ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ମତ୍ସ୍ୟପାଳନ କ୍ଷେତ୍ରରେ ପ୍ରଗତିର ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ
Posted On:
15 MAY 2025 8:26PM by PIB Bhubaneshwar
-ଇଇଜେଡ ଏବଂ କ୍ଷେତ୍ରୀୟ ଜଳ ବାହାରେ ମାଛ ଧରାକୁ ଆଲୋଚନାରେ ଗୁରୁତ୍ୱ
-ମତ୍ସ୍ୟପାଳନ ଏବଂ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଦୃଷ୍ଟି ଦେବାକୁ ସାଟେଲାଇଟ ଟେକ୍ନୋଲୋଜି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
-ପ୍ରଧାନମନ୍ତ୍ରୀ ସ୍ମାର୍ଟ ବନ୍ଦର, ଡ୍ରୋନ ପରିବହନ ଏବଂ ମୂଲ୍ୟଯୁକ୍ତ ଯୋଗାଣ ଶୃଙ୍ଖଳ ସହ ମତ୍ସ୍ୟପାଳନର ଆଧୁନିକୀକରଣ ଉପରେ ଜୋର ଦେଲେ
-କୃଷିକ୍ଷେତ୍ରରେ ଆଗ୍ରୋ ଟେକ୍ ଭଳି ମତ୍ସ୍ୟପାଳନ କ୍ଷେତ୍ରରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ ବୃଦ୍ଧି ପାଇଁ ମତ୍ସ୍ୟ ପ୍ରଯୁକ୍ତି ଆଦରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
-ପ୍ରଧାନମନ୍ତ୍ରୀ ଅମୃତ ସରୋବରରେ ମତ୍ସ୍ୟପାଳନ ଏବଂ ଆଜୀବିକାରେ ପ୍ରୋତ୍ସାହନ ପାଇଁ ଆଳଙ୍କାରିକ ମତ୍ସ୍ୟପାଳନକୁ ଗୁରୁତ୍ୱ ଦେବା ଉପରେ ଆଲୋଚନା କଲେ
-ପ୍ରଧାନମନ୍ତ୍ରୀ ଜାଳେଣି ପ୍ରୟୋଜନ, ପୋଷଣ ସମ୍ବନ୍ଧୀୟ ଇନପୁଟ ରୂପରେ ଔଷଧୀୟ ଓ ଅନ୍ୟ କ୍ଷେତ୍ରରେ ସାମୁଦ୍ରିକ ଶୈବାଳର ବିବିଧ ଉପଯୋଗର ସୁବଦଶ ଖୋଜିବାକୁ ଆହ୍ୱାନ ଦେଲେ
-ପ୍ରଧାନମନ୍ତ୍ରୀ ଜମି ଦ୍ୱାରା ଆବଦ୍ଧ କ୍ଷେତ୍ରରେ ମତ୍ସ୍ୟପାଳନ ବଢ଼ାଇବାକୁ ରଣନୀତି କରିବା ସକାଶେ ଆହ୍ୱାନ ଦେଲେ
୧୫ ମେ ୨୦୨୫: ପିଆଇବି ଦିଲ୍ଲୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକକଲ୍ୟାଣ ମାର୍ଗସ୍ଥିତ ନିଜ ବାସଭବନରେ ମତ୍ସ୍ୟପାଳନ କ୍ଷେତ୍ରର ପ୍ରଗତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଯେଉଁଥିରେ ବିଶେଷ ଆର୍ଥିକ କ୍ଷେତ୍ର (ଇଇଜେଡ୍) ଏବଂ କ୍ଷେତ୍ରୀୟ ଜଳ ବାହାର ସମୁଦ୍ରରେ ମତ୍ସ୍ୟପାଳନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦର ଉତ୍ତମ ଉପଯୋଗ ଏବଂ ମତ୍ସ୍ୟଜୀବୀଙ୍କ ସୁରକ୍ଷା କ୍ଷେତ୍ରରେ ସାଟେଲାଇଟ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ଜୋର୍ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ସ୍ମାର୍ଟ ବନ୍ଦର ଓ ବଜାର ମାଧ୍ୟମରେ ଏହି କ୍ଷେତ୍ରର ଆଧୁନିକୀକରଣ, ଧରାଯାଇଥିବା ମାଛର ପରିବହନ ଏବଂ ଏହାର ବିପଣନରେ ଡ୍ରୋନର ବ୍ୟବହାରକୁ ଜୋର୍ ଦେଇଥିଲେ । ସେ କହିଥିଲେ, ଯୋଗାଣ ଶୃଙ୍ଖଳକୁ ମୂଲ୍ୟଯୁକ୍ତ କରିବା ସକାଶେ ଏକ ସୁସ୍ଥ ପ୍ରଣାଳୀର ଆବଶ୍ୟକତା ଅଛି ।
ଏଥିସହ ପ୍ରଧାନମନ୍ତ୍ରୀ ଡ୍ରୋନ ବ୍ୟବହାର ଫାଇଦା ନେବାକୁ କହିଥିଲେ । ଟେକନିକାଲ ପ୍ରୋଟୋକଲ ଅନୁସାରେ ବେସାମରିକ ବିମାନ ଚଳାଚଳ ବିଭାଗର ପରାମର୍ଶରେ ତାଜା ମାଛକୁ ଉତ୍ପାଦନ କେନ୍ଦ୍ରରୁ ପାଖ ସହର/ଗ୍ରାମାଞ୍ଚଳକୁ ଡ୍ରୋନରେ ପରିବହନ ସକାଶେ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ପାଦନର ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଙ୍ଗରେ ସୁଧାର ଉପରେ ଗୁରୁତ୍ୱ ଦେଇଥିଲେ । ଘରୋଇ କ୍ଷେତ୍ରକୁ ନିବେଶ ଅନୁକୂଳ କରିବା ଉପରେ ଚର୍ଚ୍ଚା ହୋଇଥିଲା ।
ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବାବଦରେ ପ୍ରଧାନମନ୍ତ୍ରୀ କହିଥିଲେ, କୃଷି କ୍ଷେତ୍ରରେ ଆଗ୍ରୋ ଟେକ୍ ଭଳି ମତ୍ସ୍ୟ ପାଳନ କ୍ଷେତ୍ରରେ ମତ୍ସ୍ୟ କ୍ଷେତ୍ରର ପ୍ରଯୁକ୍ତି ବିଦ୍ୟାକୁ ଆଦରିବା ଉଚିତ, ଯଦ୍ୱାରା ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନରେ ସୁଧାର ଆସିପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ, ଅମୃତ ସରୋବରରେ ମତ୍ସ୍ୟ ଉତ୍ପାଦନ ଦ୍ୱାରା ନା କେବଳ ଏହି ଜଳକ୍ଷେତ୍ରର ଜୀବିକାରେ ସୁଧାର ହେବ, ବରଂ ମତ୍ସ୍ୟଜୀବୀଙ୍କ ଆଜୀବିକାରେ ସୁଧାର ଆସିପାରିବ । ସେ ଏହା ମଧ୍ୟ କହିଥିଲେ, ଆୟ ସୃଜନର ଏକ ଅବସର ଭାବେ ତାଜା ମତ୍ସ୍ୟପାଳନକୁ ଗୁରୁତ୍ୱ ମିଳିବା ଉଚିତ ।
ପ୍ରଧାନମନ୍ତ୍ରୀ କହିଥିଲେ, ଭୂମି ଆବଦ୍ଧ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯିବା ଉଚିତ । ଯେଉଁଠାରେ କି ମାଛର ଚାହିଦା ଅଧିକ, କିନ୍ତୁ ଯୋଗାଣ କମ୍ ରହିଥାଏ ।
ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ କି, ସାମୁଦ୍ରିକ ଶୈଳାର ଉପଯୋଗ ଇନ୍ଧନ ପାଇଁ, ପୋଷଣ ସମ୍ବନ୍ଧୀୟ ଇନପୁଟ ରୂପରେ, ଔଷଧିୟ ଏବଂ ଅନ୍ୟ କ୍ଷେତ୍ରରେ କରାଯିବା ଉଚିତ । ସେ କହିଥିଲେ, ସମସ୍ତ ସମ୍ବନ୍ଧିତ ବିଭାଗ ମିଳିମିଶି କାମ କରିବା ଉଚିତ ଏବଂ ସାମୁଦ୍ରିକ ଶୈବାଳ କ୍ଷେତ୍ରରୁ ଆବଶ୍ୟକ ଉତ୍ପାଦନ ଓ ଫଳ ପାଇବାକୁ ହେଲେ ଟେକ୍ନୋଲୋଜିର ବ୍ୟବହାର ଜରୁରୀ, ଯେଉଁଥିରେ କି ପୂର୍ଣ୍ଣ ସ୍ୱାମୀତ୍ୱ ସୁନିଶ୍ଚିତ ହୋଇପାରିବ ।
ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାରେ ନିପୁଣ କରିବାକୁ ଆଧୁନିକ ପଦ୍ଧତିରେ ପାରଙ୍ଗମ କରିବାକୁ ଜୋର ଦେଇଛନ୍ତି । ଏହି କ୍ଷେତ୍ରର ବାଧା ଦେଉଥିବା ପ୍ରସଙ୍ଗଗୁଡ଼ିକର ଏକ ନକାରାତ୍ମକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ । ଯଦ୍ୱାରା ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଇପାରିବ ଏବଂ ମତ୍ସ୍ୟଜୀବୀଙ୍କ ବେପାର ଓ ଜୀବନଯାପନ ପ୍ରଣାଳୀ ସହଜ ହୋଇପାରିବ ।
ବୈଠକ ଅବସରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ହୋଇଥିବା ପ୍ରଗତି, ଗତ ସମୀକ୍ଷା ସମୟରେ ହୋଇଥିବା ନିଷ୍ପତ୍ତିର କାର୍ଯ୍ୟକାରୀତା, ଭାରତୀୟ ବିଶିଷ୍ଟ ଆର୍ଥିକ କ୍ଷେତ୍ର (ଇଇଜେଡ୍) ଏବଂ କ୍ଷେତ୍ରୀୟ ଜଳ ବାହାର ସମୁଦ୍ରରେ ନିରନ୍ତର ମତ୍ସ୍ୟପାଳନ ପାଇଁ ପ୍ରସ୍ତାବିତ ଢାଞ୍ଚା ଉପରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା ।
ସରକାର ୨୦୧୫ ମସିହାରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଏ ଦିଗରେ ହାତକୁ ନେଇଛନ୍ତି । ନୀଳ କ୍ରାନ୍ତି ଯୋଜନା, ମତ୍ସ୍ୟପାଳନ ଏବଂ ଜଳୀୟ କୃଷି ଅବସଂରଚନା ବିକାଶ ନିଧି (ଏଫଆଇଡିଏଫ), ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ), ପ୍ରଧାନମନ୍ତ୍ରୀ ମତ୍ସ୍ୟ-ସମୃଦ୍ଧି ଯୋଜନା (ପିଏମ୍-ଏମକେଏସଏସୱାଇ) ଏବଂ କିଷାନ କ୍ରେଡିଟ କାର୍ଡ (କେସିସି) ମାଧ୍ୟମରେ ନିବେଶକୁ ୩୮,୫୭୨ କୋଟିକୁ ବୃଦ୍ଧି କରାଯାଇଛି । ଭାରତରେ ୨୦୨୪-୨୫ରେ ୯ ପ୍ରତିଶତରୁ ଅଧିକ କ୍ଷେତ୍ରୀୟ ବୃଦ୍ଧି ହାର ସହିତ ବାର୍ଷିକ ୧୯୫ ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରାଯାଇଛି ।
ବୈଠକରେ କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡା. ପି.କେ. ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ-୨ ଶ୍ରୀ ଶକ୍ତିକାନ୍ତ ଦାସ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଅମିତ ଖରେ, ମତ୍ସ୍ୟପାଳନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
SR
(Release ID: 2159053)
Visitor Counter : 2
Read this release in:
Malayalam
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada