ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସହଜ ଜୀବନଯାପନ ଏବଂ ବ୍ୟବସାୟିକ ସୁଗମତାକୁ ତ୍ୱରାନ୍ୱିତ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
Posted On:
18 AUG 2025 8:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ସହଜ ଜୀବନଯାପନ, ବ୍ୟବସାୟିକ ସୁଗମତାରେ ସୁଧାର ଏବଂ ସମାବେଶୀ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦ୍ରୁତ ତଥା ବିସ୍ତୃତ ସଂସ୍କାର କାର୍ଯ୍ୟକାରୀ କରିବା ନିମନ୍ତେ ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ବିଚାରବିମର୍ଶ କରାଯାଇଛି ।
ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
‘‘ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ ରୂପରେଖ ଉପରେ ଆଲୋଚନା ଲାଗି ଏକ ବୈଠକରେ ଅଧ୍ୟକ୍ଷତା କଲି। ସବୁ କ୍ଷେତ୍ରରେ ଦ୍ରୁତ ସଂସ୍କାର କାର୍ଯ୍ୟକାରୀ କରିବା ଲାଗି ଆମେ ସଂକଳ୍ପବଦ୍ଧ, ଯାହାକି ସହଜ ଜୀବନଧାରଣ, ବ୍ୟବସାୟିକ ସୁଗମତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ।’’
******
PS
(Release ID: 2157735)