ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର “ମରାଠା ସାମରିକ ଦୃଶ୍ୟପଟ୍ଟ” ସାମିଲ କରାଯିବାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
12 JUL 2025 9:23AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମରାଠା ସାମରିକ ଦୃଶ୍ୟପଟ୍ଟ ପ୍ରତିଷ୍ଠିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ହେବା ଉପରେ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ପ୍ରକାଶ କରିଛନ୍ତି ।
ଏହି ଖୋଦିତ ଐତିହ୍ୟରେ ୧୨ଟି ରାଜକୀୟ ଦୁର୍ଗ ରହିଛି, ସେଥିମଧ୍ୟରେ ୧୧ଟି ମହାରାଷ୍ଟ୍ରରେ ଏବଂ ଗୋଟିଏ ତାମିଲନାଡୁରେ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ମରାଠା ସାମ୍ରାଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ, “ଯେତେବେଳେ ଆମେ ଗୌରବମୟ ମରାଠା ସାମ୍ରାଜ୍ୟ ବିଷୟରେ କହୁ, ଆମେ ଏହାକୁ ସୁଶାସନ, ସାମରିକ ଶକ୍ତି, ସାଂସ୍କୃତିକ ଗର୍ବ ଏବଂ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ସହିତ ଜଡିତ କରୁ । ମହାନ ଶାସକମାନେ କୌଣସି ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରତ୍ୟାଖାନ କରି ଆମକୁ ଅନୁପାଣିତ କରନ୍ତି ।”
ସେ ନାଗରିକମାନଙ୍କୁ ମରାଠା ସାମ୍ରାଜ୍ୟର ସମୃଦ୍ଧ ଇତିହାସ ବିଷୟରେ ଜାଣିବା ପାଇଁ ଏହି ଦୁର୍ଗଗୁଡିକୁ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ ।
ପ୍ରଧାନମନ୍ତ୍ରୀ ୨୦୧୪ରେ ରାୟଗଡ ଦୁର୍ଗକୁ ତାଙ୍କର ଯାତ୍ରା ସମୟର କିଛି ସ୍ମରଣୀୟ ସ୍ମୃତି ମଧ୍ୟ ଶେୟାର କରିଥିଲେ, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଏକ ଫଟୋ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।
ଉପରୋକ୍ତ ମାନ୍ୟତା ବିଷୟରେ ୟୁନେସ୍କୋର ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରତ୍ୟେକ ଭାରତୀୟ ଏହି ମାନ୍ୟତାରେ ଉତ୍ସାହିତ ।
ଏହି ‘ମରାଠା ସାମରିକ ଦୃଶ୍ୟପଟ୍ଟ’ରେ ୧୨ଟି ରାଜକୀୟ ଦୁର୍ଗ ଅନ୍ତର୍ଭୁକ୍ତ, ଯାହା ମଧ୍ୟରୁ ୧୧ଟି ମହାରାଷ୍ଟ୍ରରେ ଏବଂ ଗୋଟିଏ ତାମିଲନାଡୁରେ ରହିଛି ।
ଯେତେବେଳେ ଆମେ ଗୌରବମୟ ମରାଠା ସାମ୍ରାଜ୍ୟ ବିଷୟରେ କହୁ, ଆମେ ଏହାକୁ ସୁଶାସନ, ସାମରିକ ଶକ୍ତି, ସାଂସ୍କୃତିକ ଗର୍ବ ଏବଂ ସାମାଜିକ କଲ୍ୟାଣ ଉପରେ ଗୁରୁତ୍ୱ ସହିତ ଜଡିତ କରୁ । ଏହି ମହାନ ଶାସକମାନେ କୌଣସି ଅନ୍ୟାୟ ଆଗରେ ମୁଣ୍ଡ ତଳକୁ ନକରି ନିଜର ଅଦମ୍ୟ ସାହସର ପ୍ରମାଣ ଦେଇ ଆମକୁ ଅନୁପ୍ରାଣିତ କରିଥାନ୍ତି ।
ମୁଁ ସମସ୍ତଙ୍କୁ ଏହି ଦୁଗଗୁଡିକୁ ପରିଦର୍ଶନ କରିବାକୁ ଏବଂ ମରାଠା ସାମ୍ରାଜ୍ୟର ସମୃଦ୍ଧ ଇତିହାସ ବିଷୟରେ ଜାଣିବାକୁ ଆହ୍ୱାନ କରୁଛି ।”
“ଏଠାରେ ୨୦୧୪ ମସିହାରେ ରାୟଗଡ ଦୁର୍ଗକୁ ମୋର ଗସ୍ତର କିଛି ଫଟୋ ରହିଛି । ମୋତେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପ୍ରଣାମ କରିବାର ସୁଯୋଗ ମିଳିଥିଲା । ସେହି ପରିଦର୍ଶନକୁ ସର୍ବଦା ମନେ ରଖିବି ।”
SR
(Release ID: 2144256)
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam