ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ
Posted On:
23 JUL 2025 1:06PM by PIB Bhubaneshwar
ଗତ କିଛି ବର୍ଷ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ଓ ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି । ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ପରେ ମାଳଦ୍ୱୀପର ୬୦ ବର୍ଷର ସ୍ୱାଧୀନତା ପୂର୍ତି ଉତ୍ସବରେ ଯୋଗ ଦେବାକୁ ମୁଁ ମାଳଦ୍ୱୀପ ଗସ୍ତ କରିବି । ସେଠାରେ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ମିଶି ତାଙ୍କର ସ୍ୱାଧୀନତା ଉତ୍ସବରେ ଅଂଶଗ୍ରହଣ କରିବି । ଦୁଇ ଦେଶ ଭିତରେ ରହିଥିବା କୁଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ତି ବି ପାଳନ ହେବ । ରାଷ୍ଟ୍ରପତି ମୁଇଜୁଙ୍କ ବ୍ୟତିରେକ ଅନ୍ୟାନ୍ୟ ନେତାଙ୍କୁ ସାକ୍ଷାତ କରି ଦୁଇ ଦେଶ ଭିତରେ ରହିଥିବା ଅର୍ଥନୈତିକ ଓ ନୌବାଣିଜ୍ୟଗତ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରୟାସ କରିବି । ଭାରତ ମହାସାଗର ଅଂଚଳରେ ଶାନ୍ତି, ସୌହାର୍ଦ୍ଦ୍ୟ ଓ ସ୍ଥିରତା ବଜାୟ ରଖିବାକୁ ଦୁଇ ଦେଶ ସହଯୋଗ ବଜାୟ ରଖିବା ନେଇ ବି ଆଲୋଚନା କରାଯିବ ।
ମୋର ବିଶ୍ୱାସ ଯେ, ଏହି ଗସ୍ତ ଭଲ ପ୍ରଭାବ ପକାଇବ । ଫଳରେ ଆମ ଲୋକେ ଉପକୃତ ହୋଇପାରିବେ ଓ ଆମର ପଡୋଶୀକୁ ପ୍ରାଥମିକତା ଦେବା ଭାବଧାରା ବ୍ୟାପକ ହୋଇପାରିବ ।
PBD
(Release ID: 2147318)
Read this release in:
English
,
Urdu
,
Hindi
,
Marathi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam