ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇରାନର ରାଷ୍ଟ୍ରପତିଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ତୁରନ୍ତ ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ଜରିଆରେ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ପୁନଃସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2025 3:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନର ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିୟାନ୍‌ଙ୍କ ସହ ବର୍ତ୍ତମାନର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ଉତ୍ତେଜନା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୁଟନୀତିର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଦୀର୍ଘକାଳୀନ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଉତ୍ତେଜନା ହ୍ରାସ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;

“ଇରାନ ରାଷ୍ଟ୍ରପତି ପେଜେଶକିୟନ୍‌ଙ୍କ ସହ କଥା ହେଲି । ଆମେ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛୁ । ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ମୁଁ ଗଭୀର ଚିନ୍ତା ପ୍ରକାଶ କଲି । ଏହି ଅବସରରେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ଶୀଘ୍ର ସ୍ଥିରତା ପୁନଃସ୍ଥାପନ ପାଇଁ ତୁରନ୍ତ ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ପାଇଁ ଆମର ଆହ୍ୱାନକୁ ଦୋହରାଇଛି ।”

 

SR

 


(ରିଲିଜ ଆଡି: 2138835) ପରିଦର୍ଶକ କାଉଣ୍ଟର : 40