ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ମାରିଥିବା କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ



ନିହତ ହୋଇଥିବା ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସି. ପି. ଆଇ.-ମାଓବାଦୀ ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜୁ


ତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା ଦ୍ୱାରା ଜଣେ ସାଧାରଣ ସମ୍ପାଦକ ପାହ୍ୟାର ନେତାଙ୍କୁ ନିହତ କରାଯାଇଛି


ଏହି ବଡ଼ ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ସାହସିକ ସୁରକ୍ଷା ବାହିନୀ ଏବଂ ଏଜେନ୍ସିଗୁଡ଼ିକୁ ପ୍ରଶଂସା କରିଛନ୍ତି


ଅପରେସନ ବ୍ଲାକ ଫରେଷ୍ଟ ଶେଷ ହେବା ପରେ ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୮୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି


ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦର ମୂଳୋତ୍ପାଟନ କରିବା ଲାଗି ସଂକଳ୍ପବଦ୍ଧ

Posted On: 21 MAY 2025 5:36PM by PIB Bhubaneshwar

 

 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ ସୁରକ୍ଷା ବାହିନୀ ସିପିଆଇ-ମାଓବାଦୀଙ୍କ ସାଧାରଣ ସମ୍ପାଦକ ନାମ୍ବାଲା କେଶବ ରାଓ ଓରଫ ବାସବରାଜଙ୍କ ସମେତ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି। ଏହି ବଡ଼ ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସିଗୁଡ଼ିକୁ ପ୍ରଶଂସା କରିଥିଲେ।

ଏକ୍ସ ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, "ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆଜି, ଛତିଶଗଡ଼ର ନାରାୟଣପୁରରେ ଏକ ଅପରେସନରେ, ଆମର ସୁରକ୍ଷା ବାହିନୀ ୨୭ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ନିହତ କରିଛନ୍ତି, ଯେଉଁଥିରେ ସିପିଆଇ-ମାଓବାଦୀର ସାଧାରଣ ସମ୍ପାଦକ, ସର୍ବୋଚ୍ଚ ନେତା ତଥା ନକ୍ସଲ ଆନ୍ଦୋଳନର ମେରୁଦଣ୍ଡ ନାମ୍ବାଲା କେଶବ ରାଓ ଓରଫ ବାସବରାଜ ମଧ୍ୟ ସାମିଲ ଅଛନ୍ତି। ତିନି ଦଶନ୍ଧି ଧରି ଚାଲିଥିବା ଭାରତର ନକ୍ସଲବାଦ ବିରୋଧୀ ଲଢ଼େଇରେ ପ୍ରଥମ ଥର ପାଇଁ ଆମ ସେନା ଦ୍ୱାରା ଜଣେ ସାଧାରଣ ସମ୍ପାଦକ ପାହ୍ୟାର ନେତାଙ୍କୁ ନିହତ କରାଯାଇଛି। ଏହି ବଡ଼ ସଫଳତା ପାଇଁ ମୁଁ ଆମର ସାହସୀ ସୁରକ୍ଷା ବାହିନୀ ଏବଂ ଏଜେନ୍ସିମାନଙ୍କୁ ପ୍ରଶଂସା କରୁଛି। ଏହା ମଧ୍ୟ ଜଣାଇ ଖୁସି ଯେ ଅପରେସନ୍ ବ୍ଲାକ୍ ଫରେଷ୍ଟ ସମାପ୍ତ ହେବା ପରେ ଛତିଶଗଡ଼, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ୫୪ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୮୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ।

 

HS


(Release ID: 2130381)