତ ଆପଣ ଉପରେ ଆଳୁ ଚାଷ କରନ୍ତି।
ଚାଷୀ-ଜୀ ସାର୍।
ପ୍ରଧାନମନ୍ତ୍ରୀ-ଆଳୁ ।
ଚାଷୀ-ସେଥିରେ ଲଟକିଥିବା ଆଳୁ ହୁଏ ସାର୍।
ପ୍ରଧାନମନ୍ତ୍ରୀ-ଅର୍ଥାତ ଏହା ହେଉଛି ଜୈନମାନଙ୍କ ପାଇଁ। ଏହା ଜୈନ୍ ଆଳୁ । ମାଟି ତଳେ ଫଳୁଥିବା ଆଳୁ ଜୈନମାନେ ଖାଆନ୍ତି ନାହିଁ। ବାହାରେ ଥିଲେ ଖାଆନ୍ତି।
ଚାଷୀ-ଯେଉଁ ଦିନରୁ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ହେଲା, ତାଙ୍କୁ ଆମେ ଏହି ମିନି ୟୁଟ୍ୟୁବର୍ସ ଦେଖାଇଲୁ। ସେ ଆଳୁ ଦେଖିଲେ, ଏ ସଂପର୍କରେ ସେ ଆଗରୁ ଜାଣିଥିଲେ। ହରିଜୋଣ୍ଟାଲ ଫାର୍ମିଂ ଓ ଏରୋପୋନିକ୍ସ ସଂପର୍କରେ ସେ ଜାଣିଥିଲେ। ସେ ଦେଖୁ ଦେଖୁ କହିଲେ, ଏହା ହେଉଛି ଜୈନ୍ ଆଳୁ। ସେ ଏହାର ନାଁ ଦେଇଛନ୍ତି ଜୈନ୍ ଆଳୁ।
ଚାଷୀ-ସାର୍ ନମସ୍କାର। ମୋର ନାଁ ହେଉଛି ମହମ୍ମଦ ଅସଲମ୍। ସାର୍, ମୁଁ ହେଉଛି ବାରାଙ୍ଗ ଜିଲ୍ଲାର। ରସୁଣ ପାଇଁ ଆମର …
ପ୍ରଧାନମନ୍ତ୍ରୀ-ଆପଣ କେଉଁ ଜାଗାର । ?
ଚାଷୀ-ରାଜସ୍ତାନ ବାରାଙ୍ଗ ଜିଲ୍ଲାର।
ପ୍ରଧାନମନ୍ତ୍ରୀ-ବାରାଙ୍ଗ, ରାଜସ୍ଥାନ
ଚାଷୀ- ହଁ ସାର୍। ରସୁଣର ଯେଉଁ ଆମର … ରସୁଣରେ ଆମେ ତାର ଭ୍ୟାଲୁ ଏଡିସନ୍ କରୁଛୁ। ଗୁଣ୍ଡ, ପେଷ୍ଟ ଆଉ ରପ୍ତାନୀ କରିବାକୁ ମଧ୍ୟ ଏବେ ଆମେ ଲାଇସେନ୍ସ ପାଇଁ ଆବେଦନ କରିଛୁ।
ପ୍ରଧାନମନ୍ତ୍ରୀ-ଏବେ ମତେ ଜଣେ ଯୁବକ ଭେଟିଥିଲେ, ସେ କହୁଥିଲେ ଯେ, ସେ ବେସନ ଓ ରସୁଣର ପାପଡ଼ ତିଆରି କରନ୍ତି।
ଚାଷୀ-ଆପଣଙ୍କୁ ଜଣାଇ ମତେ ଏହା ବହୁତ ଖୁସି ଲାଗୁଛି ଯେ, ମନ୍ କୀ ବାତ୍ ରେ ମୁଁ ଆପଣଙ୍କଠାରୁ ସମ୍ମାନିତ ହୋଇଛି।
ପ୍ରଧାନମନ୍ତ୍ରୀ-ବାଃ । ହଉ ବହୁତ ବହୁତ ଧନ୍ୟବାଦ ଭାଇ।
BSP
(Release ID: 2178784)
Visitor Counter : 8