ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ନୂତନ ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋର

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2025 10:11PM by PIB Bhubaneswar

ଭାରତରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ଗୋରଙ୍କୁ ତାଙ୍କ ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;

ଭାରତରେ ଯୁକ୍ତରାଷ୍ଟ୍ର ଆମେରିକାର ନୂତନ ରାଷ୍ଟ୍ରଦୂତ ଶ୍ରୀ ସେର୍ଗିଓ ଗୋରଙ୍କୁ ଭେଟି ଖୁସି ହେଲି ମୋର ଦୃଢ଼ ବିଶ୍ୱାସ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ସମନ୍ୱିତ ବୈଶ୍ୱିକ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ

@SergioGor”

SR

 


(ରିଲିଜ ଆଡି: 2178018) ପରିଦର୍ଶକ କାଉଣ୍ଟର : 33