ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
Posted On:
10 SEP 2025 7:52AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ ।
ଆମେରିକା ରାଷ୍ଟ୍ରପତିଙ୍କର ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର । ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍ ଏହି ଆଲୋଚନାକୁ ଯଥାଶୀଘ୍ର ଶେଷ କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଉତ୍ସାହିତ ଅଛି । ଆମେ ଉଭୟ ଦେଶର ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ।”
SR/Swadhin
(Release ID: 2165168)
Visitor Counter : 2
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali-TR
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam