ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 SEP 2025 3:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଥିଲେ, ଯେଉଁମାନେ କି ନିଜସ୍ୱ ବିବିଧ ଏବଂ ଆକର୍ଷଣୀୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି, “ସେମାନେ ଜିଏସଟି ସଂସ୍କାରରେ ଖୁସି ବ୍ୟକ୍ତ କରିଥିଲେ । ମୁଁ ସେମାନଙ୍କୁ ‘ଗର୍ବରେ କୁହ ଏହା ସ୍ୱଦେଶୀ’ ପୋଷ୍ଟର ଦେଇଥିଲି ଯାହାକୁ ସେମାନେ ଉତ୍ସାହପୂର୍ବକ ନିଜ ଦୋକାନରେ ଲଗାଇବେ ବୋଲି କହିଥିଲେ ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆଜିର ସୂର୍ଯ୍ୟଦୋୟ ସହ ଭାରତର ଆର୍ଥିକ ଯାତ୍ରାରେ “ଜିଏସଟି ବଚତ ଉତ୍ସବ” ସହ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି । ଏବଂ ଅରୁଣାଚଳ ପ୍ରଦେଶ, ଯାହାକି ସୂଯ୍ୟୋଦୟର ସୁନ୍ଦର ଭୂମି, ଏହାଠାରୁ ସୁନ୍ଦର ସ୍ଥାନ କ’ଣ ହୋଇପାରେ ।

ଇଟାନଗରରେ ସ୍ଥାନୀୟ ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କୁ ଭେଟିଲି । ଯେଉଁମାନେ ସୁଗନ୍ଧିତ ଚା’, ସ୍ୱାଦିଷ୍ଟ ଆଚାର,ହଳଦୀ, ବେକରୀ ଉତ୍ପାଦ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ବିବିଧ ପ୍ରକାର ଉତ୍ପାଦର ପ୍ରଦର୍ଶନ କରିଥିଲେ ।

ସେମାନେ ଜିଏସଟି ସଂସ୍କାରରେ ଖୁସି ବ୍ୟକ୍ତ କରିଥିଲେ । ମୁଁ ସେମାନଙ୍କୁ ‘ଗର୍ବରେ କୁହ ଏହା ସ୍ୱଦେଶୀ’ ପୋଷ୍ଟର ଦେଇଥିଲି ଯାହାକୁ ସେମାନେ ଉତ୍ସାହପୂର୍ବକ ନିଜ ଦୋକାନରେ ଲଗାଇବେ ବୋଲି କହିଥିଲେ ।”

SR


(Release ID: 2169866)