ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ସହ କ୍ୱାଲକମ୍ ସିଇଓଙ୍କ ଆଲୋଚନା, ଏଆଇ ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା

Posted On: 11 OCT 2025 2:03PM by PIB Bhubaneshwar

୧୧ ଅକ୍ଟୋବର ୨୦୨୫: ପିଆଇବି ଦିଲ୍ଲୀ 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବହୁରାଷ୍ଟ୍ରୀୟ ନିଗମ କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କୁ ଭେଟି ଆଲୋଚନା କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ), ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଏହି ଅବସରରେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ସେମିକଣ୍ଡକ୍ଟର ଏବଂ ଏଆଇ ମିସନ ପ୍ରତି କ୍ୱାଲକମର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି କି, ଭାରତ ଏପରି ଏକ ପ୍ରଯୁକ୍ତିର ନିର୍ମାଣ ପାଇଁ ଅନନ୍ୟ ପ୍ରତିଭା ଏବଂ ମାନକ ପ୍ରଦାନ କରୁଛି ଯାହାକି ଉତ୍ତମ ଭବିଷ୍ୟତକୁ ରୂପ ଦେବ ।

କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନ ଭାରତ-ଏଆଇ, ଭାରତ-ସେମିକଣ୍ଡକ୍ଟର ମିଶନ ସମର୍ଥନରେ କ୍ୱାଲକମ ଏବଂ ଭାରତ ମଧ୍ୟରେ ସହଭାଗିତାକୁ ମଜବୁତ କରିବା ପାଇଁ ୬ଜିରେ ପରିବର୍ତ୍ତନ ଉପରେ ହୋଇଥିବା ଉପଯୋଗୀ ଚର୍ଚ୍ଚା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଏଆଇ ସ୍ମାର୍ଟଫୋନ, ପିସି, ସ୍ମାର୍ଟ ଗ୍ଲାସ,ଅଟୋମୋଟିଭ, ଔଦ୍ୟୋଗିକ କ୍ଷେତ୍ରରେ ଏକ ଭାରତୀୟ ଇକୋସିଷ୍ଟମର ବିକାଶ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କ ସହ ଏହା ଏକ ଅଦ୍ଭୁତ ବୈଠକ ଥିଲା ଏବଂ ଏଆଇ, ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଆଲୋଚନା ହେଲା । ଭାରତର ସେମିକଣ୍ଡକ୍ଟର ଏବଂ ଏଆଇ ମିସନ ପ୍ରତି କ୍ୱାଲକମର ପ୍ରତିବଦ୍ଧତା ଦେଖି ଖୁସି ଲାଗିଲା । ଭାରତ ଏପରି ଏକ ପ୍ରଯୁକ୍ତିର ନିର୍ମାଣ ପାଇଁ ଅନନ୍ୟ ପ୍ରତିଭା ଏବଂ ମାନକ ପ୍ରଦାନ କରୁଛି ଯାହାକି ଉତ୍ତମ ଭବିଷ୍ୟତକୁ ରୂପ ଦେବ ।

@cristianoamon

@Qualcomm”

 

SR


(Release ID: 2178017) Visitor Counter : 4