ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ମାର୍ଚ୍ଚ ୪ରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ର ୫୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀରୁ ୪୭୮ ଛାତ୍ରଙ୍କ ସମେତ ଡିପ୍ଲୋମା ଓ ଏକ୍ସେଲେନ୍ସ ମାନପତ୍ର ସହ ପାଂଚଟି କ୍ଷେତ୍ରୀୟ କ୍ୟାମ୍ପସକୁ କରାଯିବ ସମ୍ମାନିତ
Posted On:
03 MAR 2025 12:34PM by PIB Bhubaneshwar
ନୂଆଦିଲ୍ଲୀ ଆଇଆଇଏମସିର ମହାତ୍ମା ଗାନ୍ଧୀ ମଂଚରେ ମାର୍ଚ୍ଚ ୪ରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ର ୫୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଆଇଆଇଏମସିର କୁଳପତି ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ଡିପ୍ଲୋମା ଓ ଏକ୍ସେଲେନ୍ସ ମାନପତ୍ର ସହ ୨୦୨୩-୨୪ ବ୍ୟାଚ ବିଦ୍ୟାର୍ଥୀ ସମ୍ମାନିତ ହେବେ ।
୨୦୨୩-୨୪ ବ୍ୟାଚର ୯ଟି କୋର୍ସର ୪୭୮ ଛାତ୍ର ଛାତ୍ରୀଙ୍କୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ସାର୍ଟିଫିକେଟ ଦିଆଯାଇ ସମ୍ବର୍ଦ୍ଧିତ କରାଯିବ । ଆଇଆଇଏମସି ନୂଆଦିଲ୍ଲୀ ଓ ଏହାର ପାଂଚଟି କ୍ଷେତ୍ରୀୟ କ୍ୟାମ୍ପସ ଯଥା, ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟ୍ଟାୟାମ ଓ ଜମ୍ମୁ ପରି କ୍ୟାମ୍ପସର ବିଦ୍ୟାର୍ଥୀମାନଙ୍କୁ ଡିପ୍ଲୋମା ଡିଗ୍ରୀ ଦିଆଯାଇ ସମ୍ମାନିତ କରାଯିବ । ଏହାଛଡା ନିଜର ପାରଦର୍ଶିତା ପାଇଁ ୩୬ ଜଣ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ବିଭିନ୍ନ ମେଡାଲ ଓ ଅର୍ଥ ପୁରସ୍କାରରେ ସମ୍ମାନିତ କରାଯିବ ।
ଏହି କାର୍ଯ୍ୟକ୍ରମରେ ମିଡିଆ ଓ ଜନ ସଂଚାର ଶିକ୍ଷାରେ ଆଇଆଇଏମସିର ଉଲ୍ଲେଖନୀୟ କୃତିତ୍ୱକୁ ପ୍ରାଧାନ୍ୟ ଦେଇ ପ୍ରଶିକ୍ଷକ ଓ ଅତିଥିମାନେ ଏକାଠି ହେବେ ।
ମିଡିଆ ନେତୃତ୍ୱ ତିଆରି କରୁଛି ଆଇଆଇଏମସି
ମିଡିଆ ଓ ଗଣ ଯୋଗାଯୋଗ କ୍ଷେତ୍ରରେ ତାଲିମ ପ୍ରଦାନକାରୀ ସଂସ୍ଥା ହେଉଛି ଆଇଆଇଏମସି । ୧୯୬୫ ମସିହାରେ ପ୍ରତିଷ୍ଠିତ ଏହି ସଂସ୍ଥା ହିନ୍ଦୀ ସାମ୍ବାଦିକତା, ଇଂରାଜୀ ସାମ୍ବାଦିକତା, ବିଜ୍ଞାପନ ଓ ଲୋକ ସମ୍ପର୍କ, ରେଡିଓ ଓ ଟିଭି ସାମ୍ବାଦିକତା, ଡିଜିଟାଲ ମିଡିଆ, ଓଡିଆ ସାମ୍ବାଦିକତା, ମରାଠୀ ସାମ୍ବାଦିକତା, ମାଲୟାଲାମ ସାମ୍ବାଦିକତା, ଊର୍ଦ୍ଧୁ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଦେଉଛି । ୨୦୨୪ରେ ଏହା ଡିମଡ ୟୁନିଭର୍ସିଟିର ମାନ୍ୟତା ପାଇଲା ପରେ ମିଡିଆ ବିଜିନେସ ଷ୍ଟଡିଜ ଓ ଷ୍ଟ୍ରାଟେଜିକ କମ୍ୟୁନିକେସନରେ ଦୁଇଟି ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।
PBD
(Release ID: 2107937)
Visitor Counter : 7
Read this release in:
Bengali
,
Assamese
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam