ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରାପ୍ତବୟସ୍କ ଶିକ୍ଷାକୁ ରୂପାନ୍ତରିତ କରି ସାକ୍ଷରତା ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ଉଲ୍ଲାସ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଲେଖା ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2025 12:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଜାତୀୟ ଶିକ୍ଷା ନୀତି-୨୦୨୦ ଅନ୍ତର୍ଗତ ଏକ ପ୍ରମୁଖ ପଦକ୍ଷେପ ଭାବରେ ୨୦୨୨ରେ ଆରମ୍ଭ ହୋଇଥିବା “ସମାଜରେ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ଶିକ୍ଷା” (ଉଲ୍ଲାସ) କାର୍ଯ୍ୟକ୍ରମର ପରିବର୍ତ୍ତନକାରୀ ପ୍ରଭାବକୁ ପ୍ରଶଂସା କରି ଏକ ଲେଖା ଶେୟାର କରିଛନ୍ତି । ଏହି କାର୍ଯ୍ୟକ୍ରମ ଗ୍ରାମୀଣ ସମ୍ପ୍ରଦାୟ ଏବଂ ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ସହ ସମଗ୍ର ଭାରତରେ ବୟସ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷାଗତ ସୁଯୋଗକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପିଏମ୍‌ଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି;

“ଏହି ଆଲେଖ୍ୟରେ ଶ୍ରୀ ଜୟନ୍ତ ଚୌଧୁରୀ  ଏନ୍‌ଇପି ୨୦୨୦ ସହିତ ସମନ୍ୱୟ ରଖି ୨୦୨୨ରେ ଆରମ୍ଭ ହୋଇଥିବା ସମାଜରେ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ଶିକ୍ଷା କାର୍ଯ୍ୟକ୍ରମ କିପରି ବୟସ୍କମାନଙ୍କ ପାଇଁ ଶିକ୍ଷାଗତ ସୁଯୋଗ ପ୍ରଦାନ କରୁଛି, ତାହା ବ୍ୟାଖ୍ୟା କରିଛନ୍ତି ।

ସେ ଉଲ୍ଲେଖ କରିଛନ୍ତି ଯେ, ଉଲ୍ଲାସ କାର୍ଯ୍ୟକ୍ରମର ପ୍ରଭାବରେ ଗ୍ରାମୀଣ ଏବଂ ମହିଳା ସାକ୍ଷରତା ବୃଦ୍ଧି ପାଇଛି, ଯାହା ଫଳରେ ଭାରତ ୨୦୩୦ ସୁଦ୍ଧା ଜାତିସଂଘର ଏସ୍‌ଡିଜିର ସାକ୍ଷରତା ଲକ୍ଷ୍ୟ ହାସଲ କରିବା ପଥରେ ଆଗେଇ ଚାଲିଛି ।”

 

SR


(ରିଲିଜ ଆଡି: 2175545) ପରିଦର୍ଶକ କାଉଣ୍ଟର : 67