ପୋଷ୍ଟ କରାଯିବା ଦିନାଙ୍କ:
08 APR 2025 4:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଦୁବାଇର ଯୁବରାଜ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଭାରତ-ୟୁଏଇ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଭାରତ-ୟୁଏଇ ବ୍ୟାପକ ରାଜନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବାରେ ଦୁବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ କହିଛନ୍ତି:
“ଦୁବାଇର ଯୁବରାଜ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ଙ୍କୁ ଭେଟି ଆନନ୍ଦିତ। ଭାରତ-ୟୁଏଇ ବ୍ୟାପକ ରାଜନୈତିକ ସହଭାଗିତାକୁ ଆଗକୁ ବଢ଼ାଇବାରେ ଦୁବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ବିଶେଷ ଗସ୍ତ ଆମର ଗଭୀର ବନ୍ଧୁତାକୁ ପୁନଃସ୍ଥାପନ କରିବା ସହ ଭବିଷ୍ୟତରେ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ପଥ ପ୍ରଶସ୍ତ କରିବ ।
@HamdanMohammed”
SR