ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ

प्रविष्टि तिथि: 23 JUL 2025 1:06PM by PIB Bhubaneswar

ଗତ କିଛି ବର୍ଷ ଭିତରେ ଭାରତ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ପରେ ମାଳଦ୍ୱୀପର ୬୦ ବର୍ଷର ସ୍ୱାଧୀନତା ପୂର୍ତି ଉତ୍ସବରେ ଯୋଗ ଦେବାକୁ ମୁଁ ମାଳଦ୍ୱୀପ ଗସ୍ତ କରିବି ସେଠାରେ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ମିଶି ତାଙ୍କର ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ କରିବି ଦୁଇ ଦେଶ ଭିତରେ ରହିଥିବା କୁଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ତି ବି ପାଳନ ହେବ ରାଷ୍ଟ୍ରପତି ମୁଇଜୁଙ୍କ ବ୍ୟତିରେକ ଅନ୍ୟାନ୍ୟ ନେତାଙ୍କୁ ସାକ୍ଷାତ କରି ଦୁଇ ଦେଶ ଭିତରେ ରହିଥିବା ଅର୍ଥନୈତିକ ନୌବାଣିଜ୍ୟଗତ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରୟାସ କରିବି ଭାରତ ମହାସାଗର ଅଂଚଳରେ ଶାନ୍ତି, ସୌହାର୍ଦ୍ଦ୍ୟ ସ୍ଥିରତା ବଜାୟ ରଖିବାକୁ ଦୁଇ ଦେଶ ସହଯୋଗ ବଜାୟ ରଖିବା ନେଇ ବି ଆଲୋଚନା କରାଯିବ

ମୋର ବିଶ୍ୱାସ ଯେ, ଏହି ଗସ୍ତ ଭଲ ପ୍ରଭାବ ପକାଇବ ଫଳରେ ଆମ ଲୋକେ ଉପକୃତ ହୋଇପାରିବେ ଆମର ପଡୋଶୀକୁ ପ୍ରାଥମିକତା ଦେବା ଭାବଧାରା ବ୍ୟାପକ ହୋଇପାରିବ

PBD


(रिलीज़ आईडी: 2147318) आगंतुक पटल : 23
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam