ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନ୍‌. ଟି. ରାମା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 28 MAY 2025 9:41AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏନ୍‌. ଟି. ରାମା ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମାଜ ସେବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରୟାସ ଯୋଗୁଁ ସେ ବ୍ୟାପକ ଭାବରେ ଉଚ୍ଚ ପ୍ରଶଂସିତ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ମୁଁ ଏନ୍‌ଟିଆର୍‌ଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମାଜ ସେବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଉଦ୍ୟମ ଯୋଗୁଁ ସେ ବ୍ୟାପକ ଭାବରେ ପ୍ରଶଂସିତ । ସିନେମା ଜଗତରେ ସେ କରିଥିବା କାର୍ଯ୍ୟ ଏବେ ବି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ ତଥା ଆକର୍ଷିତ କରିଚାଲିଛି । ଆମେ ସମସ୍ତେ ତାଙ୍କ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ।

ମୋର ବନ୍ଧୁ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧିନ ଆନ୍ଧ୍ର ପ୍ରଦେଶର ଏନ୍‌ଡିଏ ସରକାର ଏନ୍‌ଟିଆର୍‌ଙ୍କ ମହାନ ଉଦ୍ଦେଶ୍ୟ ପୂରଣ କରିବା ପାଇଁ କାର୍ଯ୍ୟ କରୁଛି ।”

 

SR


(Release ID: 2131919)