ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିଜିଟାଲ ଇଣ୍ଡିଆ ପଦକ୍ଷେପର ସଫଳ ୧୦ ବର୍ଷ ପୂର୍ତ୍ତୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JUL 2025 9:40AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ଇଣ୍ଡିଆ ପଦକ୍ଷେପର ୧୦ ବର୍ଷର ସଫଳ ସମାପନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ପରେ, ଆମେ ଏପରି ଏକ ଯାତ୍ରାର ସାକ୍ଷୀ ହୋଇଛୁ, ଯାହା ଅଗଣିତ ଜୀବନକୁ ପ୍ରଭାବିତ କରିବା ସହ ସଶକ୍ତିକରଣର ଏକ ନୂତନ ଯୁଗର ଆରମ୍ଭ କରିଛି । “୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପ ଯୋଗୁଁ ଭାରତ ଡିଜିଟାଲ ପେମେଣ୍ଟରେ ଅନେକ ପ୍ରଗତି କରିଛି” ବୋଲି ଶ୍ରୀ ମୋଦୀ କହିଛନ୍ତି ।
ଏକ୍ସରେ ମାଇଗଭ୍ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ଥ୍ରେଡ୍ ପୋଷ୍ଟ ଶେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଆମେ ଡିଜିଟାଲ୍ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତୀ ପାଳନ କରୁଥିବାରୁ ଆଜି ଏକ ଐତିହାସିକ ଦିନ!
୧୦ ବର୍ଷ ପୂର୍ବରୁ, ଡିଜିଟାଲ୍ ଇଣ୍ଡିଆର ପ୍ରଚଳନ ଆମ ଦେଶକୁ ଡିଜିଟାଲ ଭାବରେ ସଶକ୍ତ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ସମାଜରେ ପରିଣତ କରିବା ପାଇଁ ଏକ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିଲା ।
ଏକ ଦଶନ୍ଧି ପରେ, ଆମେ ଏପରି ଏକ ଯାତ୍ରାର ସାକ୍ଷୀ ହୋଇଛୁ, ଯାହା ଅଗଣିତ ଜୀବନକୁ ପ୍ରଭାବିତ କରିପାରିଛି ଏବଂ ସଶକ୍ତିକରଣର ଏକ ନୂତନ ଯୁଗ ଆରମ୍ଭ କରିଛି । ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପ ଦ୍ୱାରା ପ୍ରେରିତ ହୋଇ ଭାରତ ଡିଜିଟାଲ୍ ପେମେଣ୍ଟରେ ଅନେକ ପ୍ରଗତି କରିଛି । ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ର ମଧ୍ୟ ଏହି ପଦକ୍ଷେପରୁ ଲାଭବାନ ହୋଇଛନ୍ତି ।
ଏହି ଥ୍ରେଡ୍ ପୋଷ୍ଟ ପରିବର୍ତ୍ତନ ଏବଂ ଏହାର ପରିମାଣର ଏକ ଝଲକ ପ୍ରଦର୍ଶନ କରୁଛି ।”
SR
(ରିଲିଜ ଆଡି: 2141081)
ପରିଦର୍ଶକ କାଉଣ୍ଟର : 24
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Nepali
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam