ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଆତ୍ମନିର୍ଭରତା ଓ ବିକାଶର ପଥ ଉପରେ ଆଲୋକପାତ କରି ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 OCT 2025 12:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି ଏହି ଲେଖାରେ ବ୍ୟାପକତା, ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ମାଧ୍ୟମରେ ବିକାଶ ପାଇଁ ଭାରତର ସ୍ୱତନ୍ତ୍ର ଆଭିମୂଖ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି

ଏହି ଲେଖାରେ, ଶ୍ରୀ ହରଦୀପ ସିଂହ ପୁରୀ ଉଲ୍ଲେଖ କରିଛନ୍ତି ଯେ, ବିକଶିତ ଦେଶଗୁଡିକ ଅନ୍ତର୍ମୁଖୀ ହେଉଥିବା ବେଳେ, ଭାରତ ସଂସ୍କାର, ଡିଜିଟାଲ ନବାଚାର ଏବଂ ଏହାର ଯୁବ କାର୍ଯ୍ୟବଳର ଶକ୍ତି ଦ୍ୱାରା ପରିଚାଳିତ ହୋଇ ଏକ ଭିନ୍ନ ପଥ ପ୍ରସ୍ତୁତ କରିଚାଲିଛି ଏହି କାରଣଗୁଡିକ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ଭାବରେ ରାଷ୍ଟ୍ରର ଉତ୍‌ଥାନକୁ ଶକ୍ତି ପ୍ରଦାନ କରୁଛି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଲେଖାକୁ ଶେୟାର କରି ଏକ୍ସରେ ପୋଷ୍ଟ କରାଯାଇଛି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ବର୍ଣ୍ଣନା କରିଛନ୍ତି ଯେ, ବିକଶିତ ଦେଶଗୁଡିକ ଅନ୍ତର୍ମୁଖୀ ହେଉଥିବା ବେଳେ, ଭାରତ ବ୍ୟାପକତା, ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ମାଧ୍ୟମରେ ଏକ ଭିନ୍ନ ପଥ ପ୍ରସ୍ତୁତ କରୁଛି ସେ ଉଲ୍ଲେଖ କରିଛନ୍ତି ଯେ, ସଂସ୍କାର, ଡିଜିଟାଲ ନବାଚାର ଏବଂ ଏକ ଯୁବ କାର୍ଯ୍ୟଶକ୍ତି ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ଭାବରେ ବିକଶିତ ହେବାରେ ସହାୟତା କରୁଛି

https://indianexpress.com/article/opinion/columns/developed-world-is-building-walls-indias-answer-lies-in-scale-skill-and-self-reliance-10303095/

 

ନମୋ ଆପ ମାଧ୍ୟମରେ”

 

SR


(ରିଲିଜ ଆଡି: 2178632) ପରିଦର୍ଶକ କାଉଣ୍ଟର : 42