ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୪୮ କି.ଗ୍ରା. ଓଜନ ବର୍ଗରେ ସ୍ୱର୍ଣ୍ଣଜୟୀ ମିନାକ୍ଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
14 SEP 2025 7:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଭରପୁଲରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୪୮ କିଲୋଗ୍ରାମ ଓଜନ ବର୍ଗରେ ଅସାଧାରଣ ବିଜୟ ପାଇଁ ଭାରତୀୟ ବକ୍ସର ମିନାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଲିଭରପୁଲରେ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମିନାକ୍ଷୀଙ୍କ ପାଇଁ ଗର୍ବିତ। ସେ ୪୮ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ତାଙ୍କର ସଫଳତା ଏବଂ ଦୃଢ଼ ସଂକଳ୍ପ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରେରଣାଦାୟକ । ତାଙ୍କର ଆଗାମୀ ପ୍ରୟାସ ପାଇଁ ତାଙ୍କୁ ବହୁତ ଶୁଭକାମନା ।”
SR
(रिलीज़ आईडी: 2166686)
आगंतुक पटल : 23
इस विज्ञप्ति को इन भाषाओं में पढ़ें:
Tamil
,
Kannada
,
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Telugu
,
Malayalam