ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବୋଲିଭିଆର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 07 JUL 2025 9:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ବ୍ରିକ୍ସ ସମ୍ମିଳନୀ ଅବସରରେ ବହୁଜାତୀୟ ରାଷ୍ଟ୍ର ବୋଲିଭିଆର ରାଷ୍ଟ୍ରପତି ଲୁଇସ ଆର୍ସେ କାଟାକୋରାଙ୍କୁ ଭେଟିଛନ୍ତି ।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଛନ୍ତି ଏବଂ ହାସଲ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ  ଗୁରୁତ୍ୱପୂର୍ଣ୍ଣ ଖଣିଜ, ବ୍ୟାପାର ଓ ବାଣିଜ୍ୟ, ଡିଜିଟାଲ ସାର୍ବଜନୀନ ଭିତ୍ତଭୂମି ଏବଂ ୟୁପିଆଇ, ସ୍ୱାସ୍ଥ୍ୟ ଏବଂ ଔଷଧ, ପାରମ୍ପରିକ ଔଷଧ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ, ତାଲିମ ଏବଂ କ୍ଷମତା ନିର୍ମାଣ କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା କରିଛନ୍ତି । ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ଏହି କ୍ଷେତ୍ରରେ ସ୍ଥାୟୀ ତଥା ପାରସ୍ପରିକ ଲାଭଦାୟକ ସହଭାଗିତା ବିକାଶ କରିବାର ସମ୍ଭାବନାକୁ ସ୍ୱୀକାର କରିଛନ୍ତି । ସେମାନେ ଆଇଟିଇସି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ କ୍ୱିକ ଇମ୍ପାକ୍ଟ ପ୍ରୋଜେକ୍ଟ ଏବଂ କ୍ଷମତା ନିର୍ମାଣ ପଦକ୍ଷେପ ସମେତ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିକାଶ ସହଯୋଗ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ।

ମାର୍ଚ୍ଚ-ଏପ୍ରିଲ ୨୦୨୫ରେ ବୋଲିଭିଆର ଲାଜ୍ ପାଜ୍ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଭୟଙ୍କର ବନ୍ୟା ପରିପ୍ରେକ୍ଷୀରେ ବୋଲିଭିଆ ଲୋକଙ୍କ ସହିତ ଭାରତ ଏକାଠି ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିସହ ସେ ଅନ୍ତର୍ଜାତୀୟ ସୌର ମେଣ୍ଟରେ ଯୋଗଦାନ ପାଇଁ ବୋଲିଭିଆକୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

୬ ଅଗଷ୍ଟ ୨୦୨୫ରେ ବୋଲିଭିଆ ସ୍ୱାଧୀନତାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶର ଦ୍ୱିଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସେଠାକାର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

 

SR


(Release ID: 2143030)