ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରୀ ଗସ୍ତରେ ଘାନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 JUL 2025 8:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସରକାରୀ ଗସ୍ତରେ ଘାନାର ରାଜଧାନୀ ଆକରାରେ ପହଞ୍ଚିଛନ୍ତି । ସେ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେବାକୁ ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନୀ ମାହାମା ଔପଚାରିକ ସ୍ୱାଗତ କରିଥିଲେ । ଏହି ସମ୍ମାନ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମଜବୁତ ଓ ଐତିହାସିକ ସମ୍ପର୍କକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀଙ୍କ ଘାନା ଯାତ୍ରା ବିଗତ ତିନି ଦଶକରେ ପ୍ରଥମ ଯାତ୍ରା । ଏହି ଐତିହାସିକ ଯାତ୍ରା ଭାରତ ଓ ଘାନା ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବ । ଏଥିସହ ଆଫ୍ରିକା ଏବଂ ବୈଶ୍ୱିକ ଦକ୍ଷିଣ ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ରେଖାଙ୍କିତ କରିବ ।
SR
(ରିଲିଜ ଆଡି: 2141706)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam