ନିର୍ବାଚନ ଆୟୋଗ
azadi ka amrit mahotsav

ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ - ପ୍ରକ୍ରିୟା ଆରମ୍ଭ କଲେ ଇସିଆଇ

प्रविष्टि तिथि: 23 JUL 2025 1:08PM by PIB Bhubaneshwar

 

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୨ ଜୁଲାଇ, ୨୦୨୫ ରେ ଏହାର ଗେଜେଟ୍ ବିଜ୍ଞପ୍ତି S.O.3354(E)ରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଜାରି କରାଯାଇଛି ।

ଧାରା ୩୨୪ ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଅଧିକାର ପ୍ରାପ୍ତ ଅଟନ୍ତି। ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, 1952 ଏବଂ ଏହା ଅଧୀନରେ ପ୍ରଣୀତ ନିୟମ, ଅର୍ଥାତ୍ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ନିୟମ, 1974 ଦ୍ୱାରା ପରିଚାଳିତ ହୁଏ।

ତେଣୁ, ଭାରତର ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ, 2025 ସମ୍ବନ୍ଧୀୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହେବା ପରେ, ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସୂଚୀ ସମ୍ପର୍କରେ ଯଥାଶୀଘ୍ର ଘୋଷଣା କରାଯିବ।

ଘୋଷଣା ପୂର୍ବର କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଛି, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି :

(କ) ରାଜ୍ୟ ସଭା ଏବଂ ଲୋକସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜର ପ୍ରସ୍ତୁତି ;

(ଖ) ରିଟର୍ଣ୍ଣିଂ ଅଧିକାରୀ / ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କର ଚୂଡ଼ାନ୍ତକରଣ;

(ଗ) ଏବଂ ପୂର୍ବ ସମସ୍ତ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଆବଶ୍ୟକ ହୋଇଥିବା ସାମଗ୍ରୀର ପ୍ରସ୍ତୁତି ଏବଂ ପ୍ରସାରଣ।

******

SSP


(रिलीज़ आईडी: 2147432) आगंतुक पटल : 11
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Nepali , Marathi , Manipuri , Bengali , Bengali-TR , Assamese , Punjabi , Gujarati , Telugu , Malayalam