ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ୨୪ ଜୁନ୍, ୨୦୨୫ରେ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ
प्रविष्टि तिथि:
23 JUN 2025 5:24PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୪ ଜୁନ୍, ୨୦୨୫ ପୂର୍ବାହ୍ନ ପ୍ରାୟ ୧୧ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ଦୁଇ ମହାନ୍ ଆଧ୍ୟାତ୍ମିକ ଏବଂ ନୈତିକ ବ୍ୟକ୍ତି ଶ୍ରୀ ନାରାୟଣ ଗୁରୁ ଏବଂ ଶ୍ରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନ ସମାବେଶକୁ ସମ୍ବୋଧିତ କରିବେ ।
ଏହି ଐତିହାସିକ ବାର୍ତ୍ତାଳାପ ୧୨ ମାର୍ଚ୍ଚ, ୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରା ଅବସରରେ ଶିବଗିରି ମଠରେ ହୋଇଥିଲା । ଏହା ଭୈକୋମ ସତ୍ୟାଗ୍ରହ, ଧର୍ମାନ୍ତରଣ, ଅହିଂସା, ଅସ୍ପୃଶ୍ୟତା ବିଲୋପ, ମୋକ୍ଷ ପ୍ରାପ୍ତି, ଦଳିତଙ୍କ ବିକାଶ ଆଦି ପ୍ରସଙ୍ଗ ଉପରେ କେନ୍ତ୍ରିତ ଥିଲା ।
ଶ୍ରୀ ନାରାୟଣ ଧର୍ମ ସଂଘମ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ସମାରୋହରେ ଆଧ୍ୟାତ୍ମିକ ଗୁରୁ ଏବଂ ଅନ୍ୟ ସଦସ୍ୟ ମାନେ ଏକାଠି ହେବେ । ସେମାନେ ସାମାଜିକ ଏବଂ ନୈତିକତାକୁ ରୂପ ଦେବା ଦିଗରେ ଦୂରଦର୍ଶୀ ପ୍ରସଙ୍ଗରେ ବିଚାର କରିବେ ଏବଂ ଏହାକୁ ସ୍ମରଣ କରିବେ । ଏହା ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀ ଉଭୟଙ୍କ ଦ୍ୱାରା ସମର୍ଥିତ ସାମାଜିକ ନ୍ୟାୟ, ଏକତା ଏବଂ ଆଧ୍ୟାତ୍ମିକ ସଦଭାବକୁ ମିଳିତ ଭାବେ ଏକ ମହତ୍ୱପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
SR
(रिलीज़ आईडी: 2139100)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
Tamil
,
Kannada
,
Assamese
,
Bengali-TR
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Telugu
,
Malayalam