ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2025 9:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିକାଶ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାହୁଙ୍କ ଦୃଢ଼ ନେତୃତ୍ୱକୁ ଦର୍ଶାଉଛି । ସେ ଆଶ ପ୍ରକାଶ କରିଛନ୍ତି ଯେ, ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ବହୁପ୍ରତିକ୍ଷୀତ ବିରତି ଆଣିବ ଏବଂ ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ପଥ ପ୍ରଶସ୍ତ କରିବ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;

“ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମାକୁ ସ୍ୱାଗତ କରୁଛୁ । ଏହା ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ନେତୃତ୍ୱର ଏକ ପ୍ରତିଫଳନ ।

ଆମେ ଆଶା କରୁଛୁ ଯେ, ବନ୍ଧକଙ୍କ ମୁକ୍ତି ଏବଂ ଗାଜାର ଲୋକମାନଙ୍କୁ ବର୍ଦ୍ଧିତ ମାନବିକ ସହାୟତା ସେମାନଙ୍କ ପାଇଁ ବହୁପ୍ରତିକ୍ଷୀତ ବିରତି ଆଣିବ ଏବଂ ସ୍ଥାୟୀ ଶାନ୍ତି ସ୍ଥାପନ ପାଇଁ ପଥ ପ୍ରଶସ୍ତ କରିବ।

@potus

@realDonaldTrump

@netanyahu”

 

SR


(ରିଲିଜ ଆଡି: 2177180) ପରିଦର୍ଶକ କାଉଣ୍ଟର : 39