ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2024 10:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁରୁଷ ହକି ଦଳକୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ମୋଦୀ ସେମାନଙ୍କ ପ୍ରଦର୍ଶନ ଏବଂ ପ୍ରତିବଦ୍ଧତାର ପ୍ରଶଂସା କରି କହିଛନ୍ତି ଯେ ଦଳ ଦେଶକୁ ଗର୍ବିତ କରିଛି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

"ଏସୀୟ ପୁରୁଷ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୪ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ!

ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ, ଅଟଳ ମନୋଭାବ ଏବଂ ସମର୍ପଣ ଦେଶକୁ ଗର୍ବିତ କରିଛି।"

 

BS


(ରିଲିଜ ଆଡି: 2169120) ପରିଦର୍ଶକ କାଉଣ୍ଟର : 15