ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

ଦେଶପ୍ରେମ ଜାଗ୍ରତ ଓ ତ୍ରିରଙ୍ଗା ସମ୍ବନ୍ଧରେ ସଚେତନତା ବୃଦ୍ଧି ପାଇଁ ଜାତୀୟ ପତାକା କୁଇଜ ଘୋଷଣା କଲା ମେରା ଯୁବା ଭାରତ (ମାଇଁ ଭାରତ) ପ୍ଲାଟଫର୍ମ


କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀଙ୍କ ସହ ସିଆଚେନ ଗସ୍ତ କରିବାର ସୁଯୋଗ

Posted On: 07 AUG 2025 11:26AM by PIB Bhubaneshwar

ଦେଶପ୍ରେମ ଜାଗ୍ରତ ତଥା ତ୍ରିରଙ୍ଗା ସମ୍ବନ୍ଧରେ ଜନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମେରା ଯୁବା ଭାରତ (ମାଇଁ ଭାରତ) ପ୍ଲାଟଫର୍ମ ପକ୍ଷରୁ ଜାତୀୟସ୍ତରୀୟ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ମାଇଁ ଭାରତ ପୋର୍ଟାଲ (ମାଇଁଭାରତ ଡଟ ଗଭ ଡଟ ଇନ)ରେ ନାଗରିକମାନଙ୍କୁ ତ୍ରିରଙ୍ଗା ସମ୍ପର୍କରେ ଜ୍ଞାନ ସମ୍ବନ୍ଧିତ ଅନଲାଇନ କୁଇଜରେ ଅଂଶଗ୍ରହଣ କରିବାକୁ କୁହାଯାଇଛି ।

ସବୁ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏହି କୁଇଜଟି ବେଶ ଶିକ୍ଷାପ୍ରଦ ହେବ । ଏଥିରେ ବିଭିନ୍ନ ପ୍ରକାର ମଲଟିପଲ ଚଏସ ପ୍ରଶ୍ନ (ଏମସିକ୍ୟୁ) ରହିବ । ପ୍ରତ୍ୟେକ ପ୍ରଶ୍ନର ଗୋଟିଏ ସଠିକ ଉତର ସହ ଚାରିଟି ଉତର ରହିବ । ସବୁ ଅଂଶଗ୍ରହଣକାରୀମାନଙ୍କୁ ଗୋଟି ଗୋଟିଏ ଇ-ସାର୍ଟିଫିକେଟ ମିଳିବ ।

ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ପଚିଶ ଜଣ ଅଂଶଗ୍ରହଣକାରୀଙ୍କୁ କେନ୍ଦ୍ର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସହ ସିଆଚେନ ଗସ୍ତ କରିବାର ସୁଯୋଗ ମିଳିବ । ମାଇଁ ଭାରତ ପ୍ଲାଟର୍ଫମର ସମସ୍ତ ପଞ୍ଜିକୃତ ବ୍ୟବହାରକାରୀ କୁଇଜରେ ଅଂଶଗ୍ରହଣ କରିବା ପାଇଁ ଖୋଲା ରହିଥିବା ବେଳେ କେବଳ ୨୧ରୁ ୨୯ ବର୍ଷ ପର୍ଯ୍ୟନ୍ତ ବୟସର ବିଜେତାମାନଙ୍କୁ ସିଆଚେନ ଗସ୍ତ କରିବାର ସୁଯୋଗ ମିଳିବ । ସର୍ବୋଚ୍ଚ ନମ୍ବର ରଖିଥିବା ପଚିଶ ଜଣ ବିଜେତାଙ୍କୁ କମ୍ପ୍ୟୁଟର ଲଟେରୀ ମାଧ୍ୟମରେ ଚୟନ କରାଯିବ ।

ଏହି କୁଇଜରେ ଅଂଶଗ୍ରହଣ କରିବା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ । ପୁରସ୍କାର ଗ୍ରହଣ କରିବା ପାଇଁ ମାଇଁ ଭାରତ ପୋର୍ଟାଲରେ ଦେଇଥିବା ପ୍ରୋଫାଇଲକୁ ଅଂଶଗ୍ରହଣକାରୀମାନେ ସଠିକ ଲେଖିବା ଉଚିତ ।

ଏହି ଦେଶର ନାଗରିକମାନଙ୍କ ପାଇଁ ମେରା ଯୁବା ଭାରତ ସବୁ ସେବା ଯୋଗାଉଥିବା ଏକମାତ୍ର ପ୍ଲାଟଫର୍ମ । ଏହି ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ପ୍ରୋଫାଇଲ ସୃଷ୍ଟି ହେଇଥାଏ । ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବା ଓ ଶିକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ଏକ୍ସପର୍ଟମାନଙ୍କଠାରୁ ମାର୍ଗଦର୍ଶନକୁ ସୁନିଶ୍ଚିତ କରିଥାଏ । ଅନ୍ୟ ଯୁବକମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବାର ବାଟ ଫିଟାଇଥାଏ । ଏହି ପ୍ଲାଟଫର୍ମରେ ବିଭିନ୍ନ ଏକ୍ସପେରିଏନସିଆଲ ଲର୍ଣ୍ଣିଂ କାର୍ଯ୍ୟକ୍ରମ (ଇଏଲପି) ରହିଥାଏ । ଅନ୍ୟ ମନ୍ତ୍ରୀ, ଅନୁଷ୍ଠାନ, ଶିଳ୍ପ ଓ ଯୁବ ସଂଘକୁ ଏହା ୱେବ ସ୍ପେଶ ଦେଇଥାଏ । ଏହି ପ୍ଲାଟଫର୍ମରେ ଏଯାଏ ପ୍ରାୟ ୧.୭୬ କୋଟି ଯୁବକ ପଞ୍ଜିକୃତ କରିସାରିଲେଣି । 

PBD

 


(Release ID: 2153986) Visitor Counter : 10