ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ମୋଟ ୧୩୩୨ କୋଟି ଟଙ୍କା ବ୍ୟୟରେ ତିରୁପତି-ପକଲା-କଟପାଡି ଏକକ ରେଳ ଲାଇନ ସେକ୍ସନ (୧୦୪ କିଲୋମିଟର)ର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ
ଏହି ପଦକ୍ଷେପ ଯାତ୍ରା ସୁବିଧାକୁ ଉନ୍ନତ କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ, ତୈଳ ଆମଦାନୀ ହ୍ରାସ କରିବ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବ, ଯାହା ଦ୍ଵାରା ସ୍ଥାୟୀ ଏବଂ ଦକ୍ଷ ରେଳ ପରିଚାଳନାକୁ ପ୍ରୋତ୍ସାହିତ କରାଯିବ
ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୪୦୦ଟି ଗ୍ରାମ ଏବଂ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟା ଲାଗି ଯୋଗାଯୋଗ ସୁଯୋଗ ବୃଦ୍ଧି କରିବ
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ତିରୁପତି ସହିତ ଯୋଗାଯୋଗ ବଢ଼ାଇବା, ଯେଉଁଠାରେ ଭବ୍ୟ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିର ରହିଛି । ମନ୍ଦିରକୁ ଦୈନିକ ପ୍ରାୟ ୭୫,୦୦୦ ଶ୍ରଦ୍ଧାଳୁ ଆସନ୍ତି ଏବଂ ପର୍ବଦିନରେ ଦୈନିକ ଦେଢ଼ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ
ଏହି ପ୍ରକଳ୍ପ ନିର୍ମାଣ ସମୟରେ ପ୍ରାୟ ୩୫ ଲକ୍ଷ ମାନବ ଦିବସ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ
Posted On:
09 APR 2025 3:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ତିରୁପତି-ପକଲା-କଟପଡି ଏକକ ଲାଇନ ସେକ୍ସନ (୧୦୪ କିଲୋମିଟର)ର ଦୋହରୀକରଣକୁ ମଞ୍ଜୁରୀ ଦେଇଛି, ଯାହାର ମୋଟ ମୂଲ୍ୟ ପ୍ରାୟ ୧୩୩୨ କୋଟି ଟଙ୍କା ହେବ ।
ବର୍ଦ୍ଧିତ ଲାଇନ କ୍ଷମତା ଗତିଶୀଳତାକୁ ଉନ୍ନତ କରିବ, ଏହାଦ୍ୱାରା ଭାରତୀୟ ରେଳବାଇର ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବ ଚଳାଚଳକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ, ଯାହା ଫଳରେ ଭାରତୀୟ ରେଳବାଇର କିଛି ବ୍ୟସ୍ତତମ ବିଭାଗରେ ଅତ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ବିକାଶ ହୋଇପାରିବ। ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନବୀନ ଭାରତର ଦୃଷ୍ଟିକୋଣର ଅନୁରୂପ, ଯାହା ଏହି ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ଏହି ଅଞ୍ଚଳର ଲୋକମାନଙ୍କୁ "ଆତ୍ମନିର୍ଭର" କରିବ, ଯାହାଦ୍ୱାରା ସେମାନଙ୍କ ପାଇଁ ନିଯୁକ୍ତି/ସ୍ୱରୋଜଗାର ସୁଯୋଗରେ ଉନ୍ନତି ଆସିବ।
ଏହି ପ୍ରକଳ୍ପ ହେଉଛି ପ୍ରଧାନମନ୍ତ୍ରୀ-ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମଲଟି-ମୋଡାଲ ସଂଯୋଗୀକରଣର ଏକ ଫଳାଫଳ, ଯାହାକି ସମନ୍ୱିତ ଯୋଜନା ମାଧ୍ୟମରେ ସମ୍ଭବ କରାଯାଇଛି ଏବଂ ଏହା ଲୋକ, ସାମଗ୍ରୀ ଏବଂ ସେବାର ପରିବହନ ପାଇଁ ସୁଗମ ସଂଯୋଗୀକରଣ ପ୍ରଦାନ କରିବ।
ଏହି ପ୍ରକଳ୍ପ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁର ତିନୋଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି, ଭାରତୀୟ ରେଳବାଇର ବିଦ୍ୟମାନ ନେଟୱାର୍କକୁ ପ୍ରାୟ ୧୧୩ କିଲୋମିଟର ବୃଦ୍ଧି କରିବ। ଏହି ପ୍ରକଳ୍ପ ସେକ୍ସନ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିରକୁ ସଂଯୋଗ ପ୍ରଦାନ ସହିତ ଶ୍ରୀ କଳାହସ୍ତି ଶିବ ମନ୍ଦିର, କନିପକମ ବିନାୟକ ମନ୍ଦିର, ଚନ୍ଦ୍ରଗିରି ଦୁର୍ଗ ଇତ୍ୟାଦି ପ୍ରମୁଖ ଦର୍ଶନୀୟ ସ୍ଥାନଗୁଡ଼ିକୁ ମଧ୍ୟ ରେଳ ସଂଯୋଗୀକରଣ ପ୍ରଦାନ କରିବ, ଯାହା ଦେଶ ସାରାରୁ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପ୍ରାୟ ୪୦୦ ଗ୍ରାମ ଏବଂ ପ୍ରାୟ ୧୪ ଲକ୍ଷ ଜନସଂଖ୍ୟାକୁ ସଂଯୋଗୀକରଣ ସୁବିଧା ପ୍ରଦାନ କରିବ।
ଏହା କୋଇଲା, କୃଷି ସାମଗ୍ରୀ, ସିମେଣ୍ଟ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଇତ୍ୟାଦିର ପରିବହନ ପାଇଁ ଏକ ଅତ୍ୟାବଶ୍ୟକୀୟ ମାର୍ଗ। କ୍ଷମତା ବୃଦ୍ଧି ଫଳରେ ବାର୍ଷିକ ୪ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ହେବ। ରେଳବାଇ ଏକ ପରିବେଶ-ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ମାଧ୍ୟମ ଯାହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ଏବଂ ତୈଳ ଆମଦାନୀ (୪ କୋଟି ଲିଟର) ଏବଂ କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) ନିର୍ଗମନ (୨୦ କୋଟି କିଲୋଗ୍ରାମ) ହ୍ରାସ କରିବ, ଯାହା ୧ କୋଟି ଗଛ ଲଗାଇବା ସହିତ ସମାନ।
TKM
(Release ID: 2120579)
Visitor Counter : 12
Read this release in:
Bengali
,
English
,
Urdu
,
Marathi
,
Hindi
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam