ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 08 MAR 2025 10:36AM by PIB Bhubaneshwar

08 .03. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀ ଶକ୍ତିକୁ ପ୍ରଣାମ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ସର୍ବଦା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଆସିଛି। "ଆଜି, ପ୍ରତିଶ୍ରୁତି ଅନୁଯାୟୀ, ମୋର ସୋସିଆଲ ମିଡିଆକୁ ବିଭିନ୍ନ କ୍ଷେତ୍ରରେ ଛାପ ସୃଷ୍ଟି କରୁଥିବା ମହିଳାମାନେ ସମ୍ଭାଳିବେ" ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ସେୟାର କରିଛନ୍ତି ;

"ମହିଳା ଦିବସରେ ଆମେ ଆମର ନାରୀ ଶକ୍ତିକୁ ପ୍ରଣାମ କରୁଛୁ ! ଆମ ସରକାର ସର୍ବଦା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାମ କରିଆସିଛି, ଆମର ଯୋଜନା ଏବଂ କାର୍ଯ୍ୟକ୍ରମରେ ତାହା ପ୍ରତିଫଳିତ ହେଉଛି। ଆଜି, ପ୍ରତିଶ୍ରୁତି ଅନୁଯାୟୀ, ମୋର ସୋସିଆଲ ମିଡିଆକୁ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରୁଥିବା ମହିଳାମାନେ ସମ୍ଭାଳିବେ!

***

SSP


(ରିଲିଜ ଆଡି: 2159252) ପରିଦର୍ଶକ କାଉଣ୍ଟର : 21