ସଂସ୍କୃତି ମନ୍ତ୍ରଣାଳୟ
azadi ka amrit mahotsav

ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମ୍ବିଧାନ ହତ୍ୟା ଦିବସ ପାଳିତ

Posted On: 27 JUN 2025 3:19PM by PIB Bhubaneshwar

 

 

୨୦୨୫ ମସିହା ଜୁନ୍‌ ମାସ ୨୫ ତାରିଖରେ, ସାରା ଭାରତର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଇଛି । ଏହାର ନେତୃତ୍ୱ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପରାଜ୍ୟପାଳ ନେଇଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ଥିଲା :

  • ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ।
  • ସାର୍ବଜନୀନ ଆଲୋଚନା ସହ ପ୍ରଦର୍ଶନୀ ପ୍ରଦର୍ଶନ କରିବା ଏବଂ ଚଳଚ୍ଚିତ୍ର ପ୍ରଦର୍ଶନରେ ସାମିଲ ହେବ ।
  • ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଦୁର୍ବଳତା ଏବଂ ସାମର୍ଥ୍ୟ ଉପରେ ଆନ୍ତଃପିଢ଼ିଗତ ଆଲୋଚନାକୁ ପ୍ରୋତ୍ସାହିତ କରିବା ।

 

ଭାରତରେ ଗଣତନ୍ତ୍ର କେବଳ ଏକ ରାଜନୈତିକ ବ୍ୟବସ୍ଥା ନୁହେଁ; ଏହା ଏକ ସଭ୍ୟତାର ଚିନ୍ତାଧାରା, ଯାହା ଭାରତର ଐତିହାସିକ ଏବଂ ସାଂସ୍କୃତିକ ଢାଞ୍ଚା ସହ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଏକ ସଭ୍ୟତାଗତ ନୀତି । ସମ୍ବିଧାନ ହତ୍ୟା ଦିବସ କେବଳ ଏକ ଅତୀତରେ ଘଟିଥିବା ଅନ୍ୟାୟର ସ୍ମୃତିଚାରଣ ନୁହେଁ, ବରଂ ଗଣତାନ୍ତ୍ରିକ ନୀତି, ସାଂଗଠନିକ ଅଖଣ୍ଡତା ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ଉତ୍କୃଷ୍ଟ ଉଦାହରଣ । ଆସନ୍ତୁ ଆମେ ଏକ ରାଷ୍ଟ୍ର ଭାବରେ ଆମ ଗଣତନ୍ତ୍ରର ମୂଳଦୁଆକୁ ରକ୍ଷା କରିବା ପାଇଁ ଆମର ସଂକଳ୍ପକୁ ପ୍ରତିଫଳିତ କରିବା, ଅତୀତର ସ୍ମୃତିଚାରଣ କରିବା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ।

ଦିଲ୍ଲୀ

 

ସଂସ୍କୃତି ମନ୍ତ୍ରଣାଳୟ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୦ଟି ପ୍ରମୁଖ ସ୍ଥାନରେ "ଗଣତାନ୍ତ୍ରିକତା ଦୀର୍ଘଜୀବୀ ହେଉ" ପ୍ରଦର୍ଶନୀର ଶୁଭାରମ୍ଭ ପାଇଁ ଯୋଗାଯୋଗର ଉଦ୍ୟମ କରୁଛି, ଯାହା ଆଗାମୀ ସପ୍ତାହଗୁଡ଼ିକରେ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।

ଦିଲ୍ଲୀ- ସେଣ୍ଟ୍ରାଲ ପାର୍କ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ସେଣ୍ଟ୍ରାଲ ପାର୍କ, କନଟ୍ ପ୍ଲେସରେ 'ସମ୍ବିଧାନ ହତ୍ୟା ଦିବସ' ଉପରେ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ।

 

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକର ବିବରଣୀ ପାଇଁ ଦୟାକରି ନିମ୍ନରେ ଥିବା ଲିଙ୍କରେ କ୍ଲିକ୍ କରନ୍ତୁ :

https://static.pib.gov.in/WriteReadData/specificdocs/documents/2025/jun/doc2025627577401.pdf

 

*****

MT


(Release ID: 2140299)