ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଆଁମାର ଭୂମିକମ୍ପ ବିପଦ ମଧ୍ୟରେ ବରିଷ୍ଠ ଜେନେରାଲ୍ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
Posted On:
29 MAR 2025 1:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂମିକମ୍ପ ବିପଦ ମଧ୍ୟରେମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ କଥାହୋଇଛନ୍ତି । ଏହି ଆହ୍ୱାନ ସମୟରେ ମିଆଁମାର ସହିତ ଏକତାର ସହଠିଆ ହେବା ପାଇଁ ଏକ ଘନିଷ୍ଠ ବନ୍ଧୁ ଏବଂ ପଡୋଶୀ ଭାବରେଭାରତର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଏହି ବିପର୍ଯ୍ୟୟସମୟରେ ପ୍ରଭାବିତ ଅଞ୍ଚଳଗୁଡିକୁ ତୁରନ୍ତ ରିଲିଫ ଏବଂ ସହାୟତାପ୍ରଦାନ କରିବା ପାଇଁ ଭାରତ ସରକାର ଏକ ପଦକ୍ଷେପ ଭାବରେଅପରେସନ୍ ବହ୍ମା ଆରମ୍ଭ କରିଛି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ମିଆଁମାରର ବରିଷ୍ଠ ଜେନେରାଲ ମହାଶୟ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହକଥା ହୋଇଛି । ବିନାଶକାରୀ ଭୂମିକମ୍ପରେ ହୋଇଥିବା ପ୍ର୍ରାଣହାନିପାଇଁ ଆମର ଗଭୀର ସମବେଦନା ଜଣାଇଛି । ଏକ ଘନିଷ୍ଠ ବନ୍ଧୁ ଏବଂପଡୋଶୀ ଭାବରେ, ଭାରତ ଏହି ଦୁଃଖ ସମୟରେ ମିଆଁମାର ଲୋକଙ୍କସହିତ ରହିଛି । ଅପରେସନ୍ ବ୍ରହ୍ମାର ଅଂଶ ଭାବରେ ପ୍ରଭାବିତଅଞ୍ଚଳଗୁଡିକୁ ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ, ମାନବୀୟ ସହାୟତା, ସନ୍ଧାନ ଏବଂ ଉଦ୍ଧାରକାରୀ ଦଳଗୁଡିକୁ ଦ୍ରୁତ ଗତିରେ ପଠାଯାଉଛି ।”
SR
(Release ID: 2116582)
Visitor Counter : 38
Read this release in:
Telugu
,
English
,
Urdu
,
Hindi
,
Marathi
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam