ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ୟାମଜୀ କୃଷ୍ଣବର୍ମାଙ୍କ ଲିଗାସୀରୁ ପ୍ରେରଣା ନେବାକୁ ଯୁବପିଢ଼ିଙ୍କୁ ପରାମର୍ଶ: ପ୍ରଧାନମନ୍ତ୍ରୀ

Posted On: 04 OCT 2025 11:11AM by PIB Bhubaneshwar

ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିବାକୁ ଦୁଇ ଦଶନ୍ଧି ତଳେ ହୋଇଥିବା ଅତ୍ୟନ୍ତ ସନ୍ତୋଷଜନକ ଜାତୀୟ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋକପାତ କରିଛନ୍ତି ।

୧୯୩୦ ମସିହାରେ ଶ୍ୟାମଜୀ କୃଷ୍ଣବର୍ମା ପରଲୋକ ଗମନ କରିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଦିନେ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତକୁ ଫେରିବ । ୨୦୦୩ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ଇଚ୍ଛା ଅପୂର୍ଣ୍ଣ ରହିଥିଲା, ଯେତେବେଳେ କି ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲାଣ୍ଡର ଜେନେଭାରୁ ତାଙ୍କର ଚିତାଭସ୍ମ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେ ଉଲ୍ଲେଖ କରିଛନ୍ତି, ଏହି ପଦକ୍ଷେପ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା ଏବଂ ନିଜ ସ୍ୱାଧୀନତା ସଂଗ୍ରାମର ଲିଗାସୀକୁ ସଂରକ୍ଷିତ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲା ।

ପ୍ରଧାନମନ୍ତ୍ରୀ ଏହି ଆଶା ପ୍ରକାଶ କରିଛନ୍ତି, ଅଧିକରୁ ଅଧିକ ଯୁବା ଭାରତୀୟ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଜୀବନୀ, ନ୍ୟାୟର ନିର୍ଭୀକ ଅନୁସନ୍ଧାନ ଏବଂ ଭାରତର ସ୍ୱାଧୀନତା ଦିଗରେ ଅତୁଟ ସମର୍ପଣ ସମ୍ପର୍କରେ ପଢ଼ନ୍ତୁ ।

ମୋଦୀ ଆର୍କାଇଭ ହ୍ୟାଣ୍ଡଲ ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୁଇ ଦଶନ୍ଧି ତଳେ ନିଆଯାଇଥିବା ଏକ ସନ୍ତୋଷଜନକ ପଦକ୍ଷେପ, ଯାହାକି ଶ୍ୟାମଜୀ କୃଷ୍ଣବର୍ମାଙ୍କ ଇଚ୍ଛାକୁ ପୂରଣ କରିବା ସହ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା, ସେ ସଂକ୍ରାନ୍ତରେ ଏହି ଥ୍ରେଡ ଆଲୋକପାତ କରିଛି ।

ଏହି ମହାନତା ଏବଂ ସାହସିକତା ସମ୍ପର୍କରେ ଅଧିକ ଯୁବା ଭାରତୀୟ ପଢ଼ନ୍ତୁ!”

SR


(Release ID: 2174731) Visitor Counter : 5