ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମରିସସ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 MAR 2025 4:01PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ ରାଷ୍ଟ୍ରପତି ଧରମବୀର ଗୋକୁଲଙ୍କୁ ରାଜ ଭବନରେ ସାକ୍ଷାତ କରିଛନ୍ତି।
ଦୁଇ ନେତା ଭାରତ ଓ ମରିସସ ମଧ୍ୟରେ ସ୍ୱତନ୍ତ୍ର ଓ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ଲାଗି ମତ ବିନିମୟ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେମାନେ ଦୁଇ ଦେଶ ମଧ୍ୟରେ ରହିଥିବା ସହଭାଗୀ ଇତିହାସ ଏବଂ ଦୃଢ଼ ନାଗରିକ ସମ୍ପର୍କ ବିଷୟରେ ସ୍ମରଣ କରିଥିଲେ। ଦ୍ୱିତୀୟ ଥର ଲାଗି ମରିସସର ଜାତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସ୍ୱତନ୍ତ୍ର ଅଭିବ୍ୟକ୍ତି ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀ ମରିସସ ରାଷ୍ଟ୍ରପତି ଗୋକୁଳ ଏବଂ ପ୍ରଥମ ମହିଳା ବୃନ୍ଦା ଗୋକୁଳଙ୍କୁ ଓସିଆଇ କାର୍ଡ ହସ୍ତାନ୍ତର କରିଥିଲେ। ରାଜ ଭବନ ଠାରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଆୟୁର୍ବେଦ ଉଦ୍ୟାନ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଆୟୁର୍ବେଦ ସମେତ ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭକୁ ଆଗେଇ ନେବାରେ ମରିସସ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ।
ଆଲୋଚନା ପରେ, ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ରାଷ୍ଟ୍ରପତି ଗୋକୁଳ ଏକ ରାଜକୀୟ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ।
*****
P.S/Swadhin
(ରିଲିଜ ଆଡି: 2110540)
ପରିଦର୍ଶକ କାଉଣ୍ଟର : 60
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam