ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉଦୟପୁରସ୍ଥିତ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
Posted On:
22 SEP 2025 9:13PM by PIB Bhubaneshwar
ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର କଂପ୍ଲେକ୍ସ ନିର୍ମାଣର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରାର ଉଦୟପୁରସ୍ଥିତ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ମୋ ସାଥୀ ଭାରତୀୟଙ୍କ କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କଲି ।”
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର କଂପ୍ଲେକ୍ସ ନିର୍ମାଣର ସମୀକ୍ଷା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଅଧିକ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ କିପରି ମନ୍ଦିରରେ ପ୍ରାର୍ଥନା କରିପାରିବେ ଏବଂ ତ୍ରିପୁରାର ସୌନ୍ଦର୍ଯ୍ୟ ଦେଖିପାରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ନବରାତ୍ରୀର ପ୍ରଥମ ଦିନରେ ଏବଂ ପବିତ୍ର ଦୁର୍ଗାପୂଜା ଋତୁ ଚାଲିଥିବା ବେଳେ ତ୍ରିପୁରାର ଉଦୟପୁରସ୍ଥିତ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରରେ ପ୍ରାର୍ଥନା କରିବାର ସୁଯୋଗ ମିଳିଲା । ମୋ ସାଥୀ ଭାରତୀୟଙ୍କ କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କଲି ।”
“ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର କଂପ୍ଲେକ୍ସ ନିର୍ମାଣର ସମୀକ୍ଷା କଲି । ଅଧିକ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ କିପରି ମନ୍ଦିରରେ ପ୍ରାର୍ଥନା କରିପାରିବେ ଏବଂ ତ୍ରିପୁରାର ସୌନ୍ଦର୍ଯ୍ୟ ଦେଖିପାରିବେ ତାହା ନିଶ୍ଚିତ କରିବା ଆମର ଗୁରୁତ୍ୱ ।”
SR
(Release ID: 2169939)
Read this release in:
English
,
Urdu
,
Marathi
,
Hindi
,
Bengali-TR
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam