ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଲଦାଖ ପ୍ରସଙ୍ଗ: ଶୀର୍ଷ ସଂସ୍ଥା ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଯେକୌଣସି ସମୟରେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ସରକାର

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2025 8:02PM by PIB Bhubaneswar

 

ଲଦାଖ ପ୍ରସଙ୍ଗରେ ଶୀର୍ଷ ସଂସ୍ଥା ଲେହ ( ବି ଏଲ୍) ଏବଂ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ (କେ ଡି ) ସହିତ ଆଲୋଚନା ପାଇଁ ସରକାରଙ୍କ ଦ୍ୱାର ସର୍ବଦା ଖୋଲା ରହିଛି। ଲଦାଖ କିମ୍ବା ଏହିପରି କୌଣସି ମଞ୍ଚ ଉପରେ ଏଚପିସି ମାଧ୍ୟମରେ ଏବିଏଲ ଏବଂ କେଡିଏ ସହିତ ଆଲୋଚନାକୁ ଆମେ ନିରନ୍ତର ସ୍ୱାଗତ କରୁଛୁ।

ଲଦାଖ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚପିସି) ମାଧ୍ୟମରେ ଶୀର୍ଷ ସଂସ୍ଥା ଲେହ (ଏବିଏଲ) ଏବଂ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ (କେଡିଏ) ସହିତ ସ୍ଥାପିତ ଆଲୋଚନା ବ୍ୟବସ୍ଥା ଲଦାଖର ଅନୁସୂଚିତ ଜନଜାତିଙ୍କ ପାଇଁ ବର୍ଦ୍ଧିତ ସଂରକ୍ଷଣ, ଏଲଏଏଚଡିସିରେ ମହିଳା ସଂରକ୍ଷଣ ଏବଂ ସ୍ଥାନୀୟ ଭାଷାଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ରୂପରେ ଆଜି ପର୍ଯ୍ୟନ୍ତ ଭଲ ଫଳାଫଳ ପାଇଛିକେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୧୮୦୦ଟି ସରକାରୀ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି

ଆମର ବିଶ୍ୱାସ ଯେ ନିରନ୍ତର ଆଲୋଚନା ଦ୍ୱାରା ନିକଟ ଭବିଷ୍ୟତରେ ଆଶାନୁରୂପ ଫଳ ମିଳିବ ।

HS


(ରିଲିଜ ଆଡି: 2172929) ପରିଦର୍ଶକ କାଉଣ୍ଟର : 32