ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

'ବିପର୍ଯ୍ୟୟ ପରିଚାଳନା ଏବଂ ଦକ୍ଷତା ବିକାଶ' ଉପରେ ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ

Posted On: 19 AUG 2025 9:43PM by PIB Bhubaneshwar

ମୋଦୀ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ନୀତି ଦକ୍ଷତା ବିକାଶ, ଗତି, ଦକ୍ଷତା ଏବଂ ସଠିକତା ଆଦି ଚାରୋଟି ସ୍ତମ୍ଭ ଉପରେ ଆଧାରିତ

ମୋଦୀ ସରକାର ବିପର୍ଯ୍ୟୟ ପରିଚାଳନାରେ ଏକ ବହୁମୁଖୀ ଆଭିମୁଖ୍ୟ ସହିତ ଆର୍ଥିକ, ସଂସ୍ଥାଗତ ଏବଂ ଢାଞ୍ଚାଗତ ଶକ୍ତି ଗ୍ରହଣ କରିଛନ୍ତି

ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ମୁକାବିଲା ପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଉଛି

ଜିଲ୍ଲା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ଏହି ବୈଠକରେ 'ବିପର୍ଯ୍ୟୟ ପରିଚାଳନା "ଏବଂ ‘‘ଦକ୍ଷତା ବିକାଶ" ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ଏବଂ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସଦସ୍ୟମାନେ ପ୍ରଶଂସା କରିଥିଲେ

ପ୍ରଯୁକ୍ତିବିଦ୍ୟା ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏନ୍.ଡି.ଏମ୍.. ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛି ଏବଂ ଏନ୍.ଡି.ଆର୍.ଏଫ୍. ଏହାକୁ ବାସ୍ତବ କ୍ଷେତ୍ରରେ ଖୁବ ଭଲ ଭାବେ କାର୍ଯ୍ୟକାରୀ କରୁଛି

Posted On: 19 AUG 2025 9:43PM by PIB Delhi

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ 'ବିପର୍ଯ୍ୟୟ ପରିଚାଳନା ଏବଂ ଦକ୍ଷତା ବିକାଶ' ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପାଇଁ ସାମ୍ବିଧାନିକ ପରାମର୍ଶଦାତା କମିଟିର ବୈଠକରେ ଅଧ୍ୟକ୍ଷତା କରିଛନ୍ତିଏହି ବୈଠକରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଏବଂ ଶ୍ରୀ ବନ୍ଦି ସଞ୍ଜୟ କୁମାର, କମିଟିର ସଦସ୍ୟ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ), ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ), ମହାନିର୍ଦ୍ଦେଶକ (ଅଗ୍ନି ସେବା, ବେସାମରିକ ପ୍ରତିରକ୍ଷା ଏବଂ ହୋମ୍ ଗାର୍ଡ) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନଆଇଡିଏମ) ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ୨୦୧୪ ପୂର୍ବରୁ ବିପର୍ଯ୍ୟୟ ପରିଚାଳନା ଦିଗରେ ଏକ ରିଲିଫ୍-କେନ୍ଦ୍ରୀତ ଆଭିମୁଖ୍ୟ ଥିଲା, ଯାହାକୁ ମୋଦୀ ସରକାର ଆଭିମୁଖ୍ୟ ଏବଂ ରଣନୀତି ପରିବର୍ତ୍ତନ କରି ଉଦ୍ଧାର-କେନ୍ଦ୍ରୀତ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିଲେସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ପ୍ରମୁଖ ନୀତି ସମ୍ବନ୍ଧୀୟ ଏବଂ ସଂସ୍ଥାଗତ ନିଷ୍ପତ୍ତି ନିଆଯାଇଛିସେ କହିଛନ୍ତି ଯେ ମୋଦୀ ସରକାରଙ୍କ ବିପର୍ଯ୍ୟୟ ମୁକାବିଲା ନୀତି ଦକ୍ଷତା ବିକାଶ, ଗତି, ଦକ୍ଷତା ଏବଂ ସଠିକତାର ଚାରୋଟି ସ୍ତମ୍ଭ ଉପରେ ଆଧାରିତଏହାର ଫଳସ୍ୱରୂପ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ ପ୍ରତିରୋଧ ହୋଇଛି, ଓଡ଼ିଶାରେ ୧୯୯୯ ମହାବାତ୍ୟାରେ ୧୦,୦୦୦ ଲୋକ ପ୍ରାଣ ହରାଇବା ପରେ ଗୁଜୁରାଟରେ ୨୦୨୩ ବିପର୍ଯ୍ୟୟ ଏବଂ ଓଡ଼ିଶାର ୨୦୨୪ ଦାନାରେ ଶୂନ୍ୟ ମୃତ୍ୟୁ ଘଟିଛିବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୋଦୀ ସରକାରଙ୍କ ପ୍ରୟାସ ଯୋଗୁଁ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ୯୮ ପ୍ରତିଶତ ହ୍ରାସ ପାଇଛି ଏବଂ ଗ୍ରୀଷ୍ମପ୍ରଦାହ ଯୋଗୁଁ ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି ବୋଲି ଗୃହ ମନ୍ତ୍ରୀ କହିଛନ୍ତିନିକଟରେ ଅନେକ ରାଜ୍ୟରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଘଟଣା ସମ୍ପର୍କରେ ଉଲ୍ଲେଖ କରି ଗୃହ ମନ୍ତ୍ରୀ କହିଛନ୍ତି ଯେ ବାଦଲଫଟା ଓ ଭୂସ୍ଖଳନର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି

ଶ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାରରେ ଆର୍ଥିକ, ସଂସ୍ଥାଗତ, ଢାଞ୍ଚାଗତ ସୁଦୃଢ଼ୀକରଣ ସହିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛିବିପର୍ଯ୍ୟୟ ଯୋଗୁଁ ଲୋକଙ୍କୁ ହେଉଥିବା କ୍ଷତିରୁ ବଞ୍ଚାଇବା ମୋଦୀ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତିସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ସୂତ୍ରୀ ଏଜେଣ୍ଡା ଆଧାରରେ ୨୦୨୪ ରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍ ଅଣାଯାଇଥିଲା, ଯାହା ସ୍ୱଚ୍ଛତା, ଦାୟିତ୍ୱ, ଦକ୍ଷତା ଏବଂ ସମନ୍ୱୟ ସହିତ କାର୍ଯ୍ୟ କରାଯାଇଛିଜିଲ୍ଲା ଗ୍ରାମ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ୨୦୦୪ ରୁ ୨୦୧୪ ମଧ୍ୟରେ ଏସଡିଆରଏଫ୍‍ ଏନଡିଆରଏଫ୍‍ କୁ ୬୬ ହଜାର କୋଟି ଟଙ୍କା ଦିଆଯାଇଥିଲା, ଯାହାକୁ ପ୍ରାୟ ତିନି ଗୁଣ ବୃଦ୍ଧି କରାଯାଇ ୨୦୧୪ ରୁ ୨୦୨୪ ମଧ୍ୟରେ ୨ଲକ୍ଷ କୋଟି ଟଙ୍କା କରାଯାଇଛିସେ କହିଛନ୍ତି ଯେ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ଏସଡିଆରଏଫ ପାଇଁ ୧,୨୮,୧୨୨ କୋଟି ଟଙ୍କା ଏବଂ ଏନଡିଆରଏଫ ପାଇଁ ୫୪,୭୭୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଶ୍ରୀ ଶାହ କହିଛନ୍ତି ଯେ କେନ୍ଦ୍ର ସରକାର ମଧ୍ୟ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ) ପାଇଁ ୧୩,୬୯୩ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ପାଇଁ ୩୨,୦୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ।

ଶ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି ଯେ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇ.ଏମ.ସି.ଟି) କୁ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟକୁ ପଠାଇବା ପାଇଁ ଲାଗୁଥିବା ହାରାହାରି ସମୟ ୯୬ ଦିନରୁଦିନକୁ ହ୍ରାସ ପାଇଛି ଏବଂ ଗତ ୧୦ ବର୍ଷ ମଧ୍ୟରେ ୮୩ ଟି କେନ୍ଦ୍ରୀୟ ଦଳ ହାରାହାରିଦିନ ସହିତ ରାଜ୍ୟକୁ ପଠାଯାଇଛିସେ କହିଛନ୍ତି ଯେ ଏନଡିଏମଏ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଏବଂ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛି, ଯେତେବେଳେ ଏନଡିଆରଏଫ ଏହାକୁ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଭଲ କାମ କରିଛି, ଜାତୀୟ ବାତ୍ୟା ବିପଦ ପ୍ରଶମନ ପ୍ରକଳ୍ପ (ଏନସିଆରଏମପି) ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା ଏବଂ ୯୨,୯୯୫ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂଟି ଉପୂକଳ ରାଜ୍ୟରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପ୍ରତିଷ୍ଠା କରିବା ବ୍ୟତୀତ ସରକାରୀ ଅଧିକାରୀମାନଙ୍କୁ ବାତ୍ୟା ପ୍ରଶମନ ସଂକ୍ରାନ୍ତରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲାଏହି ପ୍ରକଳ୍ପ ଅଧୀନରେ ସୃଷ୍ଟି ହୋଇଥିବା ଭିତ୍ତିଭୂମି ବିଭିନ୍ନ ବାତ୍ୟା ସମୟରେ ଜୀବନ ବଞ୍ଚାଇବାରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆପଦ ମିତ୍ର ଯୋଜନା ଏବଂ ଯୁବ ଆପଦ ମିତ୍ର ଯୋଜନା କାର୍ଯ୍ୟକାରୀ ହେବା ସହିତ ସରକାର ଗୋଷ୍ଠୀ ସ୍ତରରେ ଦକ୍ଷତା ବିକାଶ ଏବଂ ବିପର୍ଯ୍ୟୟ ସମୟରେ ଗୋଷ୍ଠୀ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତିଆପଦ ମିତ୍ର ଯୋଜନା ଅଧୀନରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ୩୫୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ଏକ ଲକ୍ଷ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ୫୦୦୦ କୋଟି ଟଙ୍କା ବ୍ୟୟ ବରାଦରେ ରାଜ୍ୟଗୁଡିକରେ ଅଗ୍ନି ସେବାର ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପାଇଁ ସରକାର ଏକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ଯେଉଁଥିରେ ନୂତନ ଅଗ୍ନି ନିର୍ବାପକ କେନ୍ଦ୍ର ସ୍ଥାପନ, ରାଜ୍ୟ ପ୍ରଶିକ୍ଷଣ କେନ୍ଦ୍ରର ସୁଦୃଢ଼ୀକରଣ ଏବଂ ଦକ୍ଷତା ବିକାଶ ଇତ୍ୟାଦି ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଏ

ପ୍ରଥମ ଥର ପାଇଁ ଜାତୀୟ ରାଜ୍ୟ ସ୍ତରରେ ପ୍ରଶମନ ପାଣ୍ଠି ଗଠନ କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ସୂଚନା ଦେଇଛନ୍ତିକେନ୍ଦ୍ର ସରକାର ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ) ପାଇଁ ୧୩,୬୯୩ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ପାଇଁ ୩୨,୦୩୧ କୋଟି ଟଙ୍କା ମଧ୍ୟ ଆବଣ୍ଟନ କରିଛନ୍ତି। ଏନଡିଏମଏଫ୍‍ ଅଧିନରେ ୮୦୭୨ କୋଟି ଟଙ୍କା ଆବଣ୍ଟନ ସହିତ ଅନେକ ପ୍ରଶମନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି

ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଭାରତ ଆଗୁଆ ଚେତାବନୀ ପ୍ରଦାନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ଗୃହ ମନ୍ତ୍ରୀ କହିଛନ୍ତିଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ବର୍ତ୍ତମାନ ବନ୍ୟା ଏବଂ ବାତ୍ୟାର ସଠିକ୍ ପୂର୍ବାନୁମାନଦିନ ପୂର୍ବରୁ ଦେଉଛନ୍ତିଲୋକଙ୍କୁ ସତର୍କ କରିବା ପାଇଁ ଶେଷ ମାଇଲ୍ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ଏସଏମଏସ, କୋଷ୍ଟାଲ ସାଇରନ ଇତ୍ୟାଦି ମାଧ୍ୟମରେ ସାରା ଦେଶରେ ଇଣ୍ଟିଗ୍ରେଟେଡ୍ ଆଲର୍ଟ ସିଷ୍ଟମ (ସିଏପି) ଉପରେ ଆଧାରିତ ଏକ 'କମନ ଆଲର୍ଟିଂ ପ୍ରୋଟୋକଲ୍' କାର୍ଯ୍ୟକାରୀ କରିଛନ୍ତିବିପର୍ଯ୍ୟୟ ନେଇ ଆଗୁଆ ଚେତାବନୀ ଦେଉଥିବା 'ସାଚେଟ୍ ଆପ୍' ସର୍ବାଧିକ ପ୍ରଚାର ଉପରେ ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ

ବୈଠକରେ 'ବିପର୍ଯ୍ୟୟ ପରିଚାଳନା ଏବଂ ଦକ୍ଷତା ବିକାଶ' ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ଏବଂ ମୂଲ୍ୟବାନ ପରାମର୍ଶ ଦେଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସଦସ୍ୟମାନେ ପ୍ରଶଂସା କରିଥିଲେକେନ୍ଦ୍ର ସରକାର ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ଜାରି କରିଥିବା ବିପର୍ଯ୍ୟୟ ସୂଚନା ଆପ୍, ମାର୍ଗଦର୍ଶିକା ଏବଂ ବିପର୍ଯ୍ୟୟ ପାଣ୍ଠି ସମ୍ବନ୍ଧୀୟ ସୂଚନା ସମସ୍ତ ସାଂସଦଙ୍କୁ ପଠାଯିବ ବୋଲି ଗୃହ ମନ୍ତ୍ରୀ କହିଛନ୍ତି

HS


(Release ID: 2158232)