ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
Posted On:
09 OCT 2025 9:55AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିକାଶ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାହୁଙ୍କ ଦୃଢ଼ ନେତୃତ୍ୱକୁ ଦର୍ଶାଉଛି । ସେ ଆଶ ପ୍ରକାଶ କରିଛନ୍ତି ଯେ, ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ବହୁପ୍ରତିକ୍ଷୀତ ବିରତି ଆଣିବ ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ପଥ ପ୍ରଶସ୍ତ କରିବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରୁଛୁ । ଏହା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ନେତୃତ୍ୱର ଏକ ପ୍ରତିଫଳନ ।
ଆମେ ଆଶା କରୁଛୁ ଯେ, ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ସେମାନଙ୍କ ପାଇଁ ବହୁପ୍ରତିକ୍ଷୀତ ବିରତି ଆଣିବ ଏବଂ ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ପଥ ପ୍ରଶସ୍ତ କରିବ।
@potus
@realDonaldTrump
@netanyahu”
SR
(Release ID: 2177180)
Visitor Counter : 11
Read this release in:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam