ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରମିଳା ତାଇ ମେଢ଼େଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 JUL 2025 7:28PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ର ସେବିକା ସମିତିର ପ୍ରମୁଖ ସଞ୍ଚାଳିକା ଶ୍ରୀମତୀ ପ୍ରମିଳା ତାଇ ମେଢ଼େଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ତାଙ୍କ ଆଦର୍ଶ ଜୀବନ ଆଗାମୀ ପିଢ଼ି ପାଇଁ, ବିଶେଷକରି ସମାବେଶୀ ସାମାଜିକ ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରେରଣାର ଆଲୋକ ବର୍ତ୍ତିକା ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ଏକ୍ସରେ ପୃଥକ ପୋଷ୍ଟରେ ସେ କହିଛନ୍ତି;

ରାଷ୍ଟ୍ର ସେବିକା ସମିତିର ପ୍ରମୁଖ ସଞ୍ଚାଳିକା ଶ୍ରଦ୍ଧେୟ ଶ୍ରୀମତୀ ପ୍ରମିଳା ତାଇ ମେଢ଼େଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସମାଜ ଏବଂ ରାଷ୍ଟ୍ରର ସେବା ପାଇଁ ସମର୍ପିତ ଥିଲା ମହିଳା ସଶକ୍ତିକରଣ ସହିତ ସାମାଜିକ କାର୍ଯ୍ୟରେ ତାଙ୍କର ଅମୂଲ୍ୟ ଯୋଗଦାନକୁ ସର୍ବଦା ସ୍ମରଣ କରାଯିବ ଏହି ଦୁଃଖ ସମୟରେ ଇଶ୍ୱର ତାଙ୍କର ପରିବାର ଏବଂ ପ୍ରଶଂସକମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ ଓମ୍ ଶାନ୍ତି!”

 

SR


(रिलीज़ आईडी: 2151776) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam