ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜିଏସଟି ଦର କମାଇବା ଏବଂ ବିଭିନ୍ନ ସୁଧାର ମାଧ୍ୟମରେ ସାଧାରଣ ଲୋକ, କୃଷକ, ଏମଏସଏମଇ, ମଧ୍ୟବର୍ଗ, ମହିଳା ଓ ଯୁବକମାନଙ୍କୁ ସିଧାସଳଖ ଲାଭ ଦେବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଆଣାଯାଇ ଥିବା ପ୍ରସ୍ତାବକୁ, ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ଜିଏସଟି କାଉନସିଲଙ୍କୁ ପ୍ରଶଂସା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
03 SEP 2025 11:00PM by PIB Bhubaneshwar
କେନ୍ଦ୍ର ଓ ରାଜ୍ୟ ଗୁଡ଼ିକୁ ନେଇ ଗଠିତ ଜିଏସଟି କାଉନସିଲ ସାଧାରଣ ଲୋକ, କୃଷକ, ଏମଏସଏମଇ, ମଧ୍ୟବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବାକୁ ଜିଏସଟି ଦର ହ୍ରାସ ଏବଂ ସୁଧାର ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ସହମତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । “ବ୍ୟାପକ ଭାବେ ହୋଇଥିବା ସୁଧାର ସାଧାରଣ ନାଗରିକଙ୍କ ଜୀବନ ଚଳଣିରେ ଉନ୍ନତି ଆଣିବ ଏବଂ ସମସ୍ତଙ୍କ ପାଇଁ, ବିଶେଷ କରି ବ୍ୟବସାୟୀ ଓ ବ୍ୟବସାୟ ପାଇଁ ଇଜ ଅଫ ଡୁଇଙ୍ଗ ବିଜିନେସକୁ ସହଜ କରିବ” ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ମୋର ସ୍ୱାଧୀନତା ଦିବସ ଉଦବୋଧନରେ ଜିଏସଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଆଣିବା ପାଇଁ ଆମର ଉଦ୍ଦେଶ୍ୟ ବାବଦରେ ମୁଁ କହିଥିଲି ।
କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଚଳଣିରେ ସୁଧାର ଆଣିବାକୁ ଓ ଅର୍ଥନୀତି ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ୟାପକ ଭାବେ ଜିଏସଟି ଦର ଯୁକ୍ତିକରଣ ଓ ପ୍ରକ୍ରିୟା ସଂସ୍କାର ଦିଗରେ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ ।
ସନ୍ତୁଷ୍ଟିର କଥା ଯେ, @GST_Council କେନ୍ଦ୍ର ଓ ରାଜ୍ୟଙ୍କୁ ନେଇ ଗଠିତ ଜିଏସଟି କାଉନସିଲ ସାମଗ୍ରିକ ଭାବେ ସାଧାରଣ ଲୋକ, କୃଷକ, ଏମଏସଏମଇ, ମଧ୍ୟବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବାକୁ ଜିଏସଟି ଦର ହ୍ରାସ ଏବଂ ସୁଧାର ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ସହମତ ହୋଇଛନ୍ତି ।
ବ୍ୟାପକ ଭାବେ ହୋଇଥିବା ସୁଧାର ସାଧାରଣ ନାଗରିକଙ୍କ ଜୀବନ ଚଳଣିରେ ଉନ୍ନତି ଆଣିବ ଏବଂ ସମସ୍ତଙ୍କ ପାଇଁ, ବିଶେଷ କରି ବ୍ୟବସାୟୀ ଓ ବ୍ୟବସାୟ ପାଇଁ ଇଜ ଅଫ ଡୁଇଙ୍ଗ ବିଜିନେସକୁ ସହଜ କରିବ ।
#NextGenGST
SR
(ରିଲିଜ ଆଡି: 2163595)
ପରିଦର୍ଶକ କାଉଣ୍ଟର : 21
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam