WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ୱେଭ୍ସ ୨୦୨୫: ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା




୭୫୦ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲରେ ପହଞ୍ଚିଲେ ପାଞ୍ଚ ପ୍ରତିଯୋଗୀ: ଖଦୀର ପୁନଃପରିକଳ୍ପନା କରିଥିବା ବିଜେତାଙ୍କୁ ସମ୍ମାନିତ କରିବ ୱେଭ୍ସ

 ପୋଷ୍ଟ କରାଯିବା ଦିନାଙ୍କ: 09 APR 2025 5:00PM |   Location: PIB Bhubaneswar

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଡଭାର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ) ମିଳିତ ସହଯୋଗରେ ଆୟୋଜିତ ‘‘ମେକ୍‌ ଦ ୱାର୍ଲ୍ଡିର୍ଖଦୀ’’ (ବିଶ୍ୱକୁ ଖଦୀ ପ୍ରତି ଆଗ୍ରହୀ କରିବା) ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛିଆସନ୍ତା ମଇ ୧ରୁ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଅଡିଓ-ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀର ଅଂଶବିଶେଷ ଭାବେ ଆୟୋଜିତ ହେଉଥିବା ୩୨ଟି କ୍ରିଏଟ୍ଇନ୍ଇଣ୍ଡିଆ ପ୍ରତିଯୋଗିତା ମଧ୍ୟରୁ ‘‘ମେକ୍‌ ଦ ୱାର୍ଲ୍ଡିର୍ଖଦୀ’’ ଚାଲେଞ୍ଜ ଅନ୍ୟତମ

ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ୍‌ ୭୫୦ ଜଣ ଂଶଗ୍ରହଣକାରୀଙ୍କ ମଧ୍ୟରୁ ପାଞ୍ଚ ଜଣ ଫାଇନାଲକୁ ଉନ୍ନୀତ ହୋଇଛନ୍ତିସେମାନେ ହେଲେହାଭାସ୍‌ ୱାର୍ଲ୍ଡାଇଡ୍ଇଣ୍ଡିଆର ଇମାନ ସେନଗୁପ୍ତସୋହମ ଘୋଷ, ୨୨ ଫିଟ୍ଟ୍ରାଇବାଲର କାର୍ତ୍ତିକ ଶଙ୍କରମଧୁମିତା ବସୁ, ଇଣ୍ଟରଏକ୍ଟିଭ ଏଭିନ୍ୟୁର କାଜଲ୍ତିର୍ଲୋତ୍କର, ଡିଡିବି ମୁଦ୍ରା ଗ୍ରୁପର ତନ୍ମୟ ରାଉଳମନ୍ଦାର ମହାଦିକ, ଡିଡିବି ମୁଦ୍ରା ଗ୍ରୁପର ଆକାଶ ମେଜାରୀକାଜଲ ଜେସ୍ୱାନି

ନିଜ କାମ ପଛରେ ରହିଥିବା ଅନ୍ତର୍ଦୃଷ୍ଟିକୁ ବ୍ୟକ୍ତ କରି ଅଂଶଗ୍ରହଣକାରୀମାନେ ଖଦୀର ପରିବର୍ତ୍ତିତ ପରିଚୟ ଉପରେ ଆଲୋକପାତ କରିଥିଲେଭାରତର ସ୍ବାଧୀନତା ଆନ୍ଦୋଳନର ପ୍ରତୀକ ଠାରୁ ଦୀର୍ଘସ୍ଥାୟୀ ଫେସନ ସମାଧାନ ପର୍ଯ୍ୟନ୍ତ ଖଦୀର ଯାତ୍ରାକୁ ସେମାନେ ଦର୍ଶାଇଛନ୍ତି

ଚୂଡ଼ାନ୍ତ ବିଜେତାମାନଙ୍କୁ ୱେଭସ୍ ସମ୍ମିଳନୀ ୨୦୨୫ରେ ସମ୍ମାନିତ କରାଯିବ ସେଠାରେ ସେମାନଙ୍କର ପ୍ରଚାର ଅଭିଯାନକୁ ନୀତି ନିର୍ଦ୍ଧାରକ, ବିଶ୍ୱସ୍ତରୀୟ ପ୍ରତିନିଧି, ଗଣମାଧ୍ୟମ ନେତୃତ୍ୱ ଏବଂ ଶିଳ୍ପ ଅଂଶୀଦାରଙ୍କ ଆଗରେ ଉପସ୍ଥାପନ କରାଯିବ

******

P.S.


ରିଲିଜ ଆଡି: 2120571   |   Visitor Counter: 53