ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବତ୍ସରୀ ଅବସରରେ ଶୁଭକାମନା ଜଣାଇବା ସହ କ୍ଷମା, କରୁଣା ଏବଂ ନମ୍ରତା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 AUG 2025 6:20PM by PIB Bhubaneshwar

 

ସମ୍ବତ୍ସରୀର ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇବା ସହ କ୍ଷମା, କରୁଣା ଏବଂ ଆନ୍ତରିକ ମାନବୀୟ ସମ୍ପର୍କର କାଳଜୟୀ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;

“ସମ୍ବତ୍ସରୀ ହେଉଛି କ୍ଷମା କରିବାର ସୌନ୍ଦର୍ଯ୍ୟ ଏବଂ କରୁଣାର ଶକ୍ତି ସ୍ମରଣକାରୀ । ଏହା ଲୋକମାନଙ୍କୁ ଆନ୍ତରିକତାର ସହିତ ବନ୍ଧନ ଗଭୀର କରିବାକୁ ପ୍ରେରଣା ଦିଏ । ଏହି ପବିତ୍ର ଅବସରକୁ ପାଳନ କରିବା ସମୟରେ, ଆମର ହୃଦୟ ନମ୍ରତାରେ ପରିପୂର୍ଣ୍ଣ ହେଉ ଏବଂ ଆମର କାର୍ଯ୍ୟଗୁଡିକ ଦୟା ଏବଂ ସଦ୍ଭାବନାକୁ ପ୍ରତିଫଳିତ କରୁ । ମିଛମି ଦୁକ୍କଡମ!

 

SR


(रिलीज़ आईडी: 2161403) आगंतुक पटल : 13
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada