ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ଏମଆର ଶ୍ରୀନିବାସନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
20 MAY 2025 1:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଆଣବିକ ଶକ୍ତି କାର୍ଯ୍ୟକ୍ରମର ଜଣେ ପ୍ରମୁଖ ବ୍ୟକ୍ତି ଡ. ଏମଆର ଶ୍ରୀନିବାସନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଭାରତୀୟ ଆଣବିକ ଶକ୍ତି କାର୍ଯ୍ୟକ୍ରମର ଜଣେ ପ୍ରମୁଖ ବ୍ୟକ୍ତି ଡ. ଏମଆର ଶ୍ରୀନିବାସନଙ୍କ ପରଲୋକରେ ଗଭୀର ଦୁଃଖିତ । ମହତ୍ୱପୂର୍ଣ୍ଣ ଆଣବିକ ମୌଳିକ ଭିତ୍ତିଭୂମିକୁ ବିକଶିତ କରିବା ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଏବଂ ଏହା ଶକ୍ତି କ୍ଷେତ୍ରରେ ଆମର ଆତ୍ମନିର୍ଭରତା କ୍ଷେତ୍ରରେ ଏକ ମୂଳାଧାର ଭାବେ ଜଣା । ଆଣବିକ ଶକ୍ତି ଆୟୋଗର ପ୍ରାରମ୍ଭିକ ନେତୃତ୍ୱ ପାଇଁ ସେ ସ୍ମରଣୀୟ ହୋଇ ରହିବେ । ବୈଜ୍ଞାନିକ ପ୍ରଗତିକୁ ଆଗକୁ ବଢ଼ାଇବା ପାଇଁ ଏବଂ ଅନେକ ଯୁବ ବିଜ୍ଞାନୀଙ୍କୁ ମାର୍ଗଦର୍ଶନ ପାଇଁ ଦେଇ ତାଙ୍କ ନିକଟରେ ସର୍ବଦା କୃତଜ୍ଞ ରହିବ । ଏହି ଦୁଃଖର ସମୟରେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ମୋର ଗଭୀର ସମବେଦନା । ଓମ୍ ଶାନ୍ତି ।”
SR
(Release ID: 2129871)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam