ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ସଫଳ ମହିଳାଙ୍କୁ ଦେଲେ
ପୋଷ୍ଟ କରାଯିବା ଦିନାଙ୍କ:
08 MAR 2025 11:26AM by PIB Bhubaneswar
ମହିଳା ଶକ୍ତି ଓ ଉପଲବ୍ଧିକୁ ପ୍ରେରଣାଦାୟୀ ସମ୍ମାନ ପ୍ରଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମର ପରିଚାଳନା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାର ସହ ପରିଚିତି ହାସଲ କରିଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି ।
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସଫଳ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ କାହାଣୀ ଏବଂ ଭାବନା ସେୟାର କରିବେ ।
ସଫଳ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି:
“ଅନ୍ତରୀକ୍ଷ ପ୍ରାଦ୍ୟୋଗିକୀ, ପରମାଣୁ ପ୍ରାଦ୍ୟୋଗିକୀ ଏବଂ ମହିଳା ସଶକ୍ତିକରଣ...
ମୁଁ ଏଲିନା ମିଶ୍ର, ଜଣେ ପରମାଣୁ ବୈଜ୍ଞାନିକ ଏବଂ ଶିଳ୍ପୀ ସୋନି, ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ, ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ପରିଚାଳନା କରିବା ପାଇଁ ରୋମାଞ୍ଚିତ ଅଛୁ ।
ଆମ ବାର୍ତ୍ତା ଏହା କି, ଭାରତ ବିଜ୍ଞାନ ପାଇଁ ସର୍ବାଧିକ ଉପଯୁକ୍ତ ସ୍ଥାନ ଏବଂ ଏଥିପାଇଁ ଆମେ ଅଧିକରୁ ଅଧିକ ମହିଳାମାନେ ଏହି କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆହ୍ୱାନ କରୁଛୁ ।”
SR
(ରିଲିଜ ଆଡି: 2109738)
ପରିଦର୍ଶକ କାଉଣ୍ଟର : 43
ଏହି ରିଲିଜ ପଢନ୍ତୁ :
Khasi
,
English
,
Urdu
,
Marathi
,
हिन्दी
,
Assamese
,
Bengali-TR
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam