ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କଠିନ ସମୟରେ ଆମେ ସମସ୍ତେ କେରଳବାସୀଙ୍କ ସହିତ ଛିଡ଼ା ହୋଇଛୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
10 AUG 2024 10:58PM by PIB Bhubaneswar
ମୁଁ ସମସ୍ତଙ୍କୁ, ବିଶେଷକରି ପ୍ରଭାବିତମାନଙ୍କୁ, ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଜାରି ରହିବ ବୋଲି ଆଶ୍ୱାସନା ଦେଉଛି।
ଆଗଧାଡ଼ିର ରିଲିଫ୍ କର୍ମୀମାନଙ୍କୁ ସେମାନଙ୍କ ସେବା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୂମିସ୍ଖଳନ ପ୍ରଭାବିତ ୱାୟାନାଡକୁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ। X ରେ ପୋଷ୍ଟଗୁଡ଼ିକର ଏକ ସିରିଜରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୱାୟାନାଡରେ ଭୂସ୍ଖଳନ ଆମ ସମସ୍ତଙ୍କୁ ଦୁଃଖିତ କରିଛି। ଏହି ଦୁଃଖଦ ଘଟଣା ଘଟିବା ପରଠାରୁ ମୁଁ ପରିସ୍ଥିତି ଉପରେ ନିକଟରୁ ନଜର ରଖିଛି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ବଳ ନିୟୋଜିତ କରିଛନ୍ତି । ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଅଞ୍ଚଳ ପରିଦର୍ଶନ କରିଛି ଏବଂ ଆକାଶ ମାର୍ଗରୁ ସର୍ଭେ ମଧ୍ୟ କରିଛି।"
ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାର ପୀଡିତମାନଙ୍କୁ ଭେଟିଥିଲେ। ତାଙ୍କ ଆଲୋଚନା ସମୟରେ ସେ କହିଥିଲେ, ମୁଁ ବ୍ୟକ୍ତିଗତ ଭାବରେ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଲୋକଙ୍କ ସହିତ ସାକ୍ଷାତ କରିଥିଲି। ଏହା ଅନେକ ପରିବାର ଉପରେ କ'ଣ ପ୍ରଭାବ ପକାଇଛି ତାହା ମୁଁ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁଛି। ମୁଁ ରିଲିଫ୍ ଶିବିର ମଧ୍ୟ ପରିଦର୍ଶନ କରି ଆହତମାନଙ୍କ ସହ କଥା ହୋଇଥିଲି।
ରିଲିଫ୍ ଏଜେନ୍ସିଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସମର୍ଥନର ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, "ମୁଁ ସମସ୍ତଙ୍କୁ, ବିଶେଷକରି ପ୍ରଭାବିତ ଲୋକଙ୍କୁ, ସମସ୍ତ ପ୍ରକାରର ସାହାଯ୍ୟ ଜାରି ରହିବ ବୋଲି ଆଶ୍ୱାସନା ଦେଉଛି। ଏହି ଚ୍ୟାଲେଞ୍ଜିଂ ସମୟରେ ଆମେ ସମସ୍ତେ କେରଳବାସୀଙ୍କ ସହିତ ଛିଡ଼ା ହୋଇଛୁ।"
ଆକାଶ ମାର୍ଗରେ ସ୍ଥିତି ସମୀକ୍ଷା କରିବା ପରେ ଶ୍ରୀ ମୋଦି ରିଲିଫ କାର୍ଯ୍ୟରେ ନିଯୋଜିତ ଥିବା ଲୋକଙ୍କ ସହିତ ସାକ୍ଷାତ କରିଥିଲେ। ତାଙ୍କ ସାକ୍ଷାତ ବିଷୟରେ ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଅଧିକାରୀ ଏବଂ ଆଗଧାଡ଼ିର କର୍ମୀଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲି ଏବଂ ଏହି ଚ୍ୟାଲେଞ୍ଜିଂ ସମୟରେ ସେମାନଙ୍କ ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲି। କେରଳ ସରକାରଙ୍କଠାରୁ ଆମେ ବିସ୍ତୃତ ସୂଚନା ପାଇବା ମାତ୍ରେ, କେନ୍ଦ୍ର ପ୍ରଭାବିତ ଅଞ୍ଚଳରେ ସ୍କୁଲ ଏବଂ ଘର ସମେତ ଅତ୍ୟାବଶ୍ୟକ ଭିତ୍ତିଭୂମି ପୁନଃନିର୍ମାଣରେ ସାହାଯ୍ୟ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ।
Sws
(ରିଲିଜ ଆଡି: 2173051)
ପରିଦର୍ଶକ କାଉଣ୍ଟର : 16
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam