ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଅନ୍ତରୀକ୍ଷରେ ଉଲ୍ଲେଖନୀୟ ପ୍ରଗତି କରୁଛି, ନୂତନ ସମ୍ଭାବନା ଅନ୍ୱେଷଣ କରିବାରେ ଯୁବ ପିଢ଼ି ଓ ଷ୍ଟାର୍ଟଅପ ଗୁଡ଼ିକୁ ସଂସ୍କାର ପ୍ରୋତ୍ସାହିତ କରୁଛି
Posted On:
23 AUG 2025 1:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ଅନ୍ତରୀକ୍ଷ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି କରୁଛି, ଯାହାକି ୧୪୦ କୋଟି ଭାରତୀୟଙ୍କ ଦକ୍ଷତା ଏପଂ ପ୍ରତିଭାର ଫଳ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମ ସରକାର ଅନ୍ତରୀକ୍ଷ କ୍ଷେତ୍ରରେ ବିଭିନ୍ନ ପ୍ରକାର ସଂସ୍କାର ଆଣିଛି । ଯାହାକି ଯୁବପିଢ଼ି, ଘରୋଇ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ନୂତନ ସମ୍ଭାବନାର ଅନ୍ୱେଷଣ ପାଇଁ ପ୍ରୋତ୍ସାହିତ କରୁଛି ଏବଂ ଭାରତୀ ଅନ୍ତରୀକ୍ଷ ଯାତ୍ରାରେ ଫଳପ୍ରଦ ଅବଦାନ ଦେଇପାରୁଛନ୍ତି ।
ଜାତୀୟ ମହାକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି, ଆଗାମୀ ଦିନରେ ଦେଶ ଅନ୍ତରୀକ୍ଷ କ୍ଷେତ୍ରରେ ନୂତନ ଶୀର୍ଷତାକୁ ଛୁଇଁ ପାରିବ । ଭାରତର ଅନ୍ତରୀକ୍ଷ ଯାତ୍ରାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଥିଲେ ।
ଭାରତର ମହାକାଶ ଯାତ୍ରା ଏବଂ ଅନ୍ତରୀକ୍ଷ ଷ୍ଟାର୍ଟଅପ ର ସଫଳତା ସମ୍ପର୍କରେ ମାଇଁଗଭଇଣ୍ଡିଆ ପକ୍ଷରୁ ଏକ୍ସ ଥ୍ରେଡରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;
“୧୪୦ କୋଟି ଭାରତୀୟ ଦକ୍ଷତା ଓ ପ୍ରତିଭା ବଳରେ ଆମ ଦେଶ ଅନ୍ତରୀକ୍ଷ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ଏବଂ ଆଗାମୀ ଦିନରେ ଏହାଠାରୁ ଅଧିକ କିଛି କରିବାକୁ ଯାଉଛୁ ମଧ୍ୟ!
#NationalSpaceDay ”
SR
(Release ID: 2160115)
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam