ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ଗ୍ରନ୍ଥ ସାହିବଙ୍କର ପ୍ରକାଶ ପୁରବ ଉପଲକ୍ଷେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
04 SEP 2024 3:00PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଗୁରୁ ଗ୍ରନ୍ଥ ସାହିବର ପ୍ରକାଶ ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ, ଶ୍ରୀଗୁରୁ ଗ୍ରନ୍ଥ ସାହିବ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଅନ୍ୟମାନଙ୍କର ସେବା ଓ ଯତ୍ନ ନେବାକୁ ଏବଂ ସମାଜରେ ଭାଇଚାରା ଓ ସଦଭାବନାର ବନ୍ଧନକୁ ଆହୁରି ନିବିଡ଼ କରିବାକୁ ପ୍ରେରଣା ଦିଅନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି :
"ଶ୍ରୀଗୁରୁ ଗ୍ରନ୍ଥ ସାହିବର ପ୍ରକାଶ ପର୍ବରେ ମୋର ଶୁଭେଚ୍ଛା।
ଶ୍ରୀଗୁରୁ ଗ୍ରନ୍ଥ ସାହିବ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଅନ୍ତି, ଲୋକଙ୍କୁ ଅନ୍ୟମାନଙ୍କର ସେବା ଏବଂ ଯତ୍ନ ନେବାକୁ ପ୍ରେରଣା ଦିଅନ୍ତି। ଏହା ଆମ ସମାଜରେ ଭାଇଚାରା ଏବଂ ସଦଭାବର ବନ୍ଧନକୁ ଆହୁରି ନିବିଡ଼ କରିବାକୁ ମଧ୍ୟ ଶିଖାଏ। ଆମର ପୃଥିବୀକୁ ଉନ୍ନତ କରିବା ପାଇଁ ଆମର ପ୍ରୟାସରେ ଏହାର ଜ୍ଞାନ ଆମକୁ ମାର୍ଗଦର୍ଶନ କରୁ।
*****
MT
(ରିଲିଜ ଆଡି: 2169453)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam