ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଉରୁଗୁଏର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନନ୍ତ୍ରୀ
Posted On:
07 JUL 2025 9:20PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ଉରୁଗୁଏର ରାଷ୍ଟ୍ରପତି ୟାମାଣ୍ଡୁ ଓରସିଙ୍କ ସହ ସାକ୍ଷାତ କରିଛନ୍ତି ।
ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆଲୋଚନା କରିଛନ୍ତି । ସେମାନେ ଡିଜିଟାଲ ସହଯୋଗ, ଆଇସିଟି, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ, ପ୍ରତିରକ୍ଷା, ରେଳବାଇ, ସ୍ୱାସ୍ଥ୍ୟ ଏବଂ ଔଷଧ, କୃଷି, ଶକ୍ତି, ସଂସ୍କୃତି ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛନ୍ତି । ତେବେ ଏହି ଆଲୋଚନାର ଏକ ପ୍ରମୁଖ ବିଷୟ ଥିଲା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ସୁଦୃଢ଼ କରିବା । ଉଭୟ ପକ୍ଷ ଭାରତ-ମରକୋରସୁର ବାଣିଜ୍ୟ ଚୁକ୍ତିନାମାର ସମ୍ପ୍ରସାରଣରେ ଆଗ୍ରହ ପ୍ରକାଶ କରିଛନ୍ତି । ଏହାର ଲକ୍ଷ୍ୟ ଅଧିକ ଆର୍ଥିକ ସମ୍ଭାବନା ଏବଂ ବାଣିଜ୍ୟ ପରିପୂରକତାକୁ ଉନ୍ମୋଚନ କରିବା ।
ପହଲଗାମରେ ନିକଟରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଥିବାରୁ ରାଷ୍ଟ୍ରପତି ଓରସିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଆତଙ୍କବାଦର ସମସ୍ତ ରୂପ ଏବଂ କାର୍ଯ୍ୟକଳାପ ବିରୋଧରେ ଲଢ଼େଇରେ ଭାରତ ସହିତ ଉରୁଗୁଏର ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ବୈଠକରେ ଏକ ଭବିଷ୍ୟମୁଖୀ ଦ୍ୱିପାକ୍ଷିକ ସହଭାଗିତା ବିକାଶ ପାଇଁ ଉଭୟ ଦେଶର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରାଯାଇଥିଲା ।
SR
(Release ID: 2143032)
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam