ପୋଷ୍ଟ କରାଯିବା ଦିନାଙ୍କ:
03 SEP 2025 3:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି କରମା ପୂଜା ଅବସରରେ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆଦିବାସୀ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ପ୍ରେମର ପ୍ରତୀକ ସ୍ୱରୂପ ଏହି ପର୍ବରେ ପ୍ରକୃତି ପୂଜାର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆଦିବାସୀ ସମ୍ପ୍ରଦାୟର ମୋର ଭାଇ-ଭଉଣୀମାନଙ୍କୁ କରମା ପୂଜାର ଅନେକ ଶୁଭକାମନା । ଭାଇ-ଭଉଣୀଙ୍କ ମଧ୍ୟରେ ଅତୁଟ ପ୍ରେମର ପ୍ରତୀକ ସ୍ୱରୂପ ଏହି ପର୍ବରେ ପ୍ରକୃତି ପୂଜାର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି । ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ଏବଂ ଏଥିସହ ପରିବେଶ ସଂରକ୍ଷଣ ପାଇଁ ମଧ୍ୟ ପ୍ରେରିତ କରୁ, ଏହା ମୋର କାମନା ।”
SR