ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 OCT 2025 12:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ତାଙ୍କର ପ୍ରଥମ ଐତିହାସିକ ଭାରତ ଗସ୍ତ ଅବସରରେ ସ୍ୱାଗତ କରିଛନ୍ତି । ତାଙ୍କ ସହିତ ୟୁକେର ସବୁଠାରୁ ବଡ ବାଣିଜ୍ୟିକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏବଂ ୟୁକେ ମଧ୍ୟରେ ଏକ ଦୃଢ଼ ଏବଂ ପାରସ୍ପରିକ ସମୃଦ୍ଧ ଭବିଷ୍ୟତର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ସେ ଆସନ୍ତା କାଲି ହେବାକୁ ଥିବା ସେମାନଙ୍କର ବୈଠକକୁ ଅପେକ୍ଷା କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ୟୁକେର ସବୁଠାରୁ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ସହିତ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଐତିହାସିକ ପ୍ରଥମ ଭାରତ ଗସ୍ତକୁ ସ୍ୱାଗତ। ଏକ ଦୃଢ଼ ଏବଂ ପାରସ୍ପରିକ ସମୃଦ୍ଧ ଭବିଷ୍ୟତର ଆମର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତାକାଲି ଆମର ବୈଠକକୁ ଅପେକ୍ଷା କରିଛି।
@Keir_Starmer”
SR
(ରିଲିଜ ଆଡି: 2176341)
ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam