ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାଂସ୍ୟ ପଦକ ବିଜୟୀ ଜୁଡୋକା କପିଲ ପରମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2024 10:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ପାରାଲିମ୍ପିକ୍ସର ପୁରୁଷବର୍ଗରେ ୬୦ କିଲୋଗ୍ରାମ J1 ଇଭେଣ୍ଟରେ କାଂସ୍ୟ ପଦକ ଜିତି ଥିବାରୁ  ଆଥଲେଟ୍ କପିଲ ପରମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଶ୍ରୀ ମୋଦୀ ତାଙ୍କ ପ୍ରଦର୍ଶନକୁ ସ୍ମରଣୀୟ ବୋଲି କହିଛନ୍ତି ଏବଂ ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି :

 

ଏକ ଅତ୍ୟନ୍ତ ସ୍ମରଣୀୟ କ୍ରୀଡା ପ୍ରଦର୍ଶନ ଏବଂ ଏକ ସ୍ୱତନ୍ତ୍ର ପଦକ!

 

କପିଲ ପରମାରଙ୍କୁ ଅଭିନନ୍ଦନ, ସେ ପାରାଲିମ୍ପିକ୍ସରେ ଜୁଡୋରେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। #ପାରାଲିମ୍ପିକ୍ସ୨୦୨୪ରେ ପୁରୁଷବର୍ଗରେ ୬୦ କିଲୋଗ୍ରାମ J1 ଇଭେଣ୍ଟରେ କାଂସ୍ୟ ପଦକ ଜିତି ଥିବାରୁ ତାଙ୍କୁ ଅଭିନନ୍ଦନ! ଭବିଷ୍ୟତ ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା !

 

*****

MT


(ରିଲିଜ ଆଡି: 2169450) ପରିଦର୍ଶକ କାଉଣ୍ଟର : 23