ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି୭ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
18 JUN 2025 3:05PM by PIB Bhubaneshwar
ସହଭାଗୀ ପ୍ରାଥମିକତା ଦିଗରେ ଆଗକୁ ବଢ଼ିବା ଲାଗି ଗ୍ଲୋବାଲ୍ ସାଉଥ୍ ନେତୃବର୍ଗଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୫ରେ କାନାଡାର କାନାନାସ୍କିସ୍ ଠାରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଶ୍ରୀ ସିରିଲ୍ ରାମାଫୋସା ଏବଂ ବ୍ରାଜିଲ ରାଷ୍ଟ୍ରପତି ଶ୍ରୀ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୋଲା ଆଲୋଚନା କରିଛନ୍ତି। ସେ ଗ୍ଲୋବାଲ୍ ସାଉଥର ଲକ୍ଷ୍ୟକୁ ସମର୍ଥନ କରିବା ପାଇଁ ଭାରତର ଅଟଳ ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।
ଏକ୍ସରେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି:
‘‘ଦୁଇ ପ୍ରିୟ ବନ୍ଧୁ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଲାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆମେ ଗ୍ଲୋବାଲ୍ ସାଉଥ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରିବା ପାଇଁ ଆମର ପ୍ରତିବଦ୍ଧତାରେ ଅଟଳ ରହିଛୁ। ଏକ ଉନ୍ନତ ଭବିଷ୍ୟତ ଗଠନ ପାଇଁ ଯାହା ଆବଶ୍ୟକ ତାହା କରିବାକୁ ଆମେ ସମାନ ଭାବରେ ସଂକଳ୍ପବଦ୍ଧ...’’
***
PS
(रिलीज़ आईडी: 2158964)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam