ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏବିପି ନେଟବାର୍କ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
06 MAY 2025 10:10PM by PIB Bhubaneshwar
- ଭାରତ ଓ ବ୍ରିଟେନ ସଫଳତାର ସତ୍ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷରିତ କଲେ : ପ୍ରଧାନମନ୍ତ୍ରୀ
- ବାଣିଜ୍ୟ ଓ ବ୍ୟବସାୟର ପ୍ରମୁଖ ପେଣ୍ଠ ଭାବରେ ଭାରତ ଉଭା : ପ୍ରଧାନମନ୍ତ୍ରୀ
- ଗତ ଶତାବ୍ଦୀରେ ନେସନ ଫାଷ୍ଟ ନ୍ୟାୟରେ ଭାରତ ଅଗ୍ରଗତି କରିଛି : ପ୍ରଧାନମନ୍ତ୍ରୀ
- ଆଜି ଯେତେ ବେଳେ ଜଣେ ଭାରତକୁ ଦେଖୁଛି ସେବେ ଗଣତନ୍ତ୍ର ବିକଶିତ ହେବାର ଅନୁଭବ କରୁଛି : ପ୍ରଧାନମନ୍ତ୍ରୀ
- ଜିଡିପି କୈନ୍ଦ୍ରିକ ପର୍ଯ୍ୟାୟରୁ ଜନସମୁଦାୟଙ୍କ ସଶକ୍ତିକରଣ ଦିଗକୁ ଆମେ ଅଗ୍ରଗତି କରୁଛେ : ପ୍ରଧାନମନ୍ତ୍ରୀ
- ପରମ୍ପରା ଓ ପ୍ରଗତି କିପରି ଗୋଟିଏ ଧାରାରେ ଗତି କରିବା ବିଶ୍ୱକୁ ଦେଖାଉଛି ଭାରତ : ପ୍ରଧାନମନ୍ତ୍ରୀ
- ଆମ ଅର୍ଥନୈତିକ ଡିଏନଏରେ ଆତ୍ମ ନିର୍ଭରଶୀଳତା ଏକ ଅଂଶ ବିଶେଷ : ପ୍ରଧାନମନ୍ତ୍ରୀ
ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏବିପି ନେଟବାର୍କ ଇଣ୍ଡିଆ ୨୦୪୭ ଶିଖରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ । ଆୟୋଜକ କମିଟି ସହ କଥା ହୋଇ ଏପରି ଶିଖର ସମ୍ମିଳନୀର ବିବିଧତା ରହିଥିବା ସେ ଜାଣିବାକୁ ପାଇଥିଲେ । ଏପରି କାର୍ଯ୍ୟକ୍ରମକୁ ଫଳପ୍ରସୂ କରିଥିବା ବିଭିନ୍ନ ସମ୍ମାନାସ୍ପଦ ବ୍ୟକ୍ତିତ୍ୱଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସବୁ ଅଂଶଗ୍ରହଣକାରୀମାନଙ୍କ ସକାରାତ୍ମକ ଅନୁଭୂତି ରହିଥିବା ସେ କହିଥିଲେ । ଶିଖର ସମ୍ମିଳନୀରେ ମହିଳା ଓ ଯୁବକମାନଙ୍କ ଭାଗିଦାରୀକୁ ଲକ୍ଷ୍ୟ କରି ଡ୍ରୋନ ଦିଦି ଓ ଲଖପତି ଦିଦିଙ୍କ ଦ୍ୱାରା ବଂଟାଯାଇଥିବା ପ୍ରେରଣାଦାୟୀ ଅନୁଭୂତି ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ଅଭୁଲା ଅନୁଭୂତି ଗୋଟିଏ ଗୋଟିଏ ପ୍ରେରଣାର ପ୍ରବାହ ।
ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଥିବା ଭାରତ ୨୦୪୭ ସୁଦ୍ଧା ବିକଶିତ ହେବାର ସ୍ୱପ୍ନ ଦେଖିଛି । ଭାରତର ଦକ୍ଷତା, ସମ୍ବଳ, ଅଙ୍ଗୀକାରବଦ୍ଧତା କଥା ପ୍ରଧାନମନ୍ତ୍ରୀ ମନେ ପାକାଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ବାଣୀକୁ ମନେ ପକାଇ ସେ କହିଥିଲେ ଯେ, ଉଠ, ଜାଗ୍ରତ ହୁଅ । ଲକ୍ଷ୍ୟ ହାସଲ ନ ହେଲା ଯାଏ ବିଶ୍ରାମ ନିଅ ନାହିଁ । ତେବେ ସେପ୍ରକାର ପ୍ରଭାବ ଏବେ ସାରା ଦେଶରେ ଦେଖିବାକୁ ମିଳୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବିକଶିତ ଭାରତ ନିର୍ମାଣ କ୍ଷେତ୍ରରେ ଏପରି ଶିଖର ସମ୍ମିଳନୀ ମହତ୍ୱ ରଖୁଥିବା ସେ ଉଲ୍ଲେଖ କରିଥିଲେ । ଏପରି ସଫଳ ଆୟୋଜନ ପାଇଁ ଉଦ୍ୟୋକ୍ତାମାନଙ୍କୁ ମୋଦୀ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଶେଷକରି ଅତିଦେବ ସରକାର, ଶ୍ରୀ ରଜନୀଶ ଓ ଏବିପି ନେଟବାର୍କର ସମ୍ପୂର୍ଣ୍ଣ ଟିମକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଆମ ପ୍ରଧାନମନ୍ତ୍ରୀ ଭାରତ-ବ୍ରିଟେନ ବାଣିଜ୍ୟିକ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଇଥିବା କହିଥିଲେ । ଦୁଇ ଦେଶର ହିତ ପାଇଁ ଏପରି ବାଣିଜ୍ୟିକ ଚୁକ୍ତି ଭଲ କାମ ଦେବ ବୋଲି ସେ ଦୋହରାଇଥିଲେ । ବ୍ୟବସାୟ ଓ ଏମଏସଏମଇ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହୋଇ ଭାରତୀୟ ଯୁବକମାନଙ୍କ ପାଇଁ ବାଟ ଫିଟିଯିବ । ୟୁଏଇ, ମରିସସ, ଅଷ୍ଟ୍ରେଲିଆ ପରି ଦେଶ ସହ ନିକଟରେ ବାଣିଜ୍ୟିକ ଚୁକ୍ତି ବି ସ୍ୱାକ୍ଷରିତ ହୋଇଥିବା ସେ କହିଥିଲେ । କେବଳ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଗୁଡିକୁ ଆମ ଦେଶ ଲାଗୁ କରୁନାହିଁ ବରଂ ଦେଶକୁ ଏକ ବାଣିଜ୍ୟ ଓ ବ୍ୟବସାୟର ପ୍ରମୁଖ ପେଣ୍ଠ ହିସାବରେ ଗଢି ତୋଳୁଛି ।
ନିଷ୍ପତି ଗ୍ରହଣ ଦକ୍ଷତା ଓ ଲକ୍ଷ୍ୟ ପ୍ରାପ୍ତି ପରି ଜାତୀୟ ସ୍ୱାର୍ଥକୁ ପ୍ରଥମେ ଅଗ୍ରାଧିକାର ଦେବା କଥା । କିନ୍ତୁ ଦୁର୍ଭାଗ୍ୟର କଥା ଯେ, କିଛି ଶତାବ୍ଦୀ ଧରି ଭାରତ ଏକ ଦ୍ୱନ୍ଦ୍ୱାତ୍ମକ ଆଭିମୁଖ୍ୟ ଦେଇ ଗତି କରୁଛି । ବୈଶ୍ୱିକ ମତ, ନିର୍ବାଚନ ଗଣତି, ରାଜନୈତିକ ସ୍ଥାୟିତ୍ୱ ପରି ପରି ବିଭିନ୍ନ କାରଣ ଲାଗି କୌଣସି ପ୍ରମୁଖ ନିସ୍କର୍ଷରେ ପହଂଚିବାକୁ ବିଳମ୍ବ ହେଉଥିଲା । ସରକାରଙ୍କ ସ୍ୱଳ୍ପ ମିଆଦୀ ଯୋଜନା ଲାଗି କୌଣସି ସରକାରୀ ନିଷ୍ପତି ଫଳପ୍ରସୂ ହୋଇପାରିବନି । ନେସନ ଫାଷ୍ଟ ବିଚାରଧାରାରେ କାମ କଲେ ଯାଇ ଦେଶ ଆଗେଇ ପାରିବ ବୋଲି ସେ କହିଥିଲେ ।
ଗତ ୧୦-୧୧ ବର୍ଷ ଭିତରେ ସରକାରଙ୍କ ଇଚ୍ଛା ଶକ୍ତି ଅଭାବରୁ ପଡିରହିଥିବା ବହୁ ସରକାରୀ ଯୋଜନାକୁ ତାଙ୍କ ସରକାର କାର୍ଯ୍ୟକାରୀ କରିଥିବା ସେ କହିଥିଲେ । ଏହି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବହୁ ଭଲ । ୨୦୧୪ ପୂର୍ବରୁ ଦେଶରେ ବହୁ ବ୍ୟାଙ୍କ କ୍ଷତିରେ ଚାଲୁଥିଲା । ଯେବେ ଶିଖର ସମ୍ମିଳନୀ ହେଉଥିଲା ସେବେ ବ୍ୟାଙ୍କଗୁଡିକର ପ୍ରଭୂତ କ୍ଷତି ସମ୍ପର୍କରେ ଆଲୋଚନା କରାଯାଉଥିଲା । ଏବେ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତନ ଆସିଛି । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏବେ ବିପୁଳ ପରିବର୍ତନ ଆସିଛି । ଛୋଟ ଛୋଟ ବ୍ୟାଙ୍କଗୁଡିକର ସମିଶ୍ରକରଣ ଏବେ ଅଭୂତପୂର୍ବ ବଢିଛି । ଏୟାର ଇଣ୍ଡିଆର ପୂର୍ବ ସ୍ଥିତି ସମ୍ପର୍କରେ ବି ସେ ଅବତାରଣା କରିଥିଲେ । ଆଗରୁ କ୍ଷତିରେ ଚାଲୁଥିବା ଏହି ସେକ୍ଟରକୁ ତାଙ୍କ ସରକାର ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେଲେ । ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତି ନିଆଗଲା ବୋଲି ପ୍ରଧାନମନ୍ତ୍ରୀ ଅଭିବ୍ୟକ୍ତି ରଖିଥିଲେ ।
ଶାସନର ଏକ ଅଭୂତପୂର୍ବ ପରିବର୍ତନକୁ ଲକ୍ଷ୍ୟ କରି ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ନରେନ୍ଦ୍ର ମୋଦୀ ଦୋହରାଇ ଥିଲେ । ଆଗରୁ ସରକାରୀ ଅନୁଦାନର ମାତ୍ର ୧୫ ପ୍ରତିଶତ ଅର୍ଥ ଲୋକଙ୍କ ପାଖରେ ପହଂଚିପାରୁଥିଲା । ହେଲେ ଏବେ ଲୋକଙ୍କ ପାଖକୁ ସିଧା ସଳଖ ସରକାରୀ ସହାୟତା ରାଶି ପହଂଚିପାରୁଛି । ଡିବିଟି ବା ପ୍ରତ୍ୟକ୍ଷ ପୁଞ୍ଜି ବିନିମୟ କାର୍ଯ୍ୟକ୍ରମ ବି ହାତକୁ ନିଆଯାଇଛି । ପୂର୍ବ ସରକାରଙ୍କ ଅମଳରେ ପ୍ରାୟ ୧୦ କୋଟି ଭୂତ ହିତାଧିକାରୀ ରହିଥିବା କଥା ସେ କହିଥିଲେ । ତେବେ ଏହାକୁ ଉଚ୍ଛେଦ କରାଯାଇ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଏବେ ସରକାରୀ ସହାୟତା ପହଂଚା ଯାଇପାରୁଥିବା ସେ କହିଥିଲେ । ଫଳରେ ସରକାରୀ ରାଜସ୍ୱରୁ ୩.୫ ଲକ୍ଷ କୋଟି ଟଙ୍କା ହାନି ହେବାର ଭୟ ରହିଲା ନାହିଁ ।
ୱାନ ରାଙ୍କ ୱାନ ପେନସନ ଯୋଜନା ଲାଗୁ କରିବାକୁ ରହିଥିବା ମନ୍ଥରତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆର୍ଥିକ ବୋଝର କଥା ଉଠାଇ ପୂର୍ବ ସରକାର ଏହାକୁ ଲାଗୁ କରିବାକୁ ଅଗ୍ରାହ୍ୟ କରିଦେଇଥିଲେ । କିନ୍ତୁ ଜାତୀୟ ନିରାପତାକୁ ନେଇ ଜୀବନ ହାରିଥିବା ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରି ତାଙ୍କ ସରକାର ଭିନ୍ନ ପଦକ୍ଷେପ ନେଲେ । ବିଶେଷକରି ଓଆରଓପି ଯୋଜନା ନେଇ କୋଟି କୋଟି ସାମରିକ କର୍ମଚାରୀଙ୍କ ପରିବାରକୁ ସହାୟତା ଦେଇପାରିଛି । ଏହି ଯୋଜନା ଅଧୀନରେ ତାଙ୍କ ସରକାର ଏଯାବତ ପୂର୍ବ ସାମରିକ ବା ସେନା କର୍ମଚାରୀଙ୍କୁ ୧.୨୫ ଲକ୍ଷ କୋଟି ଟଙ୍କା ଦେଇ ସାରିଛି । ଆର୍ଥିକ ଅନୁନ୍ନତ ପରିବାର ପାଇଁ ବି ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା କହିଥିଲେ । ଲୋକସଭା, ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ନୀତି ଲାଗୁ କରିବା ନେଇ ଅନେକ ବାଧାବିଘ୍ନ ରହିଥିଲା । ହେଲେ ତାଙ୍କ ସରକାର ଏସବୁ ଊର୍ଦ୍ଧ୍ୱରେ ରହି ଏହାର ସମାଧାନ କରିଛନ୍ତି ।
ଭୋଟ ବ୍ୟାଙ୍କ ରାଜନୀତିକୁ ନେଇ ଆଗରୁ ବହୁ ବାଧା ରହିଥିଲା । ଫଳରେ ଟ୍ରିପଲ ତଲାକ ଭଳି ଆଇନକୁ ଉଚ୍ଛେଦ କରାଯାଇ ପାରୁନଥିଲା । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ବି ୱାକଫ ନିୟମରେ ପରିବର୍ତନ ହୋଇ ପାରୁନଥିଲା । କିନ୍ତୁ ଏବେ ତାଙ୍କ ସରକାର ଏଥିରେ ବିରାଟ ପରିବର୍ତନ ଆଣିଛନ୍ତି । ଫଳରେ କୋଟି କୋଟି ମୁସଲିମ ଉଭଣୀ, ମା ଓ ଆର୍ଥିକ ଅନୁନ୍ନତ ମହିଳାମାନେ ଖୁବ ଉପକୃତ ହୋଇପାରିବେ ।
ନଦୀ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରି ଗତ ସରକାର ଅମଳରେ ରହିଥିବା ବାଧା ବିଘ୍ନକୁ ପ୍ରଧାନମନ୍ତ୍ରୀ କହିଥିଲେ । କିନ୍ତୁ ତାଙ୍କ ସରକାର ରାଜ୍ୟ ସରକାରଙ୍କ ସହ ମିଶି ଜଳ ବିବାଦ ହ୍ରାସ କରିବାକୁ ପ୍ରୟାସ କରିଛି । ନଦୀ ସଂଯୋଗୀକରଣ ନେଇ ମୁଖ୍ୟ ଅଭିଯାନ ଆରମ୍ଭ କରିଛି । କେନ ବେଟୱା ଲିଙ୍କ ପ୍ରକଳ୍ପ, ପାର୍ବତା-କାଳୀସିନ୍ଧ-ଚମ୍ବଲ ଲିଙ୍କ ପ୍ରକଳ୍ପ ପରି ବିଭିନ୍ନ ଯୋଜନା ଶୁଭାରମ୍ଭ କରାଯାଇ କୋଟି କୋଟି ଚାଷୀମାନଙ୍କୁ ସିଂଚନ ସୁବିଧା କରାଯାଇଛି । ସୀମାରେ ଜଳ ବିବାଦ ନେଇ ଦେଶର ପ୍ରଗତି ପାଇଁ ହିଁ କେବଳ ନଦୀ ଜଳକୁ ବ୍ୟବହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।
ଯେତେ ବେଳେ ସଂସଦର ନୂଆ ଭବନ ନିର୍ମାଣ କଥା ଉଠେ ସେତେ ବେଳେ ଦିଲ୍ଲୀରେ ଆମ୍ବେଦକର ଜାତୀୟ ସ୍ମାରକୀ ନିର୍ମାଣର କଥା ଉଠିଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ଏହି ପ୍ରସଙ୍ଗ ଉତଥାପିତ ହୋଇଥିଲା । ହେଲେ ତାଙ୍କ ସରକାର ଅମଳରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆମ୍ବେଦକରଙ୍କ ସ୍ମୃତି ସହ ଜଡିତ ସ୍ମାରକୀ ଏବେ ପଂଚତୀର୍ଥ ନାଁରେ ବିଦିତ ।
୨୦୧୪ରେ ସରକାର ଗଠନ ବେଳେ ବିଭିନ୍ନ ବାଧା ବିଘ୍ନ ରହିଥିଲା । ସେତେବେଳେ ପଚରାଯାଇଥିଲା ଯେ ବିକାଶ ଓ ଗଣତନ୍ତ୍ର ଏକାସହ ଚାଲି ପାରିବ କି ନାହିଁ । ଆଜି ଗଣତନ୍ତ୍ରର ବିଜୟ ବୈଜୟନ୍ତୀ ଆମ ଦେଶରେ ଉଡୁଛି । ଗତ ଦଶନ୍ଧି ଭିତରେ ପ୍ରାୟ ୨୫ କୋଟି ଲୋକ ଗରିବୀରୁ ନିଜକୁ ଉଦ୍ଧାର କରିପାରିଛନ୍ତି । ସମଗ୍ର ବିଶ୍ୱକୁ ଗଣତାନ୍ତ୍ରିକ ପଦ୍ଧତିର ବାର୍ତା ଦେଇଛନ୍ତି । ମୁଦ୍ରା ଯୋଜନାର ହିତାଧିକାରୀମାନେ ସୁଫଳ ପାଇ ଗଣତାନ୍ତ୍ରିକ ପଦ୍ଧତି ସହ ସିଧା ସଳଖ ପରିଚିତ ହୋଇପାରିଛନ୍ତି । ଏବେ ପଛୁଆ ଜିଲ୍ଲା ଆସ୍ପିରେସନାଲ ଜିଲ୍ଲାରେ ପରିଣତ ହୋଇଛି । ଦେଶର ବହୁ ଆଦିବାସୀ ସମ୍ପ୍ରଦାୟ, ଅନୁନ୍ନତ ବର୍ଗର ଲୋକଙ୍କ ପାଖରେ ଏବେ ବି ବିକାଶ ପହଂଚିପାରିନି । ପିଏମ ଜନ ମନ ଯୋଜନା ପରି କିଛି ଯୋଜନା ଲାଗୁ ହେବା ଫଳରେ ବିକାଶର ଧାରା ଏବେ ଏବେ ଲୋକଙ୍କ ପାଖରେ ପହଂଚିବାକୁ ଆରମ୍ଭ କରିଛି । ସଫଳ ଗଣତନ୍ତ୍ର ଦ୍ୱାରା ସମାଜର ତଳ ବା ଶେଷ ବର୍ଗର ଲୋକଙ୍କ ପାଖରେ ବିକାଶକୁ ପହଂଚାଇ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବ୍ୟକ୍ତି କୈନ୍ଦ୍ରିକ ବୈଶ୍ୱିକରଣ ଆଡକୁ ଆମେ ଗତି କରୁଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଯେଉଁଠି ବଜାର ଦ୍ୱାରା କେବଳ ବିକାଶ ସାଧିତ ହୁଏ ନାହିଁ ବରଂ ଲୋକଙ୍କ ଇଚ୍ଛାକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ପାଳନ କରାଯାଏ । ଜିଡିପି କୈନ୍ଦ୍ରିକ ଅର୍ଥନୀତିରୁ ଆମେ ଏବେ ଲୋକଙ୍କ ସଶକ୍ତିକରଣ ଅର୍ଥନୀତି ଆଡକୁ ମୁହାଁଇଛେ । ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଫଳରେ ଲୋକେ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇପାରୁଛନ୍ତି ।
ନାଗରିକ ଦେବୋ ଭବ ନ୍ୟାୟରେ ତାଙ୍କ ସରକାର ଏବେ କାମ କରୁଛନ୍ତି । ମାଇଁ ବାପ ସଂସ୍କୃତିଠାରୁ ବହୁ ଦୂରରେ ରହି ନାଗରିକମାନଙ୍କୁ ନେଇ ତାଙ୍କ ସରକାର ଗତି କରୁଥିବା ସେ ଉଲ୍ଲେଖ କରିଥିଲେ । ଆଗ ସରକାର ବେଳେ ଲୋକେ ଆଟେଷ୍ଟ କରିବାକୁ ସରକାରୀ ଅଫିସ ଦୌଡୁଥିଲେ । ହେଲେ ଏବେ ନିଜେ ସ୍ୱାକ୍ଷର କରି ଆଟେଷ୍ଟ କରିପାରୁଛନ୍ତି । ଡିଜିଟାଲ ବିକାଶ କିପରି ପ୍ରଗତିରେ ସହାୟକ ହୋଇପାରିଛି ସେକଥା ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ବରିଷ୍ଠ ନାଗରିକମାନେ ଆଗରୁ ଅନୁଭବ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ । କିନ୍ତୁ ତାଙ୍କ ସରକାର ଅମଳରେ ଏସବୁ ବାଧା ଆଉ ପୂର୍ବ ପରି ନାହିଁ । ଆଉ ପୂର୍ବ ଭଳିି ଦପ୍ତରକୁ ନଦୌଡି ଡିଜିଟାଲ କ୍ଷେତ୍ରରେ ଜୀବନ ପ୍ରମାଣପତ୍ର ଦେବାର ପ୍ରାବଧାନ ତାଙ୍କ ସରକାର କରିଛି ବୋଲି ସେ କହିଥିଲେ । ବିଜୁଳି ସଂଯୋଗ, ପାଣି ଟ୍ୟାପ ଲଗାଇବା, ବିଲ ପଇଠ, ଗ୍ୟାସ ସିଲିଣ୍ଡର ବୁକିଂ, ବିଭିନ୍ନ ଡେଲିଭରି ଗ୍ରହଣ କରିବା ପରି କାର୍ଯ୍ୟରେ ଏବେ ଡିଜିଟାଲ ପ୍ରକ୍ରିୟାରେ ନେଣ ଦେଣ ହୋଇପାରୁଛି । ସାଧାରଣ ଜନତାର ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏ କ୍ଷେତ୍ରରେ ବହୁ ସରଳୀକରଣ କରାଯାଇଛି । ପାସପୋର୍ଟ, ଟାକ୍ସ ପଇଠ, ଅନ୍ୟାନ୍ୟ ସେବା କ୍ଷେତ୍ରକୁ ସରଳ, ଦ୍ରୁତ ଓ ସୁଦକ୍ଷ କରାଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ କ୍ଷେତ୍ରରେ ରହିଥିବା ମୂଳଦୁଆକୁ ନାଗରିକ ଦେବୋ ଭବ ଭାବଧାରାରେ ସୁଦୃଢ କରାଯାଇଛି ।
ପରମ୍ପରା ଓ ବିକାଶ ଏକାସହ ବିକଶିତ ହେବାର ନୂଆ ପନ୍ଥା ଭାରତ ଆପଣେଇଛି । ବିକାଶ ଭି ବିରାସତ ଭି ନ୍ୟାୟରେ ଭାରତ ନିଜ ଅଙ୍ଗୀକାରବଦ୍ଧତାକୁ ଦୋହରାଇଛି । ଡିଜିଟାଲ ଟ୍ରାନଜାକ୍ସନ କ୍ଷେତ୍ରରେ ଭାରତ ଅଗ୍ରଗତି ଲାଭ କରିଛି । ଯୋଗ ଓ ଆୟୁର୍ବେଦକୁ ବି ସମାନ ଗୁରୁତ୍ୱ ଦେଇ ବିକାଶ ଲାଭ କରିଛି । ରେକର୍ଡ ସଂଖ୍ୟକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ହୋଇ ପୁଞ୍ଜି ନିବେଶ ଲାଗି ଭାରତ ଏକ ପ୍ରକୃଷ୍ଟ ସ୍ଥାନରେ ପରିଣତ ହୋଇଛି । ସାରା ବିଶ୍ୱର ଦ୍ୱିତୀୟ ବୃହତମ ମୋବାଇଲ ଫୋନ ନିର୍ମାତା ଭାବେ ଭାରତ ଅଗ୍ରଣୀ ଭୂମିକା ନିଭାଉଛି । ମିଲେଟ ପରି ସୁପରଫୁଡର ପ୍ରଚାର ପ୍ରସାର କ୍ଷେତ୍ରରେ ବି ଭାରତ ଆଗାଇଛି । ୧୦୦ ଜିଗା ୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ଉତ୍ପାଦନ କରିବାଠାରୁ ଅଧିକ କ୍ଷମତା ବି ଭାରତ ପାଖରେ ରହିଛି ।
ଆଧୁନିକତାର କାଳରେ ଭାରତ ବି ନିଜ ପରମ୍ପରାକୁ ପାଶୋରି ଦେଇନି । ପରମ୍ପରାକୁ ସମ୍ମାନ ଦେଇ ଆଧୁନିକତାକୁ କୋଳେଇ ନେବାକୁ ଭାରତ ଲକ୍ଷ୍ୟ ରଖିଥିବା ସେ କହିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ଅନେକ କିଛି ଗୁରୁତ୍ୱ ବହନ କରେ । ମିଡିଆ, କଂଟେଂଟ ସୃଷ୍ଟି ଉପାଦନ ପରି ବିଭିନ୍ନ କ୍ଷେତ୍ର କଥା ପ୍ରଧାନମନ୍ତ୍ରୀ ଆଲୋଚନା କରିବାକୁ ଭୁଲି ନଥିଲେ । ଏବେ କିପରି ଡିଜିଟାଲ ମିଡିଆ ଛାଇ ଯାଇଛି ସେକଥା ବି ସେ ଉଲ୍ଲେଖ କରିଥିଲେ । ସାଧାରଣ ଜୀବନ ଶୈଳୀକୁ ଡିଜିଟାଲ ପ୍ରକ୍ରିୟା ସରଳୀକୃତ କରିପାରିଛି । ଗ୍ରାମୀଣ ମହିଳା, ଆଦିବାସୀ ଯୁବକ, ପ୍ରଯୁକ୍ତି ବିଦ୍ୟାଧ୍ୟାୟୀମାନେ ଏହି ଡିଜିଟାଲ ମାଧ୍ୟମ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି । ମୁମ୍ବାଇ ୱେଭସ ସମିଟରେ ମିଡିଆ, ଏଂଟରଟେନମେଂଟ ଓ ଅନ୍ୟ ଇଣ୍ଡଷ୍ଟ୍ରି ଅପେକ୍ଷା ଗତ ତିନି ବର୍ଷ ଭିତରେ ୟୁଟ୍ୟୁବରଙ୍କୁ ସଂସ୍ଥା ପକ୍ଷରୁ ପ୍ରାୟ ୨୧ ହଜାର କୋଟି ଟଙ୍କା ମିଳିଛି । କେବଳ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ସର୍ଜନା ଓ ରୋଜଗାର ପାଇଁ ସ୍ମାର୍ଟଫୋନ ଏବେ ଶକ୍ତିଶାଳୀ ଉପକରଣରେ ପରିଣତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ କେବଳ ଆତ୍ମ ନିର୍ଭର ଭାରତ ଯୋଜନାରେ ରହିଛି । ଭାରତର ଅର୍ଥନୈତିକ ଡିଏନଏରେ ଆତ୍ମ ନିର୍ଭରତା ଏକ ମୌଳିକ ଉପାଦାନ ହୋଇ ରହିଛି । ବହୁ ବର୍ଷ ଧରି ଆମ ଦେଶ ନିର୍ମାତା ନୁହେଁ ବରଂ ଏକ ବୃହତ ବଜାର ଭାବରେ ବିଦିତ ରହିଥିଲା । କିନ୍ତୁ ସମୟାନୁସାରେ ଏଥିରେ ପରିବର୍ତନ ଆସିଛି । ଏକ ଶକ୍ତିଶାଳୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ଓ ବିତରକ ଭାବରେ ଏବେ ଦେଶ ଖ୍ୟାତି ଅର୍ଜନ କରିପାରିଛି । ପ୍ରାୟ ଶହେଟି ଦେଶକୁ ଏବେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଯୋଗା ଯାଉଛି । ଆଇଏନଏସ ଭିକ୍ରାନ୍ତ, ଆଇଏନଏସ ସୁରତ, ଆଇଏନଏସ ନୀଳଗିରି ପରି ସାମୁଦ୍ରିକ ଯୁଦ୍ଧ ପୋତର ଉପଯୋଗିତା ବଢିଛି । ଇଲେକ୍ଟୋନିକ୍ସ ନିର୍ମାଣ କ୍ଷେତ୍ରରେ ବି ଭାରତର ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଭାରତର ଇଲେକ୍ଟୋନିକ୍ସ ଉତ୍ପାଦ ଅଧିକା ନିର୍ମାଣ ହୋଇ ଏବେ ବିଶ୍ୱ ବଜାରକୁ ପ୍ରବେଶ କରିଛି । ଗତବର୍ଷ ଭାରତର ରପ୍ତାନୀ ହାର ରେକର୍ଡ ସଂଖ୍ୟକ ବୃଦ୍ଧି ପାଇ ୮୨୫ କୋଟି ଡଲାରରେ ପହଂଚିଛି । ବୈଶ୍ୱିକ ସ୍ତରରେ ଭାରତ ଏବେ ନିର୍ମାତା, ବିକ୍ରେତା ଓ ବିତରକ ଭାବେ ଉଭା ହେବାରେ ଲାଗିଛି ।
ଋୂପାନ୍ତରୀକରଣକୁ ବିଶେଷ ଫୋକସ ଦେଇ ପ୍ରତି ନାଗରିକ, ସଂସ୍ଥା ଓ ସେକ୍ଟର ଏ ଦିଗରେ କାମ କରିବାକୁ ଆଗଭର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ଏବିପି ନେଟୱାର୍କକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
PBD
(Release ID: 2159926)
Visitor Counter : 10
Read this release in:
Malayalam
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada