ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୭୫ତମ ଜନ୍ମଦିନରେ ମୋହନ ଭାଗବତଙ୍କୁ ଶୁଭେଚ୍ଛା ଜଣାଇ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
11 SEP 2025 8:57AM by PIB Bhubaneshwar
ଶ୍ରୀ ମୋହନ ଭାଗବତଙ୍କ ୭୫ତମ ଜନ୍ମଦିନ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି । ଏହି ଲେଖାରେ ମୋହନଙ୍କର ପ୍ରେରଣାଦାୟକ ଜୀବନ ଏବଂ ଦେଶ ସେବା ପ୍ରତି ଅଟଳ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ, ମାଆ ଭାରତୀଙ୍କ ନିରନ୍ତର ସେବାରେ ନିଜକୁ ନିୟୋଜିତ କରିଥିବା ଶ୍ରୀ ମୋହନଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ସାମାଜିକ ପରିବର୍ତ୍ତନ ତଥା ସଦ୍ଭାବ ଏବଂ ଭ୍ରାତୃତ୍ୱର ଭାବନାକୁ ସୁଦୃଢ଼ କରିବା ପାଇଁ ତାଙ୍କର ସମଗ୍ର ଜୀବନର ସମର୍ପଣକୁ ସେ ପ୍ରଣାମ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ବସୁଧୈବ କୁଟୁମ୍ବକମ ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ଶ୍ରୀ ମୋହନ ଭାଗବତ ତାଙ୍କର ସମଗ୍ର ଜୀବନ ସାମାଜିକ ପରିବର୍ତ୍ତନ ଏବଂ ସଦ୍ଭାବ ତଥା ଭ୍ରାତୃତ୍ୱର ଭାବନାକୁ ସୁଦୃଢ଼ କରିବା ପାଇଁ ଉତ୍ସର୍ଗ କରିଛନ୍ତି ।”
ତାଙ୍କର ୭୫ତମ ଜନ୍ମଦିନ ଅବସରରେ, ମୋହନଙ୍କ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଉପରେ ମୋର କିଛି ଚିନ୍ତାଧାରା ଲେଖିଛି । ମାଆ ଭାରତୀଙ୍କ ସେବାରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।”
SR
(रिलीज़ आईडी: 2165778)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam